କୋଦଳା
ସାଧାରଣ ଲୋକଙ୍କ ନିକଟରେ ପ୍ରତିଟି ସମୟରେ ପହଞ୍ଚିବା ସହ ସୁଖରେ ଦୁଃଖରେ ଠିଆ ହେବା ପାଇଁ ନିକଟରେ ଗଠିତ ହୋଇଥିବା କବିସୂର୍ଯ୍ୟ ଯୁବ ସଂଗଠନ ରବିବାର ଏକ ବିଶାଳ ପଦଯାତ୍ରା ସହ ସମାବେଶ ଆୟୋଜିତ କରିଛି। ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ହଜାର ହଜାର ଯୁବକ ମାନଙ୍କୁ ନେଇ କୋଦଳା ଠାରେ ଏକ ବିରାଟ ପଦଯାତ୍ରା ଦେଖିବାକୁ ମିଳିଛି ।ଦଣ୍ଡିଶ୍ୱର ମନ୍ଦିର ଠାରୁ ବାହାରିଥିବା ଏହି ପଦଯାତ୍ରାରେ ହଜାର ହଜାର ଯୁବକ ମାନେ ସାମିଲ ହୋଇଥିବା ବେଳେ ସହର ପରିକ୍ରମା ପରେ ଏକ ବିଶାଳ ସମ୍ମିଳନୀରେ ଯୋଗ ଦେଇଥିଲେ।
କବିସୂର୍ଯ୍ୟନଗର ଯୁବ ସଂଗଠନର ଆବାହକ ତଥା ସଭାନେତ୍ରୀ ରଞ୍ଜିତା ସାହୁଙ୍କ ନେତୃତ୍ବରେ ଅନୁଷ୍ଠିତ ଉକ୍ତ ଶୋଭାଯାତ୍ରା ଓ ସମାବେଶକୁ ନେଇ ନିର୍ବାଚନ ମଣ୍ଡଳୀରେ ଚର୍ଚ୍ଚା ଏବେ ଜୋର ଧରିଛି। ଉକ୍ତ ବିଶାଳ ସମାବେଶରେ ପ୍ରାୟ ୫ ହଜାରରୁ ଊର୍ଦ୍ଧ୍ବ ଯୁବକ ଯୋଗ ଦେଇଥିବା ବେଳେ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ପ୍ରତି ଅଞ୍ଚଳରୁ ଯୁବକ ମାନେ ସାମିଲ ହୋଇଥିବା ଜଣାପଡିଛି। ସଂଗଠନର ସଭାନେତ୍ରୀ ରଞ୍ଜିତା ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମାବେଶରେ ମୁଖ୍ୟ ଅତିଥି ଭାବେ କୋଦଳା ପୂର୍ବତନ ଅଧ୍ୟକ୍ଷ ତଥା ବରିଷ୍ଠ ନେତା ହରପ୍ରସାଦ ସାହୁ, ସମ୍ମାନିତ ଅତିଥି ଭାବେ କୋଦଳା ପୂର୍ବତନ ଅଧ୍ୟକ୍ଷା ସୁନୀତା ପ୍ରଭା ସାହୁ, ବରିଷ୍ଠ ସମାଜସେବୀ ବିଜୟ କଅଁର, ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀର ମହାସଚିବ ଦଣ୍ଡପାଣି ମହାପାତ୍ର, ବେଗୁନିଆପଡ଼ା ବ୍ଳକ ପୂର୍ବତନ ଉପାଧ୍ୟକ୍ଷ ଭ୍ରମରବର ଭୂୟାଁଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ସଂଗଠନର ଶୁଭ କାମନା କରିବା ସହିତ ଆଗାମୀ ଦିନରେ ଜନହିତକର କାର୍ଯ୍ଯରେ ନିୟୋଜିତ ହେବାକୁ ପ୍ରେରଣା ଦେଇଥିଲେ। ପରେ ଏକ ରଂଗାରଂଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।
