You are currently viewing କୋଦଳା ଆମ ପୋଲିସ ସମିତି ପକ୍ଷରୁ ବନ୍ଧୁତ୍ବପୂର୍ଣ୍ଣ ଭଲିବଲ ମ୍ଯାଚ୍ ଶୁଭାରମ୍ଭ।
କୋଦଳା ଆମ ପୋଲିସ ସମିତି ପକ୍ଷରୁ ବନ୍ଧୁତ୍ବପୂର୍ଣ୍ଣ ଭଲିବଲ ମ୍ଯାଚ୍ ଶୁଭାରମ୍ଭ।

କୋଦଳା ତହସିଲ ପଡିଆ ଠାରେ ଆଜି ଉଦ୍ ଘାଟିତ ହୋଇଯାଇଛି କୋଦଳା ପ୍ରିମିୟର ଲିଗ୍ ଭଲିବଲ୍ ଟୁର୍ଣ୍ଣାମେଣ୍ଟ। ଆମ ପୋଲିସ ସମିତି ପକ୍ଷରୁ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ପୋଲିସ ଟିମ ସହିତ ଖେଳିବେ ୩ ଗୋଟି ସ୍ଥାନୀୟ ଟିମ୍। କୋଦଳାର ଜି ଓ୍ବାଇଏମ୍ ସିକ୍ସ, ସାଇକୃପା ଡିଜେ, ବାବା ଦଣ୍ଡିଶ୍ୱର ସିକ୍ସ ଭଲିବଲ୍ ଖେଳାଳି ଟିମ୍ ଏଥିରେ ଭାଗ ନେଇଛନ୍ତି। ପୋଲିସ ଟିମ୍ ସହ ବନ୍ଧୁତ୍ବପୂର୍ଣ୍ଣ ମ୍ଯାଚ୍ ରେ ଆରମ୍ଭ ହୋଇଥିବା ବେଳେ ଏହାକୁ ଉଦ୍‌ଘାଟନ କରିଛନ୍ତି କୋଦଳା ଥାନା ଅଧିକାରୀ ଉମାକାନ୍ତ ସାହୁ ।ଶ୍ରୀ ସାହୁ ଖେଳାଳିଙ୍କ ପରିଚୟ ପତ୍ର ନେଇ କରମର୍ଦ୍ଦନ କରିବା ସହ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ। ଦିବାରାତ୍ର ଏହି ମ୍ଯାଚ୍ ଆସନ୍ତା କାଲି ଶେଷ ହେବ। ଗଞ୍ଜାମ ଜିଲ୍ଲା ପୋଲିସ ଆରକ୍ଷୀ ଅଧିକ୍ଷକ ଉଦଯାପନୀ କାର୍ଯ୍ଯକ୍ରମରେ ଯୋଗ ଦେବାର ରହିଛି।

ଗଞ୍ଜାମ ଜିଲ୍ଲା କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ।