You are currently viewing କୋଦଳା ଥାନା ଅଞ୍ଚଳରେ ସାଇବର୍ ଅପରାଧକୁ ନେଇ ପୋଲିସ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
କୋଦଳା ଥାନା ଅଞ୍ଚଳରେ ସାଇବର୍ ଅପରାଧକୁ ନେଇ ପୋଲିସ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅଞ୍ଚଳରେ ଗୁରୁବାର ପରିକ୍ରମା କରିଛି ସାଇବର ଅପରାଧ ସଚେତନତା ରଥ। ପଥପ୍ରାନ୍ତ ନାଟକ, ଚଳଚ୍ଚିତ୍ର ମାଧ୍ୟମରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ପରିସରରେ ଛାତ୍ର ଛାତ୍ରୀଙ୍କୁ ସଚେତନତା କରାଯାଇଛି। ସାଇବର ଅପରାଧକୁ ପ୍ରତିହତ ସହ ସମ୍ପୂର୍ଣ୍ଣ ଉଚ୍ଛେଦ ଏହାର ମୁଖ୍ୟ ଉଦ୍ଦେଶ୍ୟ ଏବଂ ଯୁବପିଢ଼ିଙ୍କ ଗୁରୁ ଦାୟିତ୍ବ ରହିଥିବା କୁହା ଯାଇଛି। ପ୍ରଥମେ କଞ୍ଚଣା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଏନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ପରେ କୋଦଳା ଲଷ୍ମୀ ନାରାୟଣ ମହାବିଦ୍ୟାଳୟ ଓ ବିଇଡି କଲେଜ ଠାରେ ସଚେତନତା କରାଯାଇଛି ।
ଏଥିରେ ଆସିଥିବା ପୋଲିସ ଟିମ୍ ସହ କୋଦଳା ଥାନା ପୋଲିସ କର୍ମଚାରୀ ମାନେ ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନଙ୍କୁ ସାଇବର୍ ସୁରକ୍ଷାକୁ ନେଇ ସଚେତନତା କରିଥିଲେ। ଦିନକୁ ଦିନ ସାଇବର ଅପରାଧ ବଢ଼ୁଥିବାରୁ ଏହାର ସମାଧାନ ପାଇଁ ବ୍ଯାପକ ସଚେତନତା ଆବଶ୍ୟକ ରହିଛି। ଏଣୁ ସାଇବର ସୁରକ୍ଷା ଅଭିଯାନ ଓଡ଼ିଶା-୨୦୨୩ ଆରମ୍ଭ ହୋଇଛି। ଅକ୍ଟୋବର ୨ରୁ ୧୫ ପର୍ଯ୍ୟନ୍ତ ସାଇବର ସୁରକ୍ଷା ନେଇ ସଚେତନତା ରଥ ବାହାରିଥିବା ବେଳେ ଏଥିରେ ସ୍କୁଲ ଓ କଲେଜ ଛାତ୍ର ଛାତ୍ରୀଙ୍କୁ ନେଇ ସଚେତନତା କାର୍ଯ୍ୟକ୍ରମ କରାଯାଉଥିବା କହିଛନ୍ତି ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ।
ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।