You are currently viewing ତାରା ତାରିଣୀ ମହାବିଦ୍ୟାଳୟରେ “ନୂଆ-ଓ” ଓଡିଆ ସାହିତ୍ୟ ପ୍ରତିଯୋଗିତା ଏବଂ ପୁରସ୍କାର ବିତରଣ ଉତ୍ସବ ଉଦ୍‌ଯାପିତ
ତାରା ତାରିଣୀ ମହାବିଦ୍ୟାଳୟରେ “ନୂଆ-ଓ” ଓଡିଆ ସାହିତ୍ୟ ପ୍ରତିଯୋଗିତା ଏବଂ ପୁରସ୍କାର ବିତରଣ ଉତ୍ସବ ଉଦ୍‌ଯାପିତ

ଗଞ୍ଜାମ-ପୁରୁଷୋତ୍ତମପୁର ତାରାତାରିଣୀ ଉଚ୍ଚ ମାଧ୍ୟମିକ ଓ ସ୍ନା ତକ ମହାବିଦ୍ୟାଳୟ ରେ “ନୂଆ-ଓ, ଓଡିଆ ସାହିତ୍ୟ ପ୍ରତିଯୋଗିତା”ଏବଂ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି “ବିଶ୍ୱ ଓଡିଆ ଭାଷା ସମ୍ମିଳନୀ”ର ଆୟୋଜନ ଓ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭ ଉଦଘାଟନ ପରିପ୍ରେକ୍ଷୀରେ ତିନି ଦିନ ହେଲା ଚାଲିଥିବା ଛାତ୍ର-ଛାତ୍ରୀମାନଙ୍କ ମଧ୍ୟରେ ଓଡ଼ିଆ ଭାଷା ଓ ସଂସ୍କୃତିକୁ ସୁରକ୍ଷା ପାଇଁ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା,ଏଥିରେ ଓଡିଆ କବିତା ଲିଖନ, ପ୍ରବନ୍ଧ ଲିଖନ, ହସ୍ତାକ୍ଷର, କୁଇଜ୍,ସ୍ଲୋଗାନ ଲିଖନ, ବିତର୍କ, ଭଜନ ଗାନ, ଲୋକନୃତ୍ୟ, ଓଡ଼ିଆ ଖାଦ୍ୟ ପ୍ରସ୍ତୁତି ଇତ୍ଯାଦିର ପ୍ରତିଯୋଗିତା ଏବଂ “ବିଶ୍ଵ ଭାତୃତ୍ବ ଓ ଶ୍ରୀଜଗନ୍ନାଥ ସଂସ୍କୃତି” ଶୀର୍ଷକ ଏକ ପାଠଚକ୍ର ଅନୁଷ୍ଠିତ ହୋଇଥିଲା।

ଏହି ମହା ବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ସିମାଞ୍ଚଳ ପଟ୍ଟନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଉଦଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥ୍ ଭାବେ ଖଲିକୋଟ ବିଧାୟିକା ଶ୍ରୀମତୀ ସୂର୍ଯ୍ୟମଣୀ ବୈଦ୍ୟ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟର ଓଡ଼ିଆ ପ୍ରାଧ୍ୟାପିକା ଡକ୍ଟର ବିଦ୍ୟୁତ ପ୍ରଭା ସାହୁ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ ମହାବିଦ୍ୟାଳୟର ପରିଚାଳନା ପରିଷଦର ସଭାପତି ଶ୍ରୀ ବାସୁଦେବ ମହାପାତ୍ର, ବିଶଷ୍ଟ ଶିକ୍ଷାବିତ୍ ଶ୍ରୀ ପ୍ରଫୁଲ୍ଲ କୁମାର ରଥ,ଏ.ରାଜ ଗୋପାଳ ରାଓ ଓ ପ୍ରାକ୍ତନ ଅଧ୍ୟକ୍ଷ ଶ୍ରୀ

ଅରବିନ୍ଦ ପଣ୍ଡା ଯୋଗଦେଇ ଓଡ଼ିଆ ଭାଷା ଓ ସାହିତ୍ୟର ଐତିହ୍ୟ ଓ ବିଶ୍ୱ ଭାତୃତ୍ଵ ଓ “ଶ୍ରୀ ଜଗନ୍ନାଥ”ଙ୍କ ବିଷୟରେ ଆଲୋଚନା କରିଥିଲେ ଓଡିଆ ବିଭାଗର ଅଧ୍ୟାପକ ଡ଼କ୍ଟର ରମେଶ ଚନ୍ଦ୍ର ସେନାପତି ଅତିଥି ମାନଙ୍କୁ ନିମନ୍ତ୍ରଣ ତଥା ବିବରଣୀ ପାଠ କରିଥିଲେ, ଡ଼.ସୁରେନ୍ଦ୍ର ନାଥ ପଣ୍ଡା ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ,ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାର ସଫଳ ପ୍ରତିଯୋଗୀ ମାନଙ୍କୁ ନଗଦ ପୁରସ୍କାର ସହିତ ଉନ୍ନତ ମାନପତ୍ର ପ୍ରଦାନ କରାଯାଇଥିଲା,ଅଧ୍ୟାପିକା ସନ୍ଧ୍ୟା ରାଣୀ ପାତ୍ର ଡ଼.ପ୍ରଦୀପ କୁମାର ସାହୁ ଡ଼.ମୋନାଲିସା ମିଶ୍ର,ଶ୍ରୀ ଗୌରାଙ୍ଗ ଚରଣ ପଟ୍ଟନାୟକ,ଡ଼.ପ୍ରଶାନ୍ତ କୁମାର ପଟ୍ଟନାୟକ,ଏବଂ ସୁଶାନ୍ତ କୁମାର ସାହୁ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ