You are currently viewing ଜିଲ୍ଲାସ୍ତରୀୟ ହସ୍ତଶିଳ୍ପ ସଚେତନତା କାର୍ଯ୍ୟକ୍ରମ
ଜିଲ୍ଲାସ୍ତରୀୟ ହସ୍ତଶିଳ୍ପ ସଚେତନତା କାର୍ଯ୍ୟକ୍ରମ

ସୁବର୍ଣ୍ଣପୁର, ତା ୨୧/୦3/୨୫:
ରିପୋର୍ଟ – ରଞ୍ଜନ ହୋତା
ମ୍ୟାନେଜର ଜିଲ୍ଲା ହସ୍ତଶିଳ୍ପ କାର୍ଯ୍ୟାଳୟ ସୁବର୍ଣ୍ଣପୁର ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ହସ୍ତଶିଳ୍ପ ସଚେତନତା କାର୍ଯ୍ୟକ୍ରମ ସ୍ଥାନୀୟ ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଉପନିର୍ଦ୍ଦେଶକ (ହସ୍ତଶିଳ୍ପ) ଶ୍ରୀଯୁକ୍ତ ବନମାଳୀ ଟପ୍ପୋଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଲିଡ଼ ବ୍ୟାଙ୍କ ମ୍ୟାନେଜର ଶ୍ରୀଯୁକ୍ତ କାର୍ତ୍ତିକେଶ୍ୱର ପଣ୍ଡା, ଡିଡିଏମ ନାବାର୍ଡ ଡା. ସତ୍ୟ ସ୍ବରୂପ ବିଦାନ୍ତ, ଉପନିର୍ଦ୍ଦେଶକ (ବୟନଶିଳ୍ପ) ଶ୍ରୀଯୁକ୍ତ ବିନାୟକ ପୃଷ୍ଟି, ଜିଲ୍ଲା ସଂସ୍କୃତି ଅଧିକାରିଣୀ ସୁଶ୍ରୀ ଯମୁନା ପ୍ରଧାନ, ଶିଳ୍ପ ବିକାଶ ଅଧିକାରୀ ଶ୍ରୀ ଅଭିଜିତ ତ୍ରିପାଠୀ ପ୍ରମୁଖ ଯୋଗଦେଇ ହସ୍ତଶିଳ୍ପ କାରିଗରଙ୍କ ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ୧୪୦ ଜଣ କାରିଗର ଯୋଗ ଦାନ କରିଥିଲେ। କାର୍ଯ୍ୟକ୍ରମ ଅବସରରେ ୨୦ ଜଣରୁ ଉଦ୍ଧ କାରିଗରଙ୍କୁ କାରିଗର ପରିଚୟ ପତ୍ର ପ୍ରଦାନ କରାଯାଇଥିବା ବେଳେ ୦୫ ଜଣ ହସ୍ତଶିଳ୍ପ କାରିଗରଙ୍କୁ କର୍ମଶାଳା ତିଆରି ପାଇଁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା । ହସ୍ତଶିଳ୍ପ ବିକାଶ ଅଧିକାରୀ ଶ୍ରୀ ଦେବଷିଶ ମିଶ୍ର ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ଆଦିତ୍ୟ ନାରୟଣ ଦାସ, ଦ୍ରୋଣ ବାରିକ, ଆକଶ ବିଦ୍ୟାଧର, ଏବଂ ଜିତେଶ ଠାକୁର ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।