ବେଲଗୁଣ୍ଠା,13/01,ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ 24 ତମ ବାର୍ଷିକ କ୍ରୀଡ଼ା ଉତ୍ସବ ମହାବିଦ୍ୟାଳୟ ଅଧ୍ୟକ୍ଷ ଅଜିତ୍ କୁମାର ପଟ୍ଟନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି I ଆଜିର କାର୍ଯ୍ୟକ୍ରମରେ ଅଞ୍ଚଳର ଆରାଧ୍ୟ ଲକ୍ଷ୍ମୀ ନୃସିଂହଙ୍କ ପୀଠରୁ କ୍ରୀଡ଼ା ମଶାଲ ବାହାରି ମହାବିଦ୍ୟାଳୟ ପର୍ଯ୍ୟନ୍ତ ଆସିଥିଲା I କ୍ରୀଡା ଉତ୍ସବର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ନଗରପାଳ ଫିରୋଜ କୁମାର ସେଠୀ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ କାଉନସିଲର୍ ଭାସ୍କର ପାତ୍ର, ଦିବ୍ୟ ରଞ୍ଜନ ଦାଶ, ସୋମନାଥ ବେହେରା, ରଞ୍ଜିତ କୁମାର ସାମଲ୍, କାହ୍ନୁ ଚରଣ ସାହୁ, ଦିଲ୍ଲୀପ କୁମାର ଆଚାରୀ ,ସୁଜ୍ୟୋତି ସୁବୁଦ୍ଧି, ସଙ୍ଗୀତା ପାତ୍ର, ବିଶ୍ଵନାଥ ଦଳାଇ, ସନ୍ତୋଷ କୁମାର ସ୍ଵାଇଁ ପ୍ରମୁଖ ଉପସ୍ଥିତ ଥିଲେ I
ସେହିପରି ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଏନ୍ଏସି କାର୍ଯ୍ୟ ନିର୍ବାହି ଅଧିକାରୀ ରାକେଶ କୁମାର ପାତ୍ର ଯୋଗଦେଇ କ୍ରୀଡ଼ାରେ ଉଦ୍ଦେଶ୍ୟ ଏବଂ ମହତ୍ତ୍ୱ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ I କ୍ରୀଡ଼ା ଉତ୍ସବରେ ଅଧ୍ୟାପକ ଡଃ.ଗୁରୁମୂର୍ତ୍ତୀ ନାୟକ, ଅଶୋକ କୁମାର ସ୍ୱାଇଁ, ସନ୍ତୋଷ କୁମାର ପାଣିଗ୍ରାହୀ,ଅଶୋକ କୁମାର ପ୍ରଧାନ, ଡଃ.ପ୍ରଫୁଲ୍ଲ କୁମାର ଜେନା, ଅଜୟ କୁମାର ବିଶ୍ୱାଳ, ସପନ କୁମାର ପ୍ରଧାନ, ରଞ୍ଜତ୍ କୁମାର ସାମଲ, ଅଧ୍ୟାପିକା ପିଙ୍କି ପାତ୍ର ପ୍ରମୁଖ ସହଯୋଗ କରିଥିଲେ I କ୍ରୀଡ଼ା ଶିକ୍ଷକ ବିଶ୍ୱରଞ୍ଜନ ସ୍ୱାଇଁ ଏବଂ ସନ୍ତୋଷ କୁମାର ପଲେଇ,ଦିଲ୍ଲୀପ୍ କୁମାର ରେଡ଼ୀ, ହେମନ୍ତ କୁମାର ନାୟକ,ଦୁଃଖୀଶ୍ୟାମ ବେହେରା, ହରିହର ମିଶ୍ର, ଅବନୀ କୁମାର ସାହା,ଶର୍ମିଷ୍ଠା ମିଶ୍ର ଓ ଅନ୍ୟ କର୍ମଚାରୀମାନେ କ୍ରୀଡ଼ା ପ୍ରତିଯୋଗିତାକୁ ପରିଚାଳନା କରିଥିଲେ I କ୍ରୀଡ଼ା ପ୍ରତିଯୋଗିତାରେ ବାଳକ ବିଭାଗରେ ଜିତେନ୍ଦ୍ର ନାଇକ ଏବଂ ବାଳିକା ବିଭାଗରେ ଦୀପିକା ଗୌଡ଼ ଚାମ୍ପିଅନ୍ ହୋଇଥିଲେ I
ରିପୋର୍ଟ-ଶିବରାମ ଚୌଧୁରୀ

