ଖଲ୍ଲିକୋଟ :4/9 ସୁଭଦ୍ରା ପଞ୍ଜିକରଣ ପାଇଁ ଘୋଷଣା ପାଇଁ ବିଜ୍ଞପ୍ତି ଘୋଷଣା ପରେ ସୁଭଦ୍ରା ଆଶାୟୀ ମହିଳାଙ୍କ ପଂଚାୟତ କାର୍ଯ୍ୟାଳୟ ରେ ଲିଙ୍କ ପାଇଁ ବ୍ୟାଙ୍କ ମାନଙ୍କ ରେ ଦିନ ତମାମ ଅସହ୍ୟ ଭିଡ଼ ଦେଖିବାକୁ ମିଳିଛି | ଯା ଫଳରେ ବିଭିନ୍ନ କାର୍ଯ୍ୟ ଏପରିକି ପେନସନ ଗ୍ରହୀତା ମାନେ ହଇରାଣ ହରକତ ହେଉଥିବା ଅଭିଯୋଗ ହୋଇଛି | ମହିଳା ମାନେ ଫର୍ମ ପୂରଣ ନେଇ ସମ୍ପୂର୍ଣ୍ଣ ଅଜ୍ଞ |ଯା ଫଳରେ ଫର୍ମ ବଣ୍ଟନ କରି ଦଲାଲ ମାନେ ପଇସା ଆଦାୟ କରୁଥିବା ବେଳେ କେତେକ ମହିଳା ମାନଙ୍କୁ ସୁଭଦ୍ରା ଯୋଜନା ରେ ସାମିଲ କରିବା ପାଇଁ ଅର୍ଥ ଆଦାୟ କରିଥିବା ଅଭିଯୋଗ ହେଉଛି |ମହିଳା ମାନଙ୍କୁ ସୁଭଦ୍ରା ଯୋଜନା ନେଇ ଠିକ ଦିଗଦର୍ଶନ ମିଳୁନଥିବା ଯୋଗୁଁ ମହିଳା ମାନେ ବିଭିନ୍ନ ଚଂଚକତା ର ଶିକାର ହେଉଛନ୍ତି |ସର୍ବୋପରି ହଜାର ହଜାର ମହିଳା ଙ୍କ ବ୍ୟାଙ୍କ ଆକାଉଣ୍ଟ ଓ ଆଧାର ଫୋନ ନମ୍ବର ଲିଙ୍କ ନେଇ ଭୋକ ଉପବାସ ରେ ମହିଳା ମାନେ ବ୍ୟାଙ୍କ ସମ୍ମୁଖରେ ଧାରଣା ଦେବାକୁ ପଡ଼ୁଛି |ଏହି ଯୋଜନା କୁ ଆହୁରି ସରଳୀକରଣ କରିବା ର ଆବଶ୍ୟକତା ଦେଖାଦେଲାଣି |ଲିଙ୍କ କାମ ସାରିବା ପରେ ମହିଳା ମାନେ ଜନ ସେବା କେନ୍ଦ୍ର ରେ ଭିଡ଼ ଆରମ୍ଭ ହେଲାଣି |ତେଣୁ ଭିଭିନ୍ନ ସମସ୍ୟା ଯୋଗୁଁ ଅଧିକାଂଶ ମହିଳା ଏହି ଯୋଜନା ରୁ ବାଦ ପଡିବା ଏବେ ଠାରୁ ଆଶଙ୍କା ପାଇଲାଣି |ପ୍ରକାଶ ଥାଉକି ଗତ ଏକ ମାସ ତଳେ ଆୟ ପ୍ରମାଣ ପତ୍ର ଗୁଜବ ପରେ ଖଲ୍ଲିକୋଟ ତହସିଲ ରେ ପ୍ରାୟ 10 ହଜାର ଆବେଦନ ଦରଖାସ୍ତ ପଡିଥିଲା |ତେବେ ସୁଭଦ୍ରା ଯୋଜନା ପାଇଁ ମହିଳା ମାନଙ୍କୁ ବହୁତ ପାପଡ ବେଲିବାକୁ ପଡିବା ସହ ହାଇରାଣ ଓ ଖର୍ଚ୍ଚାନ୍ତ ଇବାକୁ ପଡ଼ିଲାଣି ବୋଲି ପ୍ରକାଶ କରି କ୍ଷୋଭ ପ୍ରକାଶ କରିବା ସହ ନବୀନ ଥିଲେ ଏ ସମସ୍ୟା ନଥାନ୍ତା ବୋଲି ପ୍ରକାଶ କରି ରେସନ କାର୍ଡ ଅନୁଯାୟୀ ସିଧାସଳଖ ବ୍ୟାଙ୍କ ଆକାଉଣ୍ଟ କୁ ପଠାଇବାକୁ ଦାବି ହେଉଛି | ସେହିପରି ବ୍ୟାଙ୍କ କର୍ମଚାରୀ ମାନେ ମଧ୍ୟ କଷ୍ଟ ସତ୍ୱେ ଅସମ୍ଭବ ଭିଡ଼ କୁ ସାମ୍ନା କରି ନୟାନ୍ତ ହେବାକୁ ପଡିଛି |ଏଣେ ଅଙ୍ଗନବାଡି ଙ୍କୁ ଆବେଦନ ଫର୍ମ କୁ ଘରେ ଘର ବୁଲି ବଣ୍ଟନ କରିବା ପରିବର୍ତ୍ତେ ମହିଳା ମାନଙ୍କୁ କେନ୍ଦ୍ର କୁ ଡାକି ସୁଭଦ୍ରା ଫର୍ମ ବାଣ୍ଟୁଛନ୍ତି |ତେବେ ଜନ ସେବା କେନ୍ଦ୍ର ପ୍ରତ୍ୟକ ଦିନ ଗୋଟିଏ ୱାର୍ଡ ର ଫର୍ମ ପଞ୍ଜିକରଣ ପାଇଁ ଦାବି ହେଉଛି |
ରିପୋର୍ଟ : ମାଧବ ବେହେରା, ଖଲ୍ଲିକୋଟ
