You are currently viewing ରାଜଗାଙ୍ଗପୁର ସ୍ଥିତ ସରବତୀ ଦେବୀ ମହିଳା ମହାବିଦ୍ୟାଳୟରେ ସାଇବର ସୁରକ୍ଷା ସଚେତନତା ଅଭିଯାନ
ରାଜଗାଙ୍ଗପୁର ସ୍ଥିତ ସରବତୀ ଦେବୀ ମହିଳା ମହାବିଦ୍ୟାଳୟରେ ସାଇବର ସୁରକ୍ଷା ସଚେତନତା ଅଭିଯାନ

ରାଜଗାଙ୍ଗପୁର ସ୍ଥିତ ସରବତୀ ଦେବୀ ମହିଳା ମହାବିଦ୍ୟାଳୟରେ ସାଇବର ସୁରକ୍ଷା ସଚେତନତା ଅଭିଯାନ ୨୦୨୫ ପାଳିତ ହୋଇଥିଲା। ଏହି କାର୍ଯ୍ୟକ୍ରମଟି ଅଧ୍ୟକ୍ଷ ଡକ୍ଟର ଅଶୋକ କୁମାର ବେଉରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା, ଯିଏ ଛାତ୍ରଛାତ୍ରୀମାନଙ୍କୁ ସାଇବର ଅପରାଧ ଏବଂ ଏହାର ସୁରକ୍ଷା ବ୍ୟବସ୍ଥା ବିଷୟରେ ଜାଗୃତ କରିଥିଲେ। କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ରାଜଗାଙ୍ଗପୁରର ଏସଡିପିଓ ଶ୍ରୀଯୁକ୍ତ ବିଭୂତି ଭୂଷଣ ଭୋଇ ଯୋଗ ଦେଇ ଛାତ୍ରୀମାନଙ୍କୁ ସାଇବର ଅପରାଧ ବିଷୟରେ ଆଲୋକପାତ କରିଥିଲେ ଏବଂ

ସେ ଛାତ୍ରୀମାନଙ୍କୁ ସାଇବର ହେଲପଲାଇନ୍ ନମ୍ବର ୧୯୩୦ ବିଷୟରେ ମଧ୍ୟ ଜଣାଇ କୌଣସି ପରିସ୍ଥିତିରେ ମଧ୍ୟ ଯୋଗାଯୋଗ କରିବାକୁ ପରାମର୍ଶ କରିଥିଲେ।, ଆଇଆଇସି ରାଜଗାଙ୍ଗପୁର ଶ୍ରୀଯୁକ୍ତ ବିଜୟ କୁମାର ଦାଶ ଛାତ୍ରୀମାନଙ୍କୁ ଏଆଇର ଉପକାରିତା ଓ ଅପକରିତା ଜଣାଇ ଏଆଇ କିପରି ସମାଜ ପାଇଁ ଉପଯୋଗୀ ଏବଂ କ୍ଷତିକାରକ ତାହା ବିଷୟରେ କହିଥିଲେ। ସେ ଛାତ୍ରୀମାନଙ୍କୁ ସତର୍କତାର ସହିତ ଏଆଇ ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ । ରାଜଗାଙ୍ଗପୁର ସବ-ଇନ୍ସପେକ୍ଟର ଶ୍ରୀଯୁକ୍ତ ପ୍ରଜ୍ଞାନ ପ୍ରୀତମ ଜେନା ଛାତ୍ରୀମାନଙ୍କୁ ପରିଚୟ ପତ୍ର ଚୋରି, ଆକାଉଣ୍ଟ ହ୍ୟାକିଂ ଏବଂ ବିଭିନ୍ନ ସନ୍ଦିଗ୍ଧ ଲିଙ୍କ ଭଳି ସାଇବର ଅପରାଧର ବର୍ତ୍ତମାନର ପରିସ୍ଥିତି ବିଷୟରେ କହିଥିଲେ, ରାଜଗାଙ୍ଗପୁର ସବ-ଇନ୍ସପେକ୍ଟର ଶ୍ରୀମତୀ ଝରଣା ସ୍ୱାଇଁ ଛାତ୍ରୀମାନଙ୍କୁ ଏଆଇ ମାଧ୍ୟମରେ ହଉଥିବା

ଯୌନ ଶୋଷଣ ଏବଂ ବ୍ଲାକମେଲିଂ ବିଷୟରେ କହିଥିଲେ। IQAC ସଂଯୋଜକ ଶ୍ରୀଯୁକ୍ତ ସପନ କୁମାର ପଣ୍ଡା ଏକ କାହାଣୀ ମାଧ୍ୟମରେ ଛାତ୍ରୀମାନଙ୍କୁ ପ୍ରଯୁକ୍ତିର ବିଭିନ୍ନ ପ୍ରଭାବ ବିଷୟରେ ବୁଝାଇଥିଲେ।

ସାଇବର ସୁରକ୍ଷା ଏବଂ ସାଇବର ଅପରାଧ ସମ୍ପର୍କରେ ଏକ ପ୍ରଶ୍ନୋତ୍ତର ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଏହି ସଚେତନତା ବିଷୟରେ ଏକ ବିତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଓ ଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଜାତୀୟ ସେବା ସଂଘର ଅଧିକାରୀ ସସ୍ମିତା ଦଣ୍ଡସେନା କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ଏବଂ ଛାତ୍ରୀମାନେ ଉପସ୍ଥିତ ଥିଲେ ଓ ହେମାକାନ୍ତି ମେହେର ଧନ୍ୟବାଦ ପ୍ରସ୍ତାବ ଦେଇଥିଲେ।

ରିପୋର୍ଟ:ଅବଦୁଲ ରଜାକ ଖାନ