You are currently viewing ଓଡ଼ିଶା ଅମେଚ୍ୟୁର୍ ବକ୍ସିଂ ଆସୋସିଏସନ୍
ଓଡ଼ିଶା ଅମେଚ୍ୟୁର୍ ବକ୍ସିଂ ଆସୋସିଏସନ୍

ରାଜ୍ୟ ଅଣ୍ଡର ୧୫ ସବ୍ ଜୁନିଅର ଵାଳକ ଓ ବାଳିକା ବକ୍ସିଂ ଦଳର ଜଳନ୍ଧର ଅଭିମୁଖେ ଯାତ୍ରା

ବ୍ରହ୍ମପୁର ୨୦/୬(ସୁଦେଶ ପାତ୍ର):
ଚଳିତ ଜୁନ୍ ମାସ ୨୨ ତାରିଖ ଠାରୁ ୨୮ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ୫ମ ଅଣ୍ଡର ୧୫ ସବ୍ ଜୁନିଅର ବାଳକ ଓ ବାଳିକା ଜାତୀୟ ବକ୍ସିଂ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଓଡ଼ିଶା ରାଜ୍ୟର ୨୬ ( ବାଳ କ ୧୨ ଜଣ, ବାଳୀକା ୯ ଜଣ ଓ କୋଚ୍ ମ୍ୟାନେଜର ୩ଜଣ ରେଫରୀ ଜଜ୍ ୧ ଜଣ ଏବଂ DTD ୧ ଜଣ )ଜଣିଆ ବକ୍ସିଂ ଦଳ ପଞ୍ଜାବ ରାଜ୍ୟର ଜଳନ୍ଧର ସହର ଅଭିମୁଖେ ଯାତ୍ରା କରିଛନ୍ତି ବୋଲି ରାଜ୍ୟ ବକ୍ସିଂ ସଂଘର ସମ୍ପାଦକ ଅନିଲ ବୋହିଦାର ଜଣାଇଛନ୍ତି । ଏହି ପ୍ରତିଯୋଗିତା ପଞ୍ଜାବ ରାଜ୍ୟର ଜଳନ୍ଧର ସହର ସ୍ଥିତ ଲଭ୍ଲି ପ୍ରଫେସନାଲ ୟୁନିଭରସିଟି ଠାରେ ବକ୍ସିଂ ଫେଡରେସନ ଅଫ ଇଣ୍ଡିଆ ଓ ପଞ୍ଜାବ ଅମେଚ୍ୟୁର ବକ୍ସିଂ ଆସୋସିଏସନ୍ ର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତା ରେ ସମସ୍ତ ରାଜ୍ୟ ସମେତ ସମସ୍ତ ୟୁନିଟ୍ ଯୋଗ ଦେବେ।
ଓଡ଼ିଶା ରାଜ୍ୟର ଅଣ୍ଡର ୧୫ ବାଳକ ବକ୍ସର ମାନେ ହେଲେ ୧. ପ୍ରିନ୍ସ ନାୟକ ୨. କିରଣ କୁମାର ବାରିକ ୩.ଚନ୍ଦ୍ର ଶେଖର ବେହେରା ୪. ବିମଳ ପ୍ରଧାନ ୫. ସଂଗ୍ରାମ ପ୍ରଧାନ ୬. ସୁକାନ୍ତ ବେହେରା ୭. ସୁମିତ୍ ବେହେରା ୮. ଆଲୋକ କୁମାର ସିଂ ୯. ଅସୀମ ନାୟକ ୧୦. ମଳୟ ସ୍ୱାଇଁ ୧୧. ସୌର୍ଯ୍ୟଜୀତ ଦାଶ ୧୨. ଗଗନ ବେଣିଆ ତଥା ବାଳିକା ବକ୍ସର ମାନେ ହେଲେ ୧. Y ତମନ୍ନା ୨. ଅନୁଷ୍କା ନାୟକ ୩. ଆସ୍ଥା କିରଣ ଭାରତୀ ୪. ପ୍ରଜ୍ଞା ମହାରଣା ୫. ମିକି ବେହେରା ୬. ରୋଜାଲିନ ବିଶ୍ଵାଳ ୭. ଦୋର୍ଥି ପୋରି ବେହେରା ୮. ଶୁଭଶ୍ରୀ ବେହେରା ୮. ସ୍ନେହା ରାଣୀ ଗୌଡ଼ ଏବଂ କୋଚ୍ ମ୍ୟାନେଜର ଭାବେ ରାଜେଶ ତିର୍କୀ, ଶ୍ୟାମା ମୁଖୀ, ବୁଲୁ ପାତ୍ର , ରୂପକ ପ୍ରସାଦ , R K ବେନିଆ ଓ ଆନ୍ତର୍ଜାତୀୟ ବକ୍ସିଂ ଜଜ ଓ ରେଫରି ଶିଶିର କୁମାର ପାଣିଗ୍ରାହୀ ଓ ଓଡ଼ିଶା ଆମେଚ୍ୟୁର ବକ୍ସିଂ ଆସୋସିଏସନ୍ ର ସେକ୍ରେଟାରୀ ଅନିଲ ବୋହିଦାର୍ ଆଦି ଯାତ୍ରା କରିଛନ୍ତି।
ଏହି ଦଳ ଭଲ ଖେଳ ପ୍ରଦର୍ଶନ କରିବେ ବୋଲି ଆଶିର୍ବାଦ ବେହେରା, ଅଭିଜିତ ପାଲ, ସଞ୍ଜୟ ବେହେରା, ଅଶୋକ କୁମାର ସାହୁ, ରାଜ୍ଯ ବକ୍ସିଂ ସଭାପତି ରଘୁନନ୍ଦନ ପାଢୀ, ଶ୍ରୀ ରବିଶଙ୍କର ପ୍ରତିହାରି, ଧିରେନ୍ ପଲାଇ, ପ୍ରଭାତ ଭୋଳ,କେ ପ୍ରଭାକର ରାଓ, ଅଞ୍ଜନ ଦାସ, ବିଜୟ ଦାସ, ବାବୁ ପାତ୍ର, ଶିବରାମ ପାତ୍ର, ଏସ କେ ନାୟକ, ମମତା ପଣ୍ଡାଙ୍କ ସମେତ ବହୁ ବକ୍ସର ଓ କ୍ରୀଡାବିତ ଆଶାପ୍ରକଟ କରିଛନ୍ତି।