ଧରାକୋଟ ,୦୯-୦୨-୨୦୨୪ ଧରାକୋଟ ବ୍ଳକ ଅନ୍ତର୍ଗତ ବଳରାମପୁର ଗ୍ରାମ ପଞ୍ଚାୟତର ସରକାରୀ ଆଶ୍ରମ ବିଦ୍ୟାଳୟ ବଳରାମପୁର ରେ ଚଳିତ ଶିକ୍ଷାବର୍ଷ ୨୦୨୩-୨୪ର ବାର୍ଷିକ ଉତ୍ସବ ସହ ବାର୍ଷିକ କ୍ରିଡ଼ା ଉତ୍ସବ ଆଜି ପାଳନ ହୋଇଯାଇଛି । ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଅନିଲ କୁମାର ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଗୋଷ୍ଠୀ ଶିକ୍ଷାଧିକାରୀ ଲିଙ୍ଗରାଜ ସ୍ୱାଇଁ , ମୁଖ୍ୟ ବକ୍ତା ଭାବେ ଅତିରିକ୍ତ ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ହୋତା, ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଂଚ ଗୀତାଞ୍ଜଳି ମଳିକ,ସ୍କୁଲ ପରିଚାଳନା କମିଟି ଅଧ୍ୟକ୍ଷ ଶରତ ବେହେରା, ସମାଜସେବୀ ବିଭୁତି ଭୁଷଣ ସ୍ୱାଇଁ,ନାଏବ ସରପଞ୍ଚ ପ୍ରଫୁଲ୍ଲ ବେହେରା, ସିଆରସିସି ଶ୍ରୀ ଗଉରୀ ଶଙ୍କର ଶତପଥି ଙ୍କ ସମେତ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଯୋଗଦାନ କରିଥିଲେ। ପ୍ରଧାନ ଶିକ୍ଷକ ଅଜୟ କୁମାର ଦାଶ ବିବରଣୀ ପାଠ କରି ମଞ୍ଚ ପରିଚାଳନା କରିଥିଲେ । ଶିକ୍ଷକ ଉମାକାନ୍ତ ବେହେରା, ଦାଶରଥି ବେହେରା,କାଳୁ ଚରଣ ଗଉଡ଼,ତରୁଣ କୁମାର ସାହୁ, ଉଷାରାଣୀ ଶତପଥୀ ଏଥିରେ ସମ୍ପୁର୍ଣ୍ଣ ସହଯୋଗ ପ୍ରଦାନ କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀ ମାନ ଙ୍କ ଦ୍ଵାରା ମନୋଲୋଭା ସାଂସ୍କୃତିକ ନୃତ୍ୟ,ଲୋକ ନୃତ୍ୟରେ ପରିବେଷଣ କରାଯାଇଥିଲା।

ଏଥିରେ ସମସ୍ତ ପିତାମାତା ଓ ଅଭିଭାବକ ଉପସ୍ଥିତ ରହି ଆନନ୍ଦ ପ୍ରକାଶ କରିଥିଲେ। ଅତିଥି ମାନେ ବିଦ୍ୟାଳୟ ଛାତ୍ରଛାତ୍ରୀ ଙ୍କ ସହ ଶୈକ୍ଷିକ କାର୍ଯ୍ୟକ୍ରମ କୁ ଭୂୟସୀ ପ୍ରଶଂସା କରିଥିଲେ।ଏକ ଶହ ତିରିଶି ଛାତ୍ରଛାତ୍ରୀ ଙ୍କୁ ଆକର୍ଷଣୀୟ ସିଲ୍ଡ ଟ୍ରଫି ଏବଂ ପୁସ୍ତିକା ସହ ମାନପତ୍ର ଦେଇ ପୁରସ୍କୃତ କରାଯାଇଥିଲା। ଶେଷରେ କାଳୁଚରଣ ଗଉଡ଼ ଧନ୍ୟବାଦ ଅର୍ପଣ କରିଥିଲେ।
