You are currently viewing ଭଞ୍ଜନଗର ଓ ବେଲଗୁଣ୍ଠାର ସ୍କୁଲରେ ବିଶ୍ବ ଜଳ ଦିବସ ପାଳନ
ଭଞ୍ଜନଗର ଓ ବେଲଗୁଣ୍ଠାର ସ୍କୁଲରେ ବିଶ୍ବ ଜଳ ଦିବସ ପାଳନ

ଭଞ୍ଜନଗର,୨୩/୩ ସରସ୍ବତୀ ଶିଶୁ ବିଦ୍ୟା ଭବନ ବେଲଗୁଣ୍ଠା ଠାରେ ଛାତ୍ର, ଛାତ୍ରୀ, ଗୁରୁଜୀ, ଗୁରୁମା ଙ୍କ ଉପସ୍ଥିତି ରେ ଆଲୋଚନା ଚଜ୍ର l କାର୍ଯ୍ୟକ୍ରମକୁ ପରିଚାଳନା କଲେ ସୂର୍ଯ୍ୟ ନାରାୟଣ ପାତ୍ର ପ୍ରଧାନ ଗୁରୁଜୀ l ମୁଖ୍ୟ ଅତିଥି ଶୂଳପାଣି ଶତପଥୀ, ସାମାଜିକ କର୍ମି ଏବଂ ପରିବେଶ ପ୍ରେମି ପୂର୍ବତନ ଅବ୍ୟତାନୀକ ବନ୍ୟ ପ୍ରାଣୀ ତତ୍ବବ ଧାରକ, ଗଞ୍ଜାମ ଜିଲ୍ଲା ଏବଂ ଅତିଥି ଭାବେ ଯୋଗ ଦେଇ ଥିଲେ ଶରତ ଚନ୍ଦ୍ର ମହାନ୍ତି, ବନପାଳ, ବେଲଗୁଣ୍ଠା, ଜଗନାଥପ୍ରସାଦ ରେଞ୍ଜ, ଉତ୍ତର ଘୁମସୁର ବନଖଣ୍ଡ, ଭଞ୍ଜନଗର l ସହିଭଳି ସରକାରୀ ବାଲିଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବିଶ୍ୱ ଜଳ ଦିବସ ସହିତ ପରିବେଶ ସୁରକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ଉକ୍ତ କାର୍ଯ୍ୟକ୍ରମ କୁ ପ୍ରଧାନ ଶିକ୍ଷୟତ୍ରୀ କବିତା କୁମାରୀ ଦେବୀ ଅଧ୍ୟକ୍ଷ୍ୟତା କରି ପରିଚାଳନା କରି ଥିଲେ l

ଶୂଳପାଣି ଶତପଥୀ, ସମାଜସେବୀ ଏବଂ ଶରତ ମହାନ୍ତି ବନପାଳ ଅତିଥି ଭାବେ ଯୋଗ ଦେଇ ଛାତ୍ର ଛାତ୍ରୀ ଙ୍କୁ ସଚେତନ ବାର୍ତ୍ତା ପ୍ରେରଣ କରିଥିଲେ l ଜଳ ଓ ପରିବେଶ ବାବଦରେ ପ୍ରଶ୍ନ ଉତ୍ତର କାର୍ଯ୍ୟ କ୍ରମ କରି କୃତି ଛାତ୍ରୀ, ଛାତ୍ର ଙ୍କୁ ପୁରସ୍କାର ପ୍ରଦାନ କରିଥିଲେ l ଜଳ ର ଆବଶ୍ୟକକୁ ନେଇ ବ୍ୟବହାର ଏବଂ ବନ ହିଁ ଜୀବନ ସଚେତନ ବାର୍ତ୍ତା ଗୀତ ମାଧ୍ୟ୍ୟମରେ କରା ଯାଇଥିଲା l