ଗଞ୍ଜାମ,୨୭/୧୨/୨୩(ଅଜୟ କୁମାର ସ୍ୱାଇଁ )ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ବଡଡୁମୁଳା ଗ୍ରାମପଂଚାୟତ ଠାରେ ଅବସ୍ତିତ ଶ୍ରୀ ବାଙ୍କେଶ୍ୱରୀ ବିଦ୍ୟାପୀଠ ଠାରେ ଅବସର ପ୍ରାପ୍ତ ଶିକ୍ଷକ ତଥା ପୁରାତନ ଛାତ୍ର ସଂଗଠନର ପ୍ରତିଷ୍ଠାତା ଶ୍ରୀ ମୁରଲୀ ଧର ସ୍ୱାଇଁ ଙ୍କ ସଭାପତିତ୍ୱ ରେ ଏକ ସାଧାରଣ ବନ୍ଧୁ ମିଳନ ଉତ୍ସବ ପାଳନ କରାଯାଇଛି l ମୁଖ୍ୟ ବକ୍ତା ରୂପେ କ୍ରୀଡା ଶିକ୍ଷକ ଶ୍ରୀ ସିମାଞ୍ଚଳ ସାହୁ, ମୁଖ୍ୟ ଅତିଥି ରୂପେ ଶ୍ରୀ ଅନନ୍ତ ନାରାୟଣ ମହାନ୍ତି ଉପସ୍ଥିତ ଥିଲେ l ସଂଗଠନ ର ସଭାପତି ସିମାଞ୍ଚଳ ପଣ୍ଡା, ଉପ ସଭାପତି S.ବାଲାଜୀ ରେଡି, ସମ୍ପାଦକ ଶ୍ରୀହରି ପ୍ରଧାନ ଯୁଗ୍ମ ସଂଗଠନ ସଭାପତି ରୋହିତ ପାତ୍ର, N.କୃଷ୍ଣଚନ୍ଦ୍ର ରେଡି ସତ୍ୟବ୍ରତ ପଣ୍ଡା,ସୁଧାଂଶୁ ଶେଖର ପ୍ରଧାନ, M.ବାଲାଜୀ ରେଡି, ସିମାଞ୍ଚଳ ଗୌଡ଼, ଲଷ୍ମୀନାରାୟଣ ପଟନାୟକ,ସିମାଞ୍ଚଳ ରେଡି, ବଳରାମ ପ୍ରଧାନ, ଜିତେନ୍ଦ୍ର ପାତ୍ର, ବିଷ୍ଣୁ ପ୍ରଧାନ, ମୁନା ପାତ୍ର, ସୁମିତ୍ରା ପାଢ଼ୀ ଓ ରୀତା ପାତ୍ର ଯୋଗଦାନ ଦେବାସହ ଅନ୍ତର୍ଯ୍ୟାମୀ ଦେବ ଧନ୍ୟବାଦ ଅର୍ପଣ କରିଥିଲେ l
