You are currently viewing ବିଜେପି ପକ୍ଷରୁ ପାଣ୍ଡିଆ ମଣ୍ଡଳରେ ସମର୍ପଣ ଦିବସ ପାଳିତ
ବିଜେପି ପକ୍ଷରୁ ପାଣ୍ଡିଆ ମଣ୍ଡଳରେ ସମର୍ପଣ ଦିବସ ପାଳିତ

ଭାରତୀୟ ଜନତା ପାର୍ଟି ର ଆଦର୍ଶ ତଥା ଜନସଙ୍ଘ ର ପ୍ରତିଷ୍ଠାତା ସଦସ୍ୟ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ପୂଣ୍ୟତିଥି ତଥା ସମର୍ପଣ ଦିବସ ଆଜି କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ର ପାଣ୍ଡିଆ ମଣ୍ଡଳ ସ୍ତରରେ ଅନୁଷ୍ଠିତ ହୋଇ ଯାଇଛି ।
ରାଜ୍ୟ ସଂଯୋଜକ, କିସାନ ମୋର୍ଚ୍ଚା ପ୍ରତାପ ନାୟକଙ୍କ ସଂଯୋଜନା ଏବଂ ପାଣ୍ଡିଆ ମଣ୍ଡଳ ସଭାପତି ଶ୍ରୀକାନ୍ତ ପଣ୍ଡା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ବରିଷ୍ଟ ନେତା ପ୍ରତାପ ଚନ୍ଦ୍ର ନାୟକ ଦୀନ ଦୟାଲ ଜୀଙ୍କ ଜୀବନୀ,ନିତୀ ,ଆଦର୍ଶ ଓ କେନ୍ଦ୍ରର ବିଜେପି ସରକାର ର ଜନ କଲ୍ୟାଣ କାରୀ ଯୋଜନା ଉପରେ ଆଲୋକପାତ କରିଥିଲେ ।
ଆସ୍କା ଲୋକସଭା ବିସ୍ତାରକ ସନ୍ତୋଷ ବିଶ୍ୱାଳ ଯୋଗଦାନ କରି ଦୀନ ଦୟାଲ ଜୀଙ୍କ ଜୀବନୀ ଉପରେ ସାଧାରଣ ଜନତାଙ୍କୁ ଜଣେଇବା ସହିତ ମୋଦୀ ସରକାର ଙ୍କ ବିଭିନ୍ନ ଯୋଜନା ବିଷୟରେ ଲୋକଙ୍କୁ ଅବଗତ କରାଇବାକୁ କାର୍ଯ୍ୟକର୍ତ୍ତା ମାନଙ୍କୁ କହିଥିଲେ ।
ଆଜିର ଏହି କାର୍ଯ୍ୟକ୍ରମରେ ମଣ୍ଡଳ ସାଧାରଣ ସଂପାଦକ ନାରାୟଣ ଡାକୁଆ , କୋଦଳା ୪ନଂ କାଉନସିଲର ସୂର୍ଯ୍ୟାଶୁଂ ବେହେରା,ପ୍ରଭାକର ବେହେରା, ତୋଫାନ ସେଠୀ, ଅଭିରାମ ରେଡ୍ଡି, ନାରାୟଣ ବିଶ୍ୱାଳ, ଜଗନ୍ନାଥ ପଟ୍ଟନାୟକ, ବସନ୍ତ ସାହୁ, ରାଜୀବ ଲୋଚନ ବେହେରା,ପଦ୍ମ ଚରଣ ପରିଡା, ଯୁବ ସଭାପତି କୃଷ୍ଣ୍ ବିଶୋଇ, ଯୁଦ୍ଧିଷ୍ଠିର ବେହେରା,ସନ୍ତୋଷ ସାହୁ ସମେତ ପାଣ୍ଡିଆ ମଣ୍ଡଳ ଶତାଧିକ କାର୍ଯ୍ୟକର୍ତ୍ତା ଯୋଗଦାନ କରି ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟ ଜୀ ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
ଶେଷରେ ଯୁବନେତା ବସନ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
ଗଞ୍ଜାମ କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।