ହିଞ୍ଜିଳିକାଟୁ/ଶେରଗଡ଼ :- ୦୪/୦୯ ଶିକ୍ଷକତା ପେସା ରୁ ମିଳୁଥିବା ପ୍ରାପ୍ୟ କୁ ସମାଜ ସେବାରେ ନିବେଶ କରୁଥିବା ସମାଜ ସେବୀ ଶିକ୍ଷୟତ୍ରୀ ରଶ୍ମିତା କୁମାରୀ ରାଉଳ ଶେରଗଡ଼ ବ୍ଲକ ବାକିଲିକଣା ରେ ଥିବା କବି ନରସିଂହ ମୁକ ବଧିର ବିଦ୍ୟାଳୟ ରେ ଥିବା ସମସ୍ତ ଅନ୍ତଃବାସୀ ଙ୍କୁ ପୋଷାକ, ଖାଦ୍ୟ ସହ ନିତ୍ୟ ବ୍ୟବହାର ସାମଗ୍ରୀ ପ୍ରଦାନ କରିଛନ୍ତି ନିଜ ପାରିବାରିକ ଜୀବନ ରେ ବିବାଦ ହେବା ପରେ ସମାଜ ସେବାକୁ ଏକ ବ୍ରତ ଭାବି ଜିଲ୍ଲା ର ଦିବ୍ୟାଙ୍ଗ, ଏବଂ ଅନାଥ ଶିଶୁ ଙ୍କ ମୁହଁ ରେ ହସ ଫୁଟାଇବା ଲକ୍ଷ ରେ ରଶ୍ମିତା ସରକାରୀ ଛୁଟି ଦିବସ ରେ ସାମାଜିକ କାର୍ଯ୍ୟକ୍ରମ ରେ ସାମିଲ ହେଉଛନ୍ତି । ଆଜିର କାର୍ଯ୍ୟକ୍ରମ ରେ ରାଜ୍ୟ କିନ୍ନର ସଂଘ ସଭାପତି ସ୍ୱିଟି ସାହୁ, ଗଞ୍ଜାମ ଜିଲ୍ଲା କିନ୍ନର ସଂଘ ସଭାପତି ବିନି ପଟ୍ଟନାୟକ, ବୁରୁପଡା ର ପୂର୍ବତନ ସରପଞ୍ଚ ବିଳାସିନୀ ପାଢ଼ୀ, ସମାଜସେବୀ ଭଗବାନ ପାଣିଗ୍ରାହୀ, ବନିତା ବରାଡ଼, ଶର୍ମିଳା ରାଉଳ ପ୍ରମୁଖ ଉପସ୍ଥିତ ରହି ଦିବ୍ୟାଙ୍ଗ ସହ ଭାବ ଆଦାନ ପ୍ରଦାନ, ନାଚ ଗୀତ ସହ ସହାୟତା ବଣ୍ଟନ କରିଥିଲେ
