You are currently viewing ନୂଆଁ ଓ ଯୁବ ଓଡ଼ିଶା,ନବୀନ ଓଡ଼ିଶା” ଉଦଜାପନୀ ଉତ୍ସବ କାର୍ଯ୍ୟକ୍ରମରେ ଯୋଗଦେଲେ ଖଲ୍ଲିକୋଟ ବିଧାୟିକା
ନୂଆଁ ଓ ଯୁବ ଓଡ଼ିଶା,ନବୀନ ଓଡ଼ିଶା” ଉଦଜାପନୀ ଉତ୍ସବ କାର୍ଯ୍ୟକ୍ରମରେ ଯୋଗଦେଲେ ଖଲ୍ଲିକୋଟ ବିଧାୟିକା

ପୁରୁଷୋତ୍ତମପୁର, ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ- ୨୦୨୩ ପାଳନ ଅବସରରେ “ନୂଆଁ ଓ ଯୁବ ଓଡ଼ିଶା,ନବୀନ ଓଡ଼ିଶା” ତରଫରୁ ପର୍ଯ୍ୟାୟ କ୍ରମେ ଆୟୋଜିତ ମହାବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତା,ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ପାଳନ ଅବସରରେ ପୁରୁଷୋତ୍ତମପୁର ସହର ସ୍ଥିତ ତାରାତାରିଣୀ ମହାବିଦ୍ୟାଳୟ ଏବଂ ଉଚ୍ଚଶିକ୍ଷା ମାଧ୍ୟମିକ ବିଦ୍ୟାଳୟର ଅଧକ୍ଷ ଡ଼କ୍ଟର ସିମାଞ୍ଚଳ ପଟ୍ଟନାୟକଙ୍କ ସଭାପତିତ୍ୱରେ ଉଦଯାପନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l.

ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଖଲ୍ଲିକୋଟ ବିଧାୟିକା ଶ୍ରୀମତୀ ସୂର୍ଯ୍ୟମଣି ବୈଦ୍ୟ ‘ସେହିପରି ସମ୍ମାନିତଅତିଥି ଭାବେ ବ୍ରହ୍ମପୁର ଆଞ୍ଚଳିକ ନିର୍ଦେଶକ ଡ଼କ୍ଟର ସିଦ୍ଧାର୍ଥ ଶଙ୍କର ପାଢ଼ୀ,ବ୍ରହ୍ମପୁର ଉଚ୍ଚମାଧ୍ୟମିକ ଶିକ୍ଷା ବୋର୍ଡର ନିର୍ଦେଶକସୁଶାନ୍ତ ଦାସ ,କଲେଜ ପରିଚାଳନା କମିଟି ସଭାପତି ଶ୍ରୀ ବାସୁଦେବ ମହାପାତ୍ର,ପ୍ରମୁଖ ଅତିଥି ଭାବେ ମଞ୍ଚାସିନ ଥିଲେ l ମହାବିଦ୍ୟାଳୟର ଅଧ୍ୟାପକ ଡ଼କ୍ଟର ରମେଶ ଚନ୍ଦ୍ର ସେନାପତି ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ l ସେହିପରି ଅଧ୍ୟାପକ ଡ଼କ୍ଟର ସୁବ୍ରତ ଷଡ଼ଙ୍ଗୀ ସମ୍ପାଦକ ବିବରଣୀ ପଠନ କରିଥିଲେ l ଉକ୍ତ ଉତ୍ସବ ରେ ଅଧ୍ୟାପକ ଡ଼କ୍ଟର ପ୍ରବୀର କିଶୋର ପ୍ରଧାନ ସ୍ବାଗତଂ ସଂଗୀତ ପରିବେଷଣ କରିଥିଲେ l

ନୋଡାଲ ଅଫିସର ଅଧ୍ୟାପକ ଶ୍ରୀରାମ ମିଶ୍ର,ଅଧ୍ୟାପିକା ବନୀତା ଖୁଣ୍ଟିଆ,ସୁରେନ୍ଦ୍ର ପଣ୍ଡା ପ୍ରମୁଖ ସଭାପତି ଉତ୍ସବକୁ ପରିଚାଳନା କରିଥିଲେ l ଅନୁଷ୍ଠାନର ଛାତ୍ର ଛାତ୍ରୀ, କ୍ରୀଡାବିତ, ଶିକ୍ଷାବିତ୍, ସ୍ଥାନୀୟ ଜନପ୍ରତିନିଧି ତଥା ସର୍ବବର୍ଗିୟ ବିଜେଡି ନେତୃବୃନ୍ଦଙ୍କ ଉପସ୍ଥିତିରେ ଯୋଗଦେଇଥିଲେ l ଏହି ଅବସରରେ ସମସ୍ତ ଅତିଥି ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ ୩ ଜଣ ଚମ୍ପିୟାନ ଭାବେ ସ୍ୱତନ୍ତ୍ର ପୁରସ୍କୃତ କରିଯାଇଥିବା ଛାତ୍ର ଛାତ୍ରୀ ହେଲେ ପୂଜା ବେହେରା, ଚନ୍ଦନ ବସ୍ତିଆ, ବିଦୁଭୁଷଣ ସ୍ୱାଇଁ, ଅନ୍ୟ ଛାତ୍ର ଛାତ୍ରୀ ଉତ୍ସାହିତ କରିବା ସହିତ ବିଜୟୀ ପ୍ରତିଯୋଗୀ ତଥା ଦଳକୁ ମାନପତ୍ର ଦେଇ ପୁରସ୍କୃତ କରିଥିଲେ ଏବଂ ସମସ୍ତ କ୍ରୀଡା ପ୍ରତିଯୋଗୀ ତଥା ସାଂସ୍କୃତିକ କାର୍ଯ୍ୟକ୍ରମ ଗୁଡିକରେ ଅଂଶ ଗ୍ରହଣ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ବାରା ନୂତନ ଭାବେ ପ୍ରଣୋଦିତ ଯୁବ ଓ ଛାତ୍ର ସମାଜର ସର୍ବ କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ “ନୂଆଁ ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା” କାର୍ଯ୍ୟକ୍ରମ ଏବଂ ଭୂମିକା ବିଷୟରେ ଅବଗତ କରାଇବା ସହ ସେମାନଙ୍କ ଉଜ୍ବଳ ଭବିଷ୍ୟତର କାମନା କରିଥିଲେ |

ରିପୋର୍ଟ ପ୍ରସନ୍ନ କୁମାର ଦାସ