ଖଲ୍ଲିକୋଟ ; 8/1 ଖଲ୍ଲିକୋଟ ସ୍ଥିତ ମର୍ଦରାଜ କଲ୍ୟାଣ ମଣ୍ଡପ ଠାରେ ଭ|ରତ ବଡ଼ି ବିଲଡିଂ ଫେଡ଼ରସନ ସହ ବନ୍ଦିତ କଳିଙ୍ଗ ବଡି ବିଲଡିଂ ଆସୋସିଏସନ ତରଫରୁ ଏକ ରାଜ୍ୟ ଓ ଜିଲ୍ଲା ସ୍ତରୀୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ଓ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି |କେ ବି ବି ଏ ଓ ଆଇ ବି ବି ଏ ସାଧାରଣ ସମ୍ପାଦକ ସନ୍ତୋଷ ମହାନ୍ତି ଓ କେ ବି ବି ଏ ଗଞ୍ଜାମ ସାଧାରଣ ସମ୍ପାଦଜ ବ୍ରଜବନ୍ଧୁ ସଉରା ଙ୍କ ପରିଚାଳନା ରେ ଆୟୋଜିତ ସୁନ୍ଦର ସ୍ଵାସ୍ଥ୍ୟ ପ୍ରତିଯୋଗୀତା କୁ ରାଜ୍ୟ ଜଙ୍ଗଲ ପରିବେଶ, ପାନୀୟ ଜଳ, ପଂଚାୟତରାଜ ଓ ସୂଚନା ଓ ଜନସମ୍ପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ |

ସମ୍ମାନିତ ଅତିଥି ଭାବେ ଗଞ୍ଜାମ ଜିଲ୍ଲା ବିଜେଡ଼ି ସଭାପତି ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଖଲ୍ଲିକୋଟ
ବିଧ|ୟିକା ସୂର୍ଯ୍ୟମଣି ବୈଦ୍ୟ, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ଆସିକା ବିଧ|ୟିକା ମଞ୍ଜୁଳା ସ୍ୱାଇଁ, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ପ୍ରମୁଖ ଯୋଗ ଦେଇ ସୁନ୍ଦର ସ୍ୱାସ୍ଥ୍ୟ ମନୁଷ୍ୟ ମାନଙ୍କ ପାଇଁ ଏକ ଅମୁଲ୍ୟ ବରଦାନ ତେଣୁ ସ୍ଵାସ୍ଥ୍ୟ ସୁରକ୍ଷା ପାଇଁ କିଶୋର ବୟସ ରୁ ହିଁ ଯତ୍ନବାନ ହେବାର ଆବଶ୍ୟକତା ଥିବା ପ୍ରକାଶ କରିଥିଲେ | ଏ ଉପଲକ୍ଷେ ଆୟୋଜିତ ସୁନ୍ଦର ସ୍ଵାସ୍ଥ୍ୟ ପ୍ରତିଯୋଗିତା ରେ ଏଡ଼ ଫିଟନେସ ର ମାଷ୍ଟର ଟ୍ରେନର ଜ୍ଞାନରଞ୍ଜନ ପାଢ଼ୀ ଚମ୍ପିୟାନ ହେବା ସହ ସ୍ଵର୍ଣ୍ଣ ପଦକ ବିଜୟୀ ହୋଇଥିବା ବେଳେ, ଏଡ଼ ଫିଟନେସ ର ମ୍ୟାନେଜର ସୁରେଶ ପ୍ରଧାନ ବ୍ରୋଞ୍ଜ ଓ ସିଲଭର ପଦକ ବିଜୟୀ ହୋଇଥିଲେ |

ଏଡ଼ ଫିଟନେସ ର ସଭ୍ୟ ଗଜାନନ ଆଚ|ରି ଓ ସନ୍ତୋଷ କୁମାର ଜେନା ବ୍ରୋଞ୍ଜ ଓ ସିଲଭର ପଦକ ବିଜୟୀ ମାନଙ୍କୁ ମନ୍ତ୍ରୀ ଶ୍ରୀ ଅମାତ ପଦକ ଓ ମେଡାଲ ପ୍ରଦାନ କରିଥିଲେ | ପ୍ରତିଯୋଗିତା ଉତ୍ସବ ରେ ସାଂସଦ ପ୍ରତିନିଧି ରତ୍ନାକର ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ବ୍ଲକ ଅଧକ୍ଷ ଦୈତାରୀ ବେହେରା ଓ ନିର୍ବାଚନମଣ୍ଡଳୀ ଯୁବ ବିଜେଡ଼ି ସଭାପତି ଭିକାରି ଚରଣ ପାଣ୍ଡୀ, ନଗର ବିଜେଡ଼ି ସଭାପତି ନରେନ୍ଦ୍ର ପାତ୍ର, ବି ସି ସି ବ୍ୟାଙ୍କ ନିର୍ଦେଶକ ରାମ ମୋହନ ପଣ୍ଡା, ବ୍ଲକ ଯୁବ ବିଜେଡ଼ି ସଭାପତି ଦୟାନିଧି ସାହୁ ବ୍ଲକ ମହିଳା ବିଜେଡ଼ି ସଭାନେତ୍ରୀ ମିତାଞ୍ଜଳି ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସକ୍ରିୟ ଜିମନାଷ୍ଟିକ ସତ୍ୟନାରାୟଣ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ |ଉକ୍ତ କାର୍ଯ୍ୟକ୍ରମ ରବିବାର ଦିନ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିଲା |

ଖଲ୍ଲିକୋଟ ସହର ରେ ପ୍ରଥମ ଥର ପାଇଁ ଏହିଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାରୁ ବହୁ ଯୁବକ ଓ ବୁଦ୍ଧିଜୀବୀ ମାନେ ଉପସ୍ଥିତ ରହି ଉପଭୋଗ କରିଥିଲେ |
(ରିପୋର୍ଟ -ମାଧବ ବେହେରା
ଖଲ୍ଲିକୋଟ, ଗଞ୍ଜାମ )
