You are currently viewing ସର୍ବଭାରତୀୟ ୧୦୦ କିମି ଦୌଡ଼ରେ କୃତିତ୍ୱ ହାସଲ କରିଛନ୍ତି ଓଡ଼ିଆ ପୁଅ ବିଶ୍ୱଜିତ୍
ସର୍ବଭାରତୀୟ ୧୦୦ କିମି ଦୌଡ଼ରେ କୃତିତ୍ୱ ହାସଲ କରିଛନ୍ତି ଓଡ଼ିଆ ପୁଅ ବିଶ୍ୱଜିତ୍

ରାଜସ୍ଥାନରେ ଆୟୋଜିତ ସର୍ବଭାରତୀୟ ୧୦୦ କିମି ଦୌଡ଼ରେ ଅଂଶଗ୍ରହଣ କରି ରେକର୍ଡ ସୃଷ୍ଟି କରିଛନ୍ତି ଓଡ଼ିଆ ପୁଅ ଡ. ବିଶ୍ୱଜିତ୍ ଦାସ। ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଚିଲିକା ବ୍ଲକ ବଉଳାବନ୍ଧ ଗ୍ରାମର ଡ. ରବୀନ୍ଦ୍ରନାଥ ଦାସଙ୍କ ପୁଅ ଡ. ବିଶ୍ୱଜିତ୍ ଦାସ , । ଡ. ବିଶ୍ୱଜିତ୍ ପେଶାରେ ଜଣେ ଶାରୀରିକ ଚିକିତ୍ସକ ହେଲେମଧ୍ୟ ନିଶା ତାଙ୍କର ଦୌଡିବା । ସର୍ବଭାରତୀୟ ସ୍ତରରେ ଦୌଡ଼ରେ ଅନେକ କୀର୍ତ୍ତିଲାଭ କରିଛନ୍ତି ବିଶ୍ୱଜିତ। ନିକଟରେ ରାଜସ୍ଥାନରେ ଆୟୋଜିତ ଜୈସଲମେରରୁ ଲାଉଣେଗୱାଲା ପର୍ଯ୍ୟନ୍ତ ୧୦୦ କି.ମି. ଦୌଡ଼ରେ ଭାଗନେଇ ମାତ୍ର ୧୩ ଘଣ୍ଟା ସମୟରେ ସମ୍ପୂର୍ଣ୍ଣ କରି ପ୍ରଶଂସାର ପାତ୍ର ପଲଟିଯାଇଥିଲେ ବିଶ୍ୱଜିତ। ଏହି ଦୌଡ଼ରେ ଜାତୀୟ ମେଡାଲ ଗ୍ରହଣ କରି ଆମ ଅଞ୍ଚଳକୁ ଗର୍ବ ଆଣିଛନ୍ତି ଡ. ବିଶ୍ୱଜିତ୍ ଦାସ। ଏହି କୃତିତ୍ଵ ହାସଲ ପରେ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଛି।