ସୋନପୁର – ୩୦ -୦୩- (ରିପୋର୍ଟ -ରଞ୍ଜନ ହୋତା )ଆସନ୍ତା ଏପ୍ରିଲ ୭ ତାରିଖ ରେ ସୋନପୁର ଗାନ୍ଧୀ ଷ୍ଟାଡିୟମ ରେ ହେବାକୁ ଥିବା ୧୫ ବର୍ଷ ରୁ କମ୍ ଚିଫ ମିନିଷ୍ଟର ଇଣ୍ଟର କ୍ଳବ୍ ଜିଲ୍ଲା ସ୍ତରୀୟ ଫୁଟବଲ୍ ଚାମ୍ପିଅନସିପ ୨୦୨୫ ପାଇଁ ସୁବର୍ଣ୍ଣପୁର ଜିଲ୍ଲା କ୍ରିଡ଼ା ସଂଘ ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଟିତ ହୋଇଛି l ଜିଲ୍ଲା ସୋନପୁର , ଉଲୁଣ୍ଡା, ବୀର ମହାରାଜ ପୁର ବ୍ଲକ ୬ ଟି ଦଳ ସମେତ ସୋନପୁର ମୁନିସିପାଲିଟି ର ୪ ଗୋଟି ଦଳ ସମୁଦାୟ ୧୦ ଗୋଟି ଫୁଟବଲ୍ ଦଳ ଏଥିରେ ଭାଗ ନେବାକୁ ଥିବା ବେଳେ ଏଥିରୁ ପ୍ରଥମ ପର୍ଯ୍ୟାୟ ରେ ୪୦ ଜଣ ଓ ଦ୍ୱିତୀୟ ପର୍ଯ୍ୟାୟ ରେ ସେଥିରୁ ୨୪ ଜଣ ଖେଳାଳୀ ଙ୍କୁ ରାଜ୍ୟ ସ୍ତରୀୟ ଫୁଟବଲ୍ ପାଇଁ ମନୋନୀତ କରାଯିବ ବୋଲି ଜିଲ୍ଲା କ୍ରିଡ଼ା ସଂଘ
ସଂପାଦକ ପୀୟୂଷ ପଣ୍ଡା ସମ୍ମିଳନୀରେ ପ୍ରକାଶ କରିଛନ୍ତି l ଓଡ଼ିଶା ସରକାର ଙ୍କ ସ୍ପୋର୍ଟସ ହଷ୍ଟେଲ, ଓଡ଼ିଶା ଫୁଟବଲ୍ ଆସୋସିଏସନ୍, ଓ ଜିଲ୍ଲା କ୍ରୀଡ଼ା ସଂଘ ର ମିଳିତ ସହଯୋଗ ରେ ଅନୁଷ୍ଟିତ ହେବାକୁ ଥିବା ଏହି ଅଣ୍ଡର 15th ଫୁଟବଲ୍ ଚାମ୍ପିଅନସିପ ୨୦୨୫ ରେ କ୍ରୀଡ଼ା ପ୍ରତିଭା ର ବିକାଶ ହେବ ବୋଲି କର୍ମକର୍ତା ମାନେ ପ୍ରକାଶ କରିଛନ୍ତି l ଓଡ଼ିଶା ଫୁଟବଲ୍ ଆସୋସିଏସନ୍ ର ଟେକ୍ନିକାଲ କମିଟି ହେଡ୍ ସୁନିଲ ମିତ୍ର ଗାନ୍ଧୀ ଷ୍ଟାଡିୟମ୍ ଓ ଏହାର ଭିତ୍ତି ଭୂମି ପରିଦର୍ଶନ କରି ଜିଲ୍ଲା କ୍ରିଡ଼ା ସଂଘ କର୍ମକର୍ତା ଙ୍କ ସହିତ ଏ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିବା ଜଣା ଯାଇଛି l ସ୍ପୋର୍ଟସ ହଷ୍ଟେଲ ଏକାଡେମି ଓଡ଼ିଶା ସରକାର ଏହାର ତଦାରଖ ଓ ସବୁ ଖର୍ଚ୍ଚ ବହନ କରିବ ବୋଲି କ୍ରିଡ଼ା ସଂଘ ଉପ ସଭାପତି ଶ୍ରୀ ଚିତ୍ତ ରଞ୍ଜନ ତରାସିଆ ସୁଚନା ଦେଇଛନ୍ତି l ଜିଲ୍ଲା କ୍ରୀଡ଼ା ସଂଘ ର କାର୍ଯ୍ଯ କାରୀ ସଦସ୍ୟ କଇରୁ ସ୍ବାଇଁ,ପୁରୋଷୋତ୍ତମ ପାଣିଗ୍ରାହି, କୃଷ୍ଣ ଚନ୍ଦ୍ର ବାଘ, ଦିଲ୍ଲୀପ ଗୁରୁ, ଗୌରୀ ଶ୍ୟାମ ପଣ୍ଡା, ଭୁକୁଲୁ ବକ୍ସି, ଆଦିତ୍ୟ କିଶୋର ଦାନୀ , ସୁଦର୍ଶନ ପଣ୍ଡା, କାଉନଶିଲର ଗଙ୍ଗା ତରିଆ, ସୁକାନ୍ତ ସାହୁ ପ୍ରମୁଖ ଏହି ସମ୍ମିଳନୀରେ ଯୋଗ ଦେଇ ସୁବର୍ଣ୍ଣପୁରରେ ଫୁଟବଲ୍ ପ୍ରତିଭା ର ବିକାଶ ହେବା ସାଙ୍ଗେ ସାଙ୍ଗେ ଏ ଅୟୋଜନ ଦ୍ଵାରା ଫୁଟବଲ୍ ଖେଳ କୁ ଓ ଏହାର ଭିତ୍ତି ଭୂମି କୁ ମଜଭୁତ କରି ପାରିବ ବୋଲି ମତ ପ୍ରକାଶ କରିଛନ୍ତି l

ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ଏଠାରେ ଭାଗ ନେଇ ଥିବା ଫୁଟବଲ୍ ଦଳ ର ଖେଳାଳି ମାନେ ଗ୍ରାମାଞ୍ଚଳ ରେ ଖେଳ ଅଭ୍ୟାସ ଜାରି ରଖିବା ପ୍ରୋତ୍ସାହିତ କରିବାକୁ ମଧ୍ୟ କର୍ମକର୍ତା ପରାମର୍ଶ କରିଥିଲେ l ବିକାଶ ପଣ୍ଡା ସଭା କୁ ସଂଯୋଜନା କରିଥିଲେ l
