You are currently viewing ବିଡ଼ିପୁର ଠାରେ ଧାନ ମଣ୍ଡି ଉଦଘାଟନ |
ବିଡ଼ିପୁର ଠାରେ ଧାନ ମଣ୍ଡି ଉଦଘାଟନ |

ଜଗନ୍ନାଥ ପ୍ରସାଦ -( ଚିତ୍ତରଞ୍ଜନ ଗନ୍ତାୟତ )ଆଜି ତା ୨୯ /୧୨/୨୦୨୩ ରିଖ ସକାଳ ୧୦.୩୦ ମି ସମୟ ରେ ଜଗନ୍ନାଥ ପ୍ରସାଦ ବ୍ଲକ ର ବି.ଡିପୁର ଗ୍ରାମପଂଚାୟତ ଠାରେ ଖରିଫ ଧାନ ସଂଗ୍ରହ ପାଇଁ ଓଡ଼ିଶା ସରକାର ଙ୍କ ତରଫରୁ ବି.ଡିପୁର ସେବା ସମବାୟ ସମିତି ଲିଃ କାର୍ଯ୍ୟାଳୟ ଠାରେ ସମବାୟ ସମିତି ସଭାପତି ଶ୍ରୀଯୁକ୍ତ ପ୍ରଭାକର ନାୟକ ଓ କନ୍ଧମାଳ ସାଂସଦ ଙ୍କ ପ୍ରତିନିଧି ଶ୍ରୀଯୁକ୍ତ ବିପ୍ରଚରଣ ବାରିକ ଉଭୟେ ଧୂପ,ଦୀପ ପ୍ରଜ୍ଜଳନ କରି ନୂତନ ଧାନ ମଣ୍ଡିର ଶୁଭାରମ୍ଭ କରିଥିଲେ ।ଏହି କାର୍ଯ୍ୟକ୍ରମ ରେ ସମବାୟ ସମିତି ର ସମ୍ପାଦକ ଶ୍ରୀ ସୋମନାଥ ମଲ୍ଲିକ,ସହ ସମ୍ପାଦକ ମନୋଜ କୁମାର ବିଷୋୟୀ ସରପଞ୍ଚ ଙ୍କ ପ୍ରତିନିଧି ଶ୍ରୀ ଶିଶିର କାନ୍ତ ସାହୁ ସହଯୋଗ କରିଥିଲେ ଏବଂ ତାଙ୍କ ସହିତ ଅମିର କୁମାର ସ୍ୱାଇଁ, ଜିତେନ୍ଦ୍ର ରଥ, ତ୍ରିନାଥ ସ୍ୱାଇଁ, ବିଦେଶୀ ଖଟେଇ,କୃଷ୍ଣ ଚନ୍ଦ୍ର ସ୍ୱାଇଁ,ମଧୁସୂଦନ କର,ରବୀନ୍ଦ୍ର ତ୍ରିପାଠୀ, ଖଦାଳସ୍ୱାଇଁ,ପ୍ରତାପ ଚନ୍ଦ୍ର ସ୍ୱାଇଁ,ହାଡୁ ନାଇକ, ହାଡୁବନ୍ଧୁ ଗୌଡ଼,ବଇଁଶୀଧର ବାରିକ, ଭଗବାନ ନାୟକ,ବହୁ ପ୍ରମୁଖ ମାନ୍ୟଗନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

ଏଥିରେ ସାଂସଦ ଙ୍କ ପ୍ରତିନିଧି ନିଜର ବକ୍ତବ୍ୟ କହିଥିଲେ କି ସରକାର ଙ୍କ ନିୟମ ଅନୁଯାଇ ଚାଷିମାନଙ୍କ ପାଇଁ ସେବା ସମବାୟ ସମିତି ପକ୍ଷରୁ କିପରି ସୁରୁଖୁରରେ ଶୁଙ୍ଖଳା ସହିତ ଧାନ ବିକ୍ରି କରିବେ ସେଥ‌ିପାଇଁ ସବୁ ପ୍ରକାରର ସୁବିଧା ସୁଯୋଗ ଓଡିଶା ସରକାର ଙ୍କ ତରଫରୁ ଯୋଗେଇ ଦିୟା ଯାଇଛି । ଯଦି କୌଣସି ଚାଷୀ ବାସ୍ତବିକ ନିଜର ଜମି ଅନୁସାରେ ଉପାଦିତ ଧାନ କୁ ମଣ୍ଡି ରେ ଯୋଗେଇ ଦେବା ହିଁ ମଣ୍ଡିର ମୁଖ୍ୟ ଲକ୍ଷ ଉପାଦିତ ଧାନ ଠୁ ଅଧିକ ଆମେ ଅନ୍ୟ ଚାଷୀଙ୍କୁ ଠୁ ଖରିଦି କରିଦେଲେ ତାହାଲେ ଅନ୍ୟ ଚାଷୀ ମାନେ ଉପକୃତ ହେବେ ନାହିଁ ଏହା ଦ୍ୱରା ବ୍ୟପକ ଧାନ କଳା ବଜାରୀ ରୋକା ଯାଇ ପାରିବ ବ୍ୟବସାୟ କ ସ୍ୱାର୍ଥ ଠୁ ଦୁରେଇ ରହିବା ପାଇଁ ସାଂସଦ ପ୍ରତିନିଧି ପରାମର୍ଶ ଦେଇଛନ୍ତି।