You are currently viewing ବିପଦର ବନ୍ଧୁ ସେବା ସଂଗଠନ”ର ଦ୍ୱିତୀୟ ବାର୍ଷିକ ଉତ୍ସବ
ବିପଦର ବନ୍ଧୁ ସେବା ସଂଗଠନ”ର ଦ୍ୱିତୀୟ ବାର୍ଷିକ ଉତ୍ସବ

କିଶୋରନଗରସ୍ଥିତ “ବିପଦର ବନ୍ଧୁ ସେବା ସଂଗଠନ”ର ଦ୍ୱିତୀୟ ବାର୍ଷିକ ଉତ୍ସବ ରାମଚନ୍ଦ୍ରପୁର କିଶୋରଜୀୟୁ ମନ୍ଦିର ପ୍ରାଙ୍ଗଣରେ ପାଳିତ ହୋଇଯାଇଛି। ସଭାପତି ଭୈରବ ଚନ୍ଦ୍ର ସେଠୀଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ସଦାନନ୍ଦ ତ୍ରିପାଠୀ,ସମ୍ମାନୀୟ ଅତିଥି ଭାବରେ ସ୍ଵାମୀ ଅଦ୍ଵୈତ ନନ୍ଦ,ଭବାନୀ ଶଙ୍କର ରାୟ,କାଙ୍ଗାଳି ଚରଣ ବେହେରା,ଅଜୟ ପଟ୍ଟନାୟକ ଯୋଗଦେଇ ପ୍ରକୁତରେ ଅସହାୟ ମାନଙ୍କ ସେବା ହିଁ ମାଧବ ସେବା ବୋଲି ମତ ବ୍ୟକ୍ତ କରିଥିଲେ।ଶିକ୍ଷାବିତ୍ ପ୍ରଦୀପ୍ତ କୁମାର ଆଚାର୍ଯ୍ୟ ମଞ୍ଚ ପରିଚାଳନା କରିଥିବା ବେଳେ ଅଧ୍ୟାପକ ଧରଣୀ ଜେନା ଅତିଥି ପରିଚୟ ପ୍ରଦାନ କରିଥିଲେ।ସଂଗଠନର ସମ୍ପାଦକ ସୁଧାକର ଦାଶ ବାର୍ଷିକ ବିବରଣୀ ପାଠ କରିଥିଲେ।ଏହି ଅବସରରେ କମ୍ବଳ ଓ ବସ୍ତ୍ର ବଣ୍ଟନ କରାଯାଇଥିଲା।ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସମ୍ମାନିତ କରାଯାଇଥିଲା।କ୍ଷୀତିନ୍ଦ୍ର ମିତ୍ର,କୈଳାସ ଦାସ,ଜ୍ୟୋତି ପ୍ରକାଶ ମହାନ୍ତି,ଉମେଶ ପାଢ଼ୀ,ବାସନ୍ତୀ ସିହ୍ନା,ଜଗନ୍ନାଥ ମଲ୍ଲିକ, ପ୍ରକାଶ ସେଠୀ,ଦୀପକ ମଣ୍ଡଳ,ନାରାୟଣ ଦାଶ,ସୁରେଶ ମହାରଣା,ଦେବ ନାରାୟଣ ମହାନ୍ତି,ଜୟନ୍ତୀ ପାତ୍ର,ପ୍ରଫୁଲ୍ଲ ପାତ୍ର, ନୃସିଂହ ଦାଶ,ଅମୁଲ୍ୟ ସାହୁ,ସୁଧୀରଞ୍ଜନ ସେଠୀ, ଦିଲୀପ ସାହୁ,ଶରତ ମଣ୍ଡଳ,ନୃସିଂହ ପାତ୍ର,ସୁଶିଲ ମଣ୍ଡଳ,ତ୍ରିନାଥ ମହାରଣା, ଗଗନ ଜେନା,ଚନ୍ଦ୍ର ଶେଖର ରଣା,କମଳା କାନ୍ତ ମିଶ୍ର,ଅଚ୍ୟୁତା ନନ୍ଦ ମହାନ୍ତି ସମେତ ସଂଗଠନର ବହୁ ସ୍ବେଛାସେବୀ ପରିଚାଳନାରେ ସହଯୋଗ କରିଥିଲେ