You are currently viewing ଲଛିପୁର ଥାନା ରେ ମେଗା ରକ୍ତଦାନ ଶିବିର ଆୟୋଜିତ
ଲଛିପୁର ଥାନା ରେ ମେଗା ରକ୍ତଦାନ ଶିବିର ଆୟୋଜିତ

ସୁବର୍ଣ୍ଣପୁର ପୋଲିସ ର ଲଛିପୁର ଥାନା ରେ ମୋ ସରକାର ଆନୁକୁଲ୍ୟ ରେ ଏକ ମେଗା ରକ୍ତଦାନ ଶିବିର ଆୟୋଜିତ ହୋଇ ଯାଇଛି। ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଏ ରକ୍ତ ଦାନ ଶିବିର କୁ ଉଦଘାଟିତ କରିଥିଲେ । ଲଛିପୁର ର ଭାରପ୍ରାପ୍ତ ଥାନା ଅଧିକାରୀ ସୋଭାକର ସେଠ୍ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ର ଏହି ରକ୍ତ ଦାନ ଶିବିର ରେ 20ଜଣ ମହିଳା ଓ 36 ଜଣ ରକ୍ତ ଦାନ କରି ଥିଲେ।

ସମୁଦାୟ 145 ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ଜିଲ୍ଲା ତଥା ରାଜ୍ୟର କୌଣସି ରୋଗୀ ରକ୍ତ ଅଭାବ ରେ ଜୀବନ ନ ଯିବା ସକାଶେ ଓଡିଶା ପୋଲିସ ସବୁବେଳେ ଏହିପରି ଭାବରେ ରକ୍ତ ଦାନ ଶିବିର ଆୟୋଜନ କରିବ ବୋଲି ଏସପି କହିଛନ୍ତି।

ଏହି ରକ୍ତ ଦାତା ଶିବିର କୁ ଜିଲ୍ଲା ଆରକ୍ଷୀ ନିରୀକ୍ଷକ କାହୁଁ ଚରଣ ମାରାଣ୍ଡି, ଜିଲ୍ଲା ପୋଲିସ ରକ୍ତ ସଂଯୋଜକ ମନୋଜ୍ ପଣ୍ଡା ସମେତ ଲଛିପୁର ର SI ସରୋଜ ପାଣିଗ୍ରାହି,ASI ଜୟନ୍ତ ଧରୁଆ,ହାବିଲଦାର ବୃନ୍ଦାବନ ପଞ୍ଚବିହାର, ପ୍ରୁଥିରାଜ୍ କୁମର, ସତ୍ୟାନନ୍ଦ ଧରୂଆ, କୈବଲ୍ୟ ମାଟି, ଧର୍ମେନ୍ଦ୍ର ସାହୁ, ବିକ୍ରମ ଦାସ ତଥା ଅଞ୍ଚଳର ସ୍ୱେଚ୍ଛା ସେବୀ ଘନଶ୍ୟାମ ମହଲିଙ୍ଗ, ଶଙ୍କର ପ୍ରସାଦ ସା, ଜ୍ୟୋତି ରଞ୍ଜନ ନୁଆଇଁ, ଆଶିଷ ନନ୍ଦ,ସୋମନାଥ ହାତୀ, ଭୀମ ସେନ ସିଂହ ସମେତ ଅଂଚଳର ସର୍ବ ସାଧାରଣ ସହୟୋଗ କରିଥିଲେ।

ଏହି ଅବସର ରେ ମହାନଦୀ ନେତ୍ର ଚିକିତ୍ସାଳୟ ତରଫରୁ ଏକ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇ ଯାଇଛି। 40ଜଣ ଚକ୍ଷୁ ପରୀକ୍ଷା କରିବା ସହିତ 10ଜଣ ଙ୍କୁ ମୋତିଆବିନ୍ଦୁ ଅସ୍ତ୍ରୋପଚାର ପାଇଁ ପଣ୍ଡା ପାଲି କୁ ସ୍ଥାନନ୍ତରିତ କରା ଯାଇଛି।

ରିପୋର୍ଟ ରଞ୍ଜନ ହୋତା