ଆସିକା ୩୦/୦୧(ଶକ୍ତି ପ୍ରସାଦ କର)ଆସିକା ବ୍ଲକ ର କେନ୍ଦୁପଦର ପଂଚାୟତ ରେ ଆମ ଓଡିଶା ନବୀନ ଓଡିଶା ପକ୍ଷରୁ ପଂଚାୟତ ସ୍ତରୀୟ ଜନସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମ କୁ କେନ୍ଦୁପଦର ସରପଞ୍ଚ ଭବାନୀ ଶଙ୍କର ମଲ୍ଲିକ ଙ୍କ ଅଧକ୍ଷତାରେ ସିଡିପିଓ ଭାଗ୍ୟଲତା ପାତ୍ର,କୃଷି ବିଭାଗ ର ଚିନ୍ମୟ ମିଶ୍ର, ଜଳ ଓ ପରିମଳ ବିଭାଗ ପକ୍ଷରୁ ଶ୍ରୀନିବାସ ରାଓ, ପ୍ରାଣୀ ବିଭାଗ ପକ୍ଷରୁ ସୁଦର୍ଶନ ନାୟକ, ବେଣାପାଟ ସରପଞ୍ଚ ବବିତା ପ୍ରଧାନ, ଗହଂଗୁ ସମିତି ସଭ୍ୟl ରୁନୁ ସାହୁ, ମିଶନ ଶକ୍ତି ର ବିପିସି ଚନ୍ଦ୍ର ଶେଖର ସାଗ, ଗହଂଗୁ ମେଡିକାଲ ଅଧିକାରୀ ମନୋଜ କୁମାର ସ୍ୱାଇଁ,ଏହି ଶିବିର ରେ ଗାଁ ଗାଁ ରେ କିଭଳି ଜଗନ୍ନାଥ ସଂସ୍କୃତି ର ସଂରକ୍ଷଣ, ଧାର୍ମିକ ସ୍ଥଳୀ ଗୁଡିକର ରୂପାନ୍ତିକାରଣ ମହିଳା ସଂସକ୍ତିକରଣ ଓ ପଂଚାୟତ ରେ ଭିତିଭୂମିର ବିକାଶ, ବ୍ୟାଙ୍କିଙ୍ଗ ଭିତିଭୂମି ସ୍କୁଲ ଓ କେନ୍ଦୁପଦର କଲେଜ ର ରୂପାନ୍ତିକରଣ, କୃଷି, ଗୋ ପାଳନ, ଉଦ୍ୟାନ ଯୋଜନା, ସ୍ୱାସ୍ଥ୍ୟ ସେବା, ସମନ୍ୱିତ ସେବା ଗୁଡିକ ଉପରେ ବିଭିନ୍ନ ବିଭାଗ ର ଅଧୁକାରୀ ମାନେ ଜନ ସଚେତନତା କରିଥିଲେ l ଏହି କାର୍ଯ୍ୟକ୍ରମ କୁ ଗ୍ରାମ ପଂଚାୟତ ରେ ଆମ ଓଡିଶା ନବୀନ ଓଡିଶା ମାଧ୍ୟମରେ ୧୧ଗୋଟି ପ୍ରକଳ୍ପ ପାଈଁ ୫୦ ଲକ୍ଷ ଅନୁଦାନ,୬୭୪ ପରିବାର କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନ୍ତର୍ଭୂକ୍ତ, ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ଯୋଜନାରେ ୦୨ ଗୋଟି ପ୍ରକଳ୍ପ ୦୮ଲକ୍ଷ ବ୍ୟୟ ରେ ଉନ୍ନତି କରଣ,କାଳିଆ ଯୋଜନାରେ ୩୧୬ ପରିବାର ଉପକୃତ,୪୬୦ଜଣ ହିତାଧିକାରୀ ଙ୍କୁ ସାମାଜିକ ସୁରକ୍ଷା ଭତ୍ତା, ୧୪ ଗୋଟି ମିଶନ ଶକ୍ତି ଗୋଷ୍ଠି କୁ ୩୯୫ ଲକ୍ଷ ର ବିନା ସୁଧରେ ଋଣ,୬୯୩ ପରିବାରଙ୍କୁ ରାସନ କାର୍ଡ,ମମତା ଯୋଜନାରେ ୧୨୫ଜଣ ଗର୍ଭବତୀ ଙ୍କୁ ମମତା ଯୋଜନାରେ ସହାୟତା, ରାଜ୍ୟ ସରକାର ପକ୍ଷରୁ ଗ୍ରାମବାସୀ ଉପକୃତ ହୋଇଛନ୍ତି ବୋଲି ବକ୍ତା ମାନେ ମତ ରଖିଥିଲେ l

ଏହି କାର୍ଯ୍ୟକ୍ରମ କୁ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଦ୍ୟାଧର ସେଠିଙ୍କ ସଂଯୋଜନା ରେ ଜିଆରଏସ ଅନୁଆଲ ମଣ୍ଡଳ, କନିଷ୍ଠ ଯନ୍ତ୍ରୀ ପ୍ରବୀଣ କୁମାର ମୁନି ,ଵି ଏଫ ଟି ହେମନ୍ତ କୁମାର ପାତ୍ର, ଜି ଏସ ସ୍ମିତା ରାଣୀ ବିଶ୍ୱାଳ, ଭବାନୀ ପାଣିଗ୍ରାହୀ, ନାଏବ ସରପଞ୍ଚ ଶୋଭା ବିଶ୍ୱାଳ,ଉପସ୍ଥିତ ଥିଲେ l ଶେଷରେ ଆଶା ଅଙ୍ଗନବାଡି, ସିଆରପି, ସ୍ୱାସ୍ଥ୍ୟ କର୍ମୀ, ୱାର୍ଡ ମେମ୍ବର ମାନଙ୍କୁ ସଂମାନ୍ନୀତ କରାଯାଇଥିଲା l
