You are currently viewing ସରସ୍ୱତୀ ବିଦ୍ୟା ନନ୍ଦିରରେ ବନ ମହୋତ୍ସବ ପାଳନ .
ସରସ୍ୱତୀ ବିଦ୍ୟା ନନ୍ଦିରରେ ବନ ମହୋତ୍ସବ ପାଳନ .

ଖଲ୍ଲିକୋଟ
ତା.5 /୭/୨୫ ତାରିଖ ଦିବା ଆଠ ଘଟିକା ସମୟରେ, ବନ ମହୋତ୍ସବ ପାଳନ ଉପଲକ୍ଷେ, ଖଲ୍ଲିକୋଟ ଫୁଲଝର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ପାଳିତ ହୋଇ ଯାଇଛି l ଏହି ଉତ୍ସବରେ ଶ୍ରୀଯୁକ୍ତ ଅମୀୟ ରଞ୍ଜନ ଜେନା (ADG) ଅତିରିକ୍ତ ଜିଲ୍ଲା ଦୈରା ଜର୍ଜ ଖଲ୍ଲିକୋଟ, ଶ୍ରୀଯୁକ୍ତ ସିଦ୍ଧାର୍ଥ ଶଙ୍କର ବେହେରା (ବିନାଞ୍ଚଳ ଅଧିକାରୀ), ନୀଳମଣୀ ସେଠୀ (ମୁଖ୍ୟ କିରାଣୀ) ଦିଲ୍ଲୀପ କୁମାର ନାୟକ, ଦିବ୍ୟ ଶଙ୍କର ବେହେରା (ସହକାରୀ ବନ ସଂରକ୍ଷକ), ସନ୍ତୋଷ କୁମାର ବେହେରା (ବନପାଳ), ରାଜେଶ୍ୱର ବେହେରା (ବନରକ୍ଷୀ), ଶିଶୁ ବିଦ୍ୟା ମନ୍ଦିର ସମ୍ପାଦକ ସନ୍ତୋଷ କୁମାର ମହାପାତ୍ର, ପ୍ରଧାନ ଆଚାର୍ଯ୍ୟ ସନ୍ତୋଷ କୁମାର ଶତପଥି, ଶିଶୁ ବାଟିକାର ସମସ୍ତ ଗୁରୁମା, ଅବଦୁଲ କଲାମ ଚାରିଟେବଲ ଟ୍ରଷ୍ଟ ର ସଭାପତି ପୂର୍ଣ୍ଣିଚନ୍ଦ୍ର ବେହେରା, ସମ୍ପାଦଜ ଶ୍ରୀଯୁକ୍ତ ପଞ୍ଚାନନ ସୁର, ବନ ବିଭାଗର ସମସ୍ତ କର୍ମଚାରୀ, ଏବଂ ସ୍ଥାନୀୟ କୋର୍ଟର ସମସ୍ତ ପଦାଧିକାରୀ ଉପସ୍ଥିତ ହୋଇ ବାଦାମ, ବଉଳକୋଳି, ଅଁଳା, ସୀତାଫଳ, କରମଙ୍ଗା, ସହ ବିଭିନ୍ନ ପ୍ରକାର ଔଷଧୀୟ ବୃକ୍ଷ ରୋପଣ କରିଥିଲେ

l ପରିବେଶ ପାଇଁ ବୃକ୍ଷର ଉପକାରିତା ବିଷୟରେ ଅତିରିକ୍ତ ଦୈରା ଜର୍ଜ ଉପସ୍ଥିତ ସମସ୍ତ କର୍ମକର୍ତ୍ତାଙ୍କୁ ବୁଝାଇବା ସହ କିଛି ସମୟ ପାଇଁ ଶିଶୁ ମନ୍ଦିରର ଶିଶୁ ବାଟିକାର ଶିଶୁ ଭାଇ ଭଉଣୀ ଙ୍କ ସହ କଟାଇଥିଲେ l ଶିଶୁ ବିଦ୍ୟା ମନ୍ଦିରର ପରିବେଶ, ଶୃଙ୍ଖଳା ଏବଂ ଶିକ୍ଷାଦାନ ପ୍ରଣାଳୀଙ୍କୁ ଭୁରୁୟଶୀ ପ୍ରଶଂସା କରିବା ସହ ପୁଣି ଥରେ ସୁଯୁଗ ମିଳିଲେ ଆଶି ଶିଶୁ ମାନଙ୍କ ସହ ଏବଂ ଗୁରୁଜୀ ଗୁରୁମାଙ୍କ ସହ ମିଶିବା ପାଇଁ ପ୍ରତିଶୃତି ଦେଇ ବିଦାୟ ନେଇଥିଲେ |
ରିପୋର୍ଟ : ମାଧବ ବେହେରା, ଖଲ୍ଲିକୋଟ