You are currently viewing ସାନଖେମୁଣ୍ଡି ବ୍ଲକ୍ ରେ ବିକଶିତ କୃଷି ସଂକଳ୍ପ ଅଭିଯାନ
ସାନଖେମୁଣ୍ଡି ବ୍ଲକ୍ ରେ ବିକଶିତ କୃଷି ସଂକଳ୍ପ ଅଭିଯାନ

ସାନଖେମୁଣ୍ଡି ୮/୬ ବିକଶିତ କୃଷି ସଂକଳ୍ପ ଅଭିଯାନ ଆନୁକୁଲ୍ୟରେ ସାନଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ ପଟିଗୁଡ଼ା ପଞ୍ଚାୟତର ଡୋଳବ ଗ୍ରାମରେ ଏକ ସଭା ଅନୁଷ୍ଠିତ ହୋଇଥିଲା।ସାନଖେମୁଣ୍ଡି ବ୍ଲକ କୃଷି ଅଧିକାରିଣୀ ଜୟପ୍ରଭା ଆଚାର୍ଯ୍ୟ ଙ୍କ ସଂଯୋଜନାରେ ଆୟୋଜିତ ସଭାରେ ସାନଖେମୁଣ୍ଡି ବିଧାୟକ ରମେଶ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିବା ବେଳେ ନୂତନ ଜ୍ଞାନ କୌଶଳ ପ୍ରୟୋଗରେ ଚାଷୀ ମାନଙ୍କ ଅମଳ ବୃଦ୍ଧି, ମୃତ୍ତିକା ପରୀକ୍ଷା, ସମ୍ମନ୍ଵିତ ଖାଦ୍ୟ ସାର୍ ପରିଚାଳନାର ଉପଯୋଗୀ ମତ୍ସ୍ୟ ଓ ପଶୁପାଳନ ର ଉତ୍ପାଦିକା ବୃଦ୍ଧି ଆଦି ସମ୍ପର୍କରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ସାନଖେମୁଣ୍ଡି ବ୍ଲକ୍ ଅଧ୍ୟକ୍ଷ ସିମାଂଚଳ ପାତ୍ର,ସରପଂଚ ସିମାଞ୍ଚଳ ଗୌଡ଼ ଜିଲ୍ଲା କୃଷି ଅଧିକାରୀ ପ୍ରଶାନ୍ତ ନାଥ, ମୁଖ୍ୟ ବୈଜ୍ଞାନିକ ଡଃ ଦିଲୀପ କୁମାର ପଣ୍ଡା, କୃଷି ବିଜ୍ଞାନ କେନ୍ଦ୍ର ବୈଜ୍ଞାନିକ ଡଃ ଦେବାଶିଷ ଷଡ଼ଙ୍ଗୀ, ସହକାରୀ ଉଦ୍ୟାନ କୃଷି ଅଧିକାରୀ ସୁଶ୍ରୀ ସୁରଭି ଗଡନାଇକ, ସାନଖେମୁଣ୍ଡି ସହକାରୀ କୃଷି ଅଧିକାରୀ ସାର୍ଥକ ପାଣି ଉପସ୍ଥିତ ରହିଥିଲେ। ଆୟୋଜିତ ସଭାରେ ବିଭିନ୍ନ ପଞ୍ଚାୟତ ଚାଷୀ ବିକଶିତ କୃଷି।ସଂକଳ୍ପ ଅଭିଯାନ ସାମିଲ ହେବା ସହ ଉନ୍ନତ ପ୍ରଣାଳୀ ରେ ଚାଷ କରିବା ପାଇଁ ପ୍ରେରଣା ପାଇଥିଲେ।