You are currently viewing ପଞ୍ଚାୟତି ରାଜ ଓ ଲୋକସେବା ଦିବସ ପାଳନ
ପଞ୍ଚାୟତି ରାଜ ଓ ଲୋକସେବା ଦିବସ ପାଳନ

ଧରାକୋଟ ,5/3/24
ଧରାକୋଟ ପଞ୍ଚାୟତ ସମିତି ତରଫରୁ ଆଜି ସମ୍ମିଳନୀ କକ୍ଷରେ ପଞ୍ଚାୟତି ରାଜ ଓ ଲୋକସେବା ଦିବସ ପାଳନ ହୋଇଯାଇଛି । ରାଜ୍ୟ ସରକାରଙ୍କ ଘୋଷଣା ପ୍ରକାରେ ନବ ଓଡ଼ିଶାର ନିର୍ମାତା,କଳିଙ୍ଗ ବୀର ତଥା ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକ ଙ୍କ 108 ତମ ଜୟନ୍ତୀ ବ୍ଲକ ପ୍ରଶାସନ ତରଫରୁ ବେଶ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ ହୋଇଯାଇଛି। ବି ଡି ଓ ଡେନିସ ବେହେରା, ବ୍ଲକ ଉପାଧ୍ୟକ୍ଷ ମନୋଜ କୁମାର ସାହୁ, ଏ ଇ ଇ ପ୍ରମୋଦ କୁମାର ପାଣିଗ୍ରାହୀ ଙ୍କ ଉପସ୍ଥିତିରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଏ ବି ଡି ଓ ସୁଶିଲ ପଟନାୟକ ସଂଯୋଜନା କରିଥିଲେ। ଏହି ଅବସରରେ ଜିଲ୍ଲା ଠାରୁ ରାଜ୍ୟ , ଦେଶ ଠାରୁ ବିଦେଶ ପର୍ଯ୍ୟନ୍ତ ତାଙ୍କର ସାହସିକ ଓ ଯୁଗାନ୍ତକାରୀ କାର୍ଯ୍ୟ ସବୁ ଆଜି ଆମପାଇଁ ମାଇଲ ଖୁଣ୍ଟ ହୋଇ ରହିଛି ଏବଂ ଆମେ ଓ ଓଡ଼ିଆ ଯାତି ତାହାର ଅନୁକରଣ କରି ଶୀର୍ଷ ସ୍ଥାନରେ ପହଞ୍ଚିବା ପାଇଁ ଅତିଥି ମାନେ ଆହ୍ବାନ ଦେଇଥିଲେ। ପଞ୍ଚାୟତ ରାଜ ବ୍ୟବସ୍ଥାରେ ମହିଳା ମାନଙ୍କ ପାଇଁ ପ୍ରଥମ ରାଜ୍ୟ ଭାବେ ସ୍ଥାନ ସଂରକ୍ଷଣର ଶୁଭାରମ୍ଭ କରିବା ସହ ଗାଁ କୁ କାମ ଓ ମାକୁ ସମ୍ମାନ ଡାକ ବିଜୁବାବୁ ଆରମ୍ଭ କରି ତ୍ରି ସ୍ତରୀୟ ପଞ୍ଚାୟତ ରାଜ ବ୍ୟବସ୍ଥା କୁ ସେ ପ୍ରଚଳନ କରି ଯଥେଷ୍ଟ କ୍ଷମତା ପ୍ରଦାନ କରିଥିଲେ। ସେହିପରି ପ୍ରାଚୀନ ଓଡ଼ିଶାର ନୌବାଣିଜ୍ୟ ପରମ୍ପରା କୁ ମାନେ ପକାଇ ଓଡ଼ିଶାର ଐତିହ୍ୟ, ସଂସ୍କୃତି କୁ ସ୍ମରଣୀୟ କରିବା ପାଇଁ ବାଲି ଯାତ୍ରା ଆରମ୍ଭ କରିଥିଲେ। ସର୍ବୋପରି ଗାଁ ର ଉନ୍ନତି ହେଲେହିଁ ରାଜ୍ୟ ଓ ଦେଶର ଉନ୍ନତି ହେବ ବୋଲି ସେ କହିଥିବା କଥା ଆଜି ମଧ୍ୟ ପ୍ରତିଫଳିତ ହେଉଛି । ଯାହାକୁ ବାସ୍ତବ ରୂପ ଦେବାପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ଜନକଲ୍ୟାଣ ଯୋଜନା ପ୍ରଣୟନ କରୁଛନ୍ତି ବୋଲି ଅତିଥି ମାନେ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମରେ ସମସ୍ତ ପଞ୍ଚାୟତ ପ୍ରତିନିଧି ଓ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ।