ଛତ୍ରପୁର, ତା. ୩୦ / ୧୦
ଗଞ୍ଜାମଜିଲ୍ଲାର ସଦରମହକୁମା ଭାବେ ଛତ୍ରପୁର ବହୁତ ପଛରେ ପଡ଼ିରହିଛି । ଛତ୍ରପୁର ର ବିବିଧ ବିକାଶ କରାଯିବା ନିମନ୍ତେ ନେତ୍ତୃବର୍ଗଙ୍କୁ ଦୃଷ୍ଟି-ଆରୋପ କରାଯାଇଛି ।
ଛତ୍ରପୁର ଗୌରୀଶଙ୍କର କଲ୍ୟାଣମଣ୍ଡପ କୁ ରବିବାର ଅପରାହ୍ନରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଏବଂ ବ୍ରହ୍ମପୁର ବିଧାୟକ ତଥା ଜିଲ୍ଲା ଯୋଜନା ପରିଷଦ କମିଟୀର ଅଧ୍ୟକ୍ଷ ବିକ୍ରମ ପଣ୍ଡା ଯୋଗଦେଇଥିଲେ । ଛତ୍ରପୁର ବିଜେଡି ନେତା ଟି.ଚନ୍ଦ୍ରଶେଖର ରାଓଙ୍କ ମାତାଙ୍କ ଵିୟୋଗାନ୍ତକ ପ୍ରଥମ ଶ୍ରାଦ୍ଧ-ବାର୍ଷିକୀ ଅବସରରେ ଯୋଗଦେଇଥିବା ଅତିଥୀଗଣଙ୍କୁ କିଛି ବିଜେଡ଼ି ଗୋଷ୍ଠୀ ଭେଟିଥିଲେ ।
ଛତ୍ରପୁର ସହରର ବିକାଶମୂଳକ ଉପରେ ବିଜେଡ଼ି ଯୁବ-ଗୋଷ୍ଠୀ ବିଭିନ୍ନ ବିଷୟନେଇ ଆଲୋଚନା କରିଥିଲେ । ଛତ୍ରପୁର ସହରରେ ଅତ୍ୟାଧୁନିକ ରୋଲ ମଡେଲର ହକି ଷ୍ଟାଡିୟମ କୁ ଖୁବଶୀଘ୍ର କାର୍ଯ୍ୟକ୍ଷମ କରାଇବାକୁ କୁହାଯାଇଛି ।

ଛତ୍ରପୁର ସହରରେ ଏକ ହକି ହଷ୍ଟେଲ ପ୍ରତିଷ୍ଠା କରାଯିବା ନିମନ୍ତେ ରାଜ୍ୟସରକାରଙ୍କ ଠାରେ ଦୃଷ୍ଟି-ଆକର୍ଷଣ କରାଯିବା ନେଇ ବିଶଦ ଆଲୋଚନା ହୋଇଥିଲା । ଛତ୍ରପୁରମାଟିରେ ଜନ୍ମଲାଭ କରିଥିବା ବହୁ ପ୍ରଖ୍ୟାତ ହକି ଖେଳାଳୀ ରାଜ୍ୟସ୍ତରରେ ଓ ଜାତୀୟସ୍ତରରେ ସୁନାମ ଅର୍ଜନ କରିଥିବା ସାଂଗକୁ ଛତ୍ରପୁରର ବହୁ ଶ୍ରେଷ୍ଠ ଖେଳାଳୀମାନେ କୋଚ୍ ଭାବେ ବିଭିନ୍ନ ସ୍ଥାନରେ ନିୟୋଜିତ ହୋଇଛନ୍ତି । ଛତ୍ରପୁର ହେଉଛି ହକି ଖେଳ ର ଏକ ଏନ୍ତୁଡ଼ିଶାଳ ବୋଲି ବହୁ ପୂର୍ବରୁ କଥିତ ଅଛି । ହକି ଖେଳରେ ଛତ୍ରପୁରର ସୁନାମ ରାଜ୍ୟର ପ୍ରଥମ ସ୍ଥାନରେ ଥିଲା । କ୍ରିକେଟଖେଳ ର ପାଦୃଭାବ ପ୍ରସାର ବଢ଼ିବାପରେ ହକି ଖେଳର ମାନ ଓ ଆଦର ଏବେ ବହୁତ କମିଯାଇଛି । ହକି ଖେଳ କୁ ଆଦୃତ କରିବା ଓ ବିକାଶମୁଖୀ କରିବା ନିମନ୍ତେ ହକି-ହଷ୍ଟେଲର ଆବଶ୍ୟକତା ରହିଛି ବୋଲି କୁହାଯାଇଛି । ତେବେ ଛତ୍ରପୁରରେ ହକି ହଷ୍ଟେଲ ନଥିବା ଏକ ପରିତାପର ବିଷୟ ବୋଲି କୁହାଯାଇଛି ।
ଏ ସମ୍ପର୍କରେ ବିହିତ ପଦକ୍ଷେପ ନିଆଯିବ ବୋଲି ବ୍ରହ୍ମପୁର ବିଧାୟକ ତଥା ଜିଲ୍ଲା ଯୋଜନା ପରିଷଦ ଅଧ୍ୟକ୍ଷ ବିକ୍ରମ ପଣ୍ଡା କହିଛନ୍ତି ।
ସେହିପରି । ଏଥିପାଇଁ ସମସ୍ତ ଭିତ୍ତିଭୂମି ଯଥେଷ୍ଟ ରହିଥିବା ସାଂଗକୁ ରାଜ୍ୟସରକାରଙ୍କର ଦୃଷ୍ଟିଅଡୁଆଳରେ ରହିଛି, ଏଦିଗରେ ଧ୍ୟାନଦେବାକୁ ଉଭୟ ସାଂସଦ ଓ ବ୍ରହ୍ମପୁର ବିଧାୟକ ତଥା ଜିଲ୍ଲା ଯୋଜନା ପରିଷଦ ଅଧ୍ୟକ୍ଷ ବିକ୍ରମ ପଣ୍ଡାଙ୍କୁ ଜଣାଇଛନ୍ତି । ଏ ସମ୍ପର୍କରେ ରାଜ୍ୟସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗର ଦୃଷ୍ଟି ଆକର୍ଷଣ କରିବାକୁ ସେ ଦାବୀ କରିଛନ୍ତି ।

ଏହି ସମୟରେ ଯୁବ-ବିଜେଡ଼ି ସଭାପତି ଟି.ଚନ୍ଦ୍ରଶେଖର ରାଓ, ଛାତ୍ର ବିଜେଡ଼ି ସଭାପତି ପ୍ରଶାନ୍ତ ପଣ୍ଡା, ଛତ୍ରପୁର ବାରଆସୋସିଏସନ ର ସମ୍ପାଦକ ଏଲ୍.ଗୋପୀ, ବିଜେଡ଼ି ନେତା କିଶୋର ସେନାପତି, ହକି କ୍ରୀଡାବିତ ରବିନ୍ଦ୍ର ସେନାପତି, ବାଦଲ ପାଣ୍ଡି, ବାବୁଲି ସାହୁ ପ୍ରମୁଖ ବହୁ ବିଜେଡ଼ି ଦଳୀୟ ସ୍ଥାନୀୟ ନଗର ଗୋଷ୍ଠୀ ପ୍ରମୁଖ ଯୋଗଦେଇ ଆଲୋଚନାରେ ସହମତି ପ୍ରକାଶ କରିଥିଲେ ।
