ଖଲ୍ଲିକୋଟ :27/10 ଖଲ୍ଲିକୋଟ ବ୍ଲକ ସାବୁଲିଆ ପଂଚାୟତ ସାନଘାଟି ର 16 ନମ୍ବର ଜାତୀୟ ରାଜପଥ କଡରେ ଗିରି ଗୋବର୍ଧନ ପାହାଡ଼ ତଳେ ଥିବା ଓ ଡ଼ି ଆର ପି କଲୋନୀ ରେ ଗତ ଦୁଇ ମାସ ହେଲା ଓଭର ହେଡ଼ ଟାଙ୍କି ଅଚଳ ହେବା ଫଳରେ କଲୋନୀ ର 108 ଗୋଟି ଘର ର ପ୍ରାୟ 6 ଶହ ଶିଶୁ, ମହିଳା ଓ ପୁରୁଷ ମାନେ ଉତ୍କଟ ପାନୀୟ ଜଳ ସମସ୍ୟା ରେ ଛଟପଟ ହୋଇ ପରିତ୍ୟକ୍ତ ଗାଡ଼ିଆ ଓ ନଳକୂପ ରୁ ନିର୍ଗତ ଲୁହା ମିଶ୍ରିତ ପାଣି ପିଉ ଥିବା ବେଳେ ବ୍ଲକ ର ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ର ନିଘା ନାହିଁ |ଫଳରେ ଏହି କଲୋନୀ ରେ ବସ ବାସ କରୁଥିବା ଶିଶୁ, ମହିଳା ଓ ପୁରୁଷ ମଛ୍ୟଜୀବି ମାନେ ଚର୍ମ, ବୃକକ ଓ ଛାତି ଓ ମୂତ୍ର|ଶୟ ଜନିତ ରୋଗ ରେ ଆକ୍ରାନ୍ତ ହୋଇ ଡାକ୍ତରଖାନା ରେ ଚିକିଛିତ ହୋଇ ଫେରୁଥିବା ଗ୍ରାମର ମହିଳା ମାନେ ଗଣ ମାଧ୍ୟମ ପ୍ରତିନିଧି ମାନଙ୍କ ଆଗରେ ପ୍ରକାଶ କରିଛନ୍ତି |

ଏହି କଲୋନୀ ପରିସର ରେ ନିର୍ମିତ ହୋଇଥିବା ବସୁଧା ଯୋଜଜା ରେ 50 ହଜାର ଲିଟର ର ଏକ ଓଭରହେଡ଼ ଟାଙ୍କି ନିର୍ମିତ ହୋଇ ଥିଲେ ହେଁ ଅଳ୍ପ କିଛି ଦିନ ଚଳିବା ପରେ ଅଚଳ ହୋଇ ପଡିଛି |ଲୋକ ମାନେ ସ୍ଥାନୀୟ ପଂଚାୟତ ଓ ବ୍ଲକ ପ୍ରଶାସନ ଆଗରେ ଅଭିଯୋଗ କଲେ କୌଣସି ସୁଫଳ ମିଳୁନି |

କଲୋନୀ ରେ ଥିବା ନଳକୂପ ଗୁଡିକ ହଳଦିଆ ଓ ନାଲି ରଙ୍ଗ ର ଗନ୍ଧ ଯୁକ୍ତ ପାଣି ଆସୁଛି |ଏହି ପାଣି ଓ ଗାଡ଼ିଆ ପାଣି କୁ ଛାଣି ପିଇବା ଫଳରେ ପୁରୁଷ ଙ୍କ ଛାତି ବ୍ୟଥା ହେଉଥିବା ବେଳେ ମହିଳା ମାନଙ୍କ ମୂତ୍ର|ଶୟ ଜନିତ ସମସ୍ୟା ଓ ଝ|ଡ|ବ|ନ୍ତି ରେ ଆକ୍ରାନ୍ତ ହେଉଥିବା ପ୍ରକାଶ କରିଛନ୍ତି |ଉକ୍ତ କଲୋନୀ ରେ ରହୁଥିବା ନବ ବେହେରା ଙ୍କ ଅଢେଇ ବର୍ଷ ର ପୁଅ ଆଦିତ୍ୟ ବେହେରା କିଡ଼ନୀ ରୋଗ ରେ ଆକ୍ରାନ୍ତ ହୋଇ ଏମ୍ସ ରୁ ଅସ୍ତ୍ରୋପଚାର କରିଥିବା ବେଳେ ଯୋଗୀନ୍ଦ୍ର ଦାଶ ଙ୍କ ପୁଅ ଆକାଶ ଦାଶ (12) ପରିସ୍ରା ରେ କଷ୍ଟ ହେବାରୁ କଟକ ଶିଶୁ ଭବନ ରୁ ଚିକିଛିତ ହୋଇ ଫେରିଛନ୍ତି |ସେହିପରି କଲୋନୀ ସନ୍ୟାସୀ ବେହେରା ଛାତି ରୋଗ ରେ ପୀଡିତ ହୋଇଥିବା ଜଣାପଡିଛି |

ପ୍ରକାଶ ଥାଉକି ଗତ ତିନି ବର୍ଷ ତଳେ ନିର୍ମାଣ ହୋଇଥିବା 115 କୋଟି ର ମେଗା ପାନୀୟ ଜଳ ଯୋଜନା ପଦ୍ମ ଘୁଂଚି ଘୁଂଚି ଯାଉଥିବା ବେଳେ ସମ୍ପୃକ୍ତ ଠିକାଦାର ବିଭାଗୀୟ ଯନ୍ତ୍ରୀ ମାନଙ୍କୁ ପି ସି ଦେଇ ପ୍ରାୟ 70 ଟଙ୍କା ବିଲ ଉଠାଇଲେଣି |ସେହିପରି ଗତ 2024 – 2024 ବର୍ଷ ନଳ କୂପ ଯନ୍ତ୍ରଂ|ଶ କିଣା ରେ ପ୍ରାୟ 40 ଟଙ୍କା ବ୍ୟୟ କରାଯାଇଥିବା ବେଳେ ଏହାର ପ୍ରକୃତ ତଥ୍ୟ ବିଭାଗୀୟ ଅଧିକାରୀ ମାନେ ଦେଉନାହାନ୍ତି |

ବ୍ଲକ ର ପାନୀୟ ଜଳ ପ୍ରକଳ୍ପ ଗୁଡିକ ର ରକ୍ଷଣ|ବେକ୍ଷଣ ଓ ମରାମତି ବାବଦ ରେ କୋଟି କୋଟି ଟଙ୍କା ବ୍ୟୟ ହେଉଥିବା ବେଳେ ବ୍ଲକ ର କୌଣସି ପାନୀୟ ଜଳ ପ୍ରକଳ୍ପ ରୁ ଠିକ ଭାବେ ବିଶୁଦ୍ଧ ପାନୀୟ ଜଳ ମିଳୁନି |ତେଣୁ ସ୍ଥାନୀୟ ଗ୍ରାମ୍ୟ ପରିମଳ ଓ ପାନୀୟ ଜଳ ବିଭାଗ ରେ ଚାଲିଥିବା କେଳେଙ୍କାରୀ ର ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ଦ୍ୱାରା ଆମୂଳ ଚୁଳ ତଦନ୍ତ କରିବା ପାଇଁ ହିତାଧିକାରୀ ମାନେ ଦାବି କରିଛନ୍ତି |
(ରିପୋର୍ଟ – ମାଧବ ବେହେରା, ଖଲ୍ଲିକୋଟ )
