You are currently viewing ସନ ସାଇନ ଇଂଲିଶ ମିଡ଼ିଏମ ସ୍କୁଲ ର ବାର୍ଷିକ କ୍ରୀଡା ଉଦ ଅନୁଷ୍ଠିତ ,
ସନ ସାଇନ ଇଂଲିଶ ମିଡ଼ିଏମ ସ୍କୁଲ ର ବାର୍ଷିକ କ୍ରୀଡା ଉଦ ଅନୁଷ୍ଠିତ ,

ପୁରୁଷୋତ୍ତମପୁର କୁମାରୀ ସ୍ଥିତ ସନ ସାଇନ ଇଁରାଜୀ ମାଧ୍ୟମ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ଉତ୍ସବ ର ଉଦଯାପନୀ ଉତ୍ସବ ଧୁମ ଧାମ ରେ ପାଳିତ ହୋଇଯାଇଛି | ଆଜି ଏହି ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ପୁରୁଷୋତ୍ତମପୁର ଏନ ଏ ସି ଅଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ପଣ୍ଡା ଏହାକୁ ଉଦଘାଟନ କରିଥିଲେ | ସେ ନିଜ ଅଭିଭାଷଣ ରେ କ୍ରୀଡାର ମହତ୍ୱ ଓ ଶାରୀରିକ ଗଠନ ବିଷୟରେ ବୁଝାଇବା ସହ ନିତିଦିନ ବ୍ୟାୟାମ କରିବାକୁ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ |।

ତତ ସହିତ ପିଲାମାନେ ଅଲମ୍ପିକ ରେ ମଧ୍ୟ ସାମିଲ ହେବା ପାଇଁ ଉତ୍ସାହିତ କରିଥିଲେ | ଏହି ଉତ୍ସବରେ ଅନୁଷ୍ଠାନ ର ସଭାପତି ଶ୍ରୀ ପ୍ରଫୁଲ୍ଲ କୁମାର ରଥ ଓ ଅଧ୍ୟକ୍ଷ ଶ୍ରୀ ସୁନୀଲ କୁମାର ମହାନ୍ତି ଉପସ୍ଥିତ ରହିବା ସହିତ ସପୂର୍ଣ୍ଣ କ୍ରୀଡା ଉତ୍ସବ କୁ ପରିଚାଳନା କରିଥିଲେ,ଏହି ଉତ୍ସବ ରେ ସମ୍ନାନୀତ ଅତିଥି ଭାବେ ତାରାତାରିଣୀ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ସୁରେନ୍ଦ୍ର ନାଥ ପଣ୍ଡା ଯୋଗ ଦେଇ ପିଲାଙ୍କୁ ଭଲପାଠପଢି ସ୍କୁଲ ର ନାମ ଏବଂ ପିତା ମାତା ଏବଂ

ଗୁରଜୀ ଗୁରୁମା ମାନଙ୍କୁ ଠାରୁ ଉଚିତ ଶିକ୍ଷା ନେଇ ଆମ ସହର, ଜିଲ୍ଲା, ରାଜ୍ୟ ଏବଂ ଦେଶ ର ମାନ ବଢ଼ାଇବାକୁ ପ୍ରବର୍ତ୍ତାଇ ଥିଲେ | ଅନ୍ୟାନ୍ୟ ସମ୍ନାନୀତ ଅତିଥିଭାବେ ବରିଷ୍ଟ ସହକାରୀ ଶିକ୍ଷକ ଏ.ରାଜ ଗୋପାଳ ରାଓ.ଲକ୍ଷ୍ମୀ ଚରଣ ପାଣିଗ୍ରାହୀ, ସିଆରସିସି ହେମନ୍ତ କୁମାର ବେହେରା ମଧ୍ୟ ଯୋଗ ଦେଇଥିଲେ | ଏହି କାର୍ଯ୍ୟକ୍ରମ କୁ ସ୍କୁଲ ର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ସହଯୋଗ କରିଥିଲେ | ଆଜି ଜୁନିଅର ଓ ସିନିଅର ବିଭାଗରେ ୧00, ୫00 ମିଟର ଦୌଡ଼ ସହ ରିଲେ ରେସ, କବାଡି,ଖୋ -ଖୋ ଓ ଲଙ୍ଗ ଜମ୍ପ ପ୍ରତିଯୋଗିତା ରେ ଉତୀର୍ଣ୍ଣ ସହିତ ପ୍ରତିଯୋଗିତା ରେ ସଫଳ ହୋଇଥିବା ସମସ୍ତ କୃତ୍ତି ଛାତ୍ର ଛତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ଟ୍ରଫି ପୁରସ୍କାର ବିତରଣ ସହିତ ମାନପତ୍ର ପ୍ରଦାନ କରା ଯାଇଥିଲା | ଏହି କ୍ରୀଡା ଉତ୍ସବକୁ ବିଦ୍ୟାଳୟ ର ସମସ୍ତ କର୍ମଚାରୀ ମାନେ ସହଯୋଗ କରିଥିଲେ ! ରିପୋର୍ଟ ପ୍ରସନ୍ନ କୁମାର ଦାସ