You are currently viewing ଆଞ୍ଚଳିକ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ
ଆଞ୍ଚଳିକ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ

ଆଞ୍ଚଳିକ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶୁଭାରମ୍ଭ ଓ ପ୍ରଥମ ବର୍ଷ କଳା ଛାତ୍ରୀ ମାନଙ୍କର ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯକ୍ରମ ରେ ମହିଳା ବିଦ୍ୟାଳୟ ର ସଭାପତି- ଶ୍ରୀଯୁକ୍ତ ଦୁର୍ଯ୍ୟୋଧନ ରାଉତ, ସମ୍ପାଦକ- ଲୋଚନ ମହଲା, ସ୍ୱତନ୍ତ୍ର ଅତିଥି – ଶ୍ରୀଯୁକ୍ତ ରାଜେନ୍ଦ୍ର ବିଜୟ ସାହୁ ( GPP ବଲାଙ୍ଗିର ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ନମିନୀ) ବହଳ ପଦର୍ UGHS ସଭାପତି – ଶ୍ରୀଯୁକ୍ତ ଦେବେନ୍ଦ୍ର କୁମାର ହାତୀ , ମହିଳା ବିଦ୍ୟାଳୟର ପରିଚାଳନା ପରିଷଦ ର ସକ୍ରିୟ ସଦସ୍ୟ ଶ୍ରୀଯୁକ୍ତ ସତ୍ୟନାରାୟଣ ନାଏକ, ଶ୍ରୀଯୁକ୍ତ ତ୍ରିବିକ୍ରମ ସାହୁ । ନନ୍ଦିନୀ ରଣା, ଶ୍ରୀଯୁକ୍ତ ଲକ୍ଷ୍ମଣ ରଣା ଏବଂ ଓଡ଼ିଆ ଅଧ୍ୟାପକ ଶ୍ରୀଯୁକ୍ତ ବିଶେଶ୍ୱର ଗୁରୁ ସଭା କାର୍ଯ୍ୟରେ ଉପସ୍ଥିତ ହୋଇ ଛାତ୍ରୀ ମାନଙ୍କର ଭବିଷ୍ୟତ, ଚରିତ୍ର ଗଠନ ଓ ଶିକ୍ଷକ ମାନଙ୍କର ଭୂମିକା ବିଷୟରେ ଆଲୋକପାତ କରି ବିଦ୍ୟାଳୟ ର ନୂତନ ଚିନ୍ତାଧାରା ଓ ଆଭିମୁଖ୍ୟ ବିଷୟରେ ଆଲୋଚନା କରିଥିଲେ। ଅବିଭାବକ ଓ ଛାତ୍ରୀ ନିଜ ନିଜ ମନ୍ତବ୍ୟ ଓ ପରିଚୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ କୁ ଶ୍ରୀଯୁକ୍ତ ନକୁଳ ନାଏକ ପରିଚାଳନା କରି ସୌରଭ ଏଜୁକେଶନାଲ ଚାରିଟେବୁଲ ଟ୍ରଷ୍ଟ ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ବିଶଦ୍ ଭାବରେ ଆଲୋଚନା କରିଥିଲେ ଏବଂ ବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଅଣ କର୍ମଚାରୀ ବୃନ୍ଦ କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ ଶେଷରେ ଇଂରାଜୀ ଅଧ୍ୟାପକ ଶ୍ରୀମାନ୍ ରଜମିତ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।