You are currently viewing ବେଗୁନିଆପଡା ବ୍ଲକ ପରିସରରେ ଦୁର୍ନୀତି ନିବାରଣ ସପ୍ତାହ ପାଳିତ
ବେଗୁନିଆପଡା ବ୍ଲକ ପରିସରରେ ଦୁର୍ନୀତି ନିବାରଣ ସପ୍ତାହ ପାଳିତ

ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅକ୍ଟୋବର 30 ରୁ ନଭେମ୍ବର 5 ତାରିଖ ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ସପ୍ତାହ 2023 ପାଳନ କରାଯାଉଛି । ସାଧାରଣ ଜୀବନରେ ସ୍ୱଚ୍ଛତା ଓ ଉତ୍ତର ଦାୟୁତ୍ୱ ସହିତ ଏକ ଦକ୍ଷ ସ୍ୱଚ୍ଛ ପ୍ରଶାସନିକ ବ୍ୟବସ୍ଥା ଉଦେଶ୍ୟରେ ଏହି ସଚେତନତା ସପ୍ତାହ ପାଳନ କରାଯାଉଥିବା ବେଳେ, ମଙ୍ଗଳବାର ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ପରିସରରେ ରେ ଏ ନେଇ ବ୍ରହ୍ମପୁର ଭିଜିଲାନ୍ସ ପକ୍ଷରୁ ସଚେତନତା କରାଯିବା ସହିତ ଶପଥ ପାଠ କରା ଯାଇଛି ।ଏଥିରେ ବ୍ରହ୍ମପୁର ଦୁର୍ନୀତି ନିବାରଣ ବିଭାଗ ଆରକ୍ଷୀ ଅଧିକ୍ଷକ ଗଣେଶ ଚନ୍ଦ୍ର ପ୍ରଧାନ ଯୋଗଦେଇ ଯେଉଁଟା ନୀତି ନୁହଁ ସେହିଟା ଦୁର୍ନୀତି, ସମସ୍ତ କରକାରି କର୍ମଚାରୀ ସେବା ମନୋଭାବ ନେଇ କାମ କରିବା, ଜନସାଧାରଣ ଙ୍କ ଉଚିତ ସନମାନ ଦେବା, ଲାଞ୍ଚ ଦେବା ନେବା ଉଭୟ ଆଇନ ବହିର୍ଭୁତ ବୋଲି ନିଜ ବକ୍ତବ୍ୟ ରେ କହିଥିଲେ । ଇନିସ୍ପେକ୍ଟର ନିରଞ୍ଜନ ରାଉତ ବେଗୁନିଆପଡା ଏ ବିଡ଼ିଓ ନିରଞ୍ଜନ ବେହେରା, ଆକାଉଣ୍ଟ ଅଫିସର ଏମଡି. ଆଜାରୁଦ୍ଧିନ ଖାନ, ଭିଜିଲାନ୍ସ ହାବିଲଦାର ଜି. ସୁଦର୍ଶନ ଦୋରା, କନେଷ୍ଟବଲ ସୁରେଶ କୁମାର ସେଠି ଙ୍କ ସମେତ ସରପଞ୍ଚ ସମିତି ସଭ୍ୟ, ସରକାରୀ କର୍ମଚାରୀ ଉପସ୍ଥିତ ଥିଲେ ।ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।