You are currently viewing ଚନ୍ଦ୍ରପୁର ବ୍ଲକରେ ନବ ଭାରତ ସାକ୍ଷରତା ଅଭିଯାନ ଉଲ୍ଲାସ ମୌଳିକ ଭାଷା ଓ ସଂଖ୍ୟାଜ୍ଞାନ ଆକଳନ -୨୦୨୫
ଚନ୍ଦ୍ରପୁର ବ୍ଲକରେ ନବ ଭାରତ ସାକ୍ଷରତା ଅଭିଯାନ ଉଲ୍ଲାସ ମୌଳିକ ଭାଷା ଓ ସଂଖ୍ୟାଜ୍ଞାନ ଆକଳନ -୨୦୨୫

ଚନ୍ଦ୍ରପୁର ତା ୨୬/୧୦ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଥିବା ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକରେ ରାଜ୍ୟ ସରକାରଙ୍କ ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ ସୂଚନା କ୍ରମେ ଚନ୍ଦ୍ରପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଗଣେଶ ଶବରଙ୍କ ନିର୍ଦ୍ଦେଶକ୍ରମେ ବ୍ଲକ ନୋଡାଲ ଅଧିକାରୀ ତଥା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଉମାକାନ୍ତ ମିଶାଲଙ୍କ ତତ୍ତ୍ୱାବଧାନରେ ନବ ଭାରତ ସାକ୍ଷରତା ଅଭିଯାନ ଉଲ୍ଲାସ ମୌଳିକ ଭାଷା ଓ ସଂଖ୍ୟାଜ୍ଞାନ ଆକଳନ-୨୦୨୫ଅନୁଷ୍ଠିତ ହୋଇଯାଇଅଛି। ସୂଚନା ଥାଉ କି ଏହି ଆକଳନ ୧୫ରୁ ଉର୍ଦ୍ଧ୍ବ ବର୍ଷ ବୟସର ଲୋକମାନଙ୍କୁ ନେଇ ଅନୁଷ୍ଠିତ ହୋଇଥାଏ। ଏଥିପାଇଁ ବ୍ଲକର ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଦ୍ଵାରା ସର୍ଭେ କରାଯାଇ ନାମ ପଞ୍ଜିକରଣ କରାଯାଇଥିଲା। ତାହାକୁ ସ୍ଥିର କରି ସରକାରଙ୍କ ତରଫରୁ ଆକଳନ କାର୍ଯ୍ୟକ୍ରମ ଆଜ ଦିନକୁ ସ୍ଥିରୀକୃତ ହୋଇଥିଲା। ଚନ୍ଦ୍ରପୁର ବ୍ଲକ ପାଇଁ ୩୫ଟି କେନ୍ଦ୍ରରେ ୯୫୮ ଜଣ ଲୋକଙ୍କୁ ନେଇ ଏହି ଆକଳନ ସକାଳ ୧୦ଟାରୁ ୫ଟା ପର୍ଯ୍ୟନ୍ତ କାର୍ଯ୍ୟକ୍ରମ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ତଥା ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀ ସିଙ୍ଗନା ତାଡିଙ୍ଗ ଓ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବାଳକୃଷ୍ଣ ବିହାରୀ ଓ ଆଠ ଜଣ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ତଦାରଖ ଦାୟିତ୍ଵ ତୁଲାଇଥିଲ। ୩୫ଗୋଟି କେନ୍ଦ୍ର ପାଇଁ ୩୫ଜଣ ଶିକ୍ଷକ ନିରିକ୍ଷକ ଓ ୮ଟି ବରିଷ୍ଠ ଶିକ୍ଷକ ଦାୟିତ୍ବ ନିର୍ବାହ କରିଥିଲେ । । ଏହି ଆକଳନ କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳ ସହିତ ପରିଚାଳିତ ହୋଇଯାଇଛି।