ଜଗନ୍ନାଥ ପ୍ରସାଦ:୨୮/୧:(ଚିତ୍ତରଞ୍ଜନ ଗନ୍ତାୟତ )
କନ୍ଧମାଳ ସାଂସଦ ତଥା କୀଟ, କିସର ପ୍ରତିଷ୍ଠାତା ଅଚୁତ ସାମନ୍ତଙ୍କ ତରଫରୁ ‘ସମସ୍ତଙ୍କ ପାଇଁ ଶିକ୍ଷା ଅଧକାର ‘ ଓ ସହଯୋଗର ହାତ ବଢାଇବା ଦ୍ୱାରା ଦେଶ ଆଗକୁ ଗୋଟେ ପାଦ ଆଗୁଆ ହେବା ଉଦେଶ୍ୟରେ ଆଜି କନ୍ଧମାଳ ଜିଲ୍ଲାରେ ମିନି ମାରାଥନ କାର୍ଯ୍ୟକ୍ରମ ହେଉଥିବା ବେଳେ ଆଜି ଜଗନ୍ନାଥ ପ୍ରସାଦ ବ୍ଲକରେ କନ୍ଧମାଳ ସାଂସଦଙ୍କ ପ୍ରତିନିଧି ବିପ୍ର ଚରଣ ବାରିକଙ୍କ ତତ୍ୱାବଧାନରେ ୬ଷ୍ଠ ମିନି ମାରାଥନ ୨୦୨୪ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି | ଏହି ରାଲିକୁ ସଫଳ କରିବାପାଇଁ ଜଗନ୍ନାଥ ପ୍ରସାଦ ଆଞ୍ଚଳିକ ଡିଗ୍ରୀ କଲେଜ ଓ ବିଡ଼ିପୁର ଦେବସ୍ଥାନ ମହାବିଦ୍ୟାଳୟର ଛାତ୍ରୀଛାତ୍ର,ପୂର୍ବତନ ଛାତ୍ରୀଛାତ୍ର, ଅଧ୍ୟାପକ, ସମାଜସେବୀ, ଉପସ୍ଥିତ ରହିଥିଲେ | ଏହି ୬ଷ୍ଠ ମିନି ମାରାଥନ କାର୍ଯ୍ୟକ୍ରମ ଜଗନ୍ନାଥ ପ୍ରସାଦ ମାକରଞ୍ଜେଇ ମନ୍ଦୀର ଠାରୁ ଆରମ୍ଭ କରି ମୁଖ୍ୟବଜାର,ବଡଦାଣ୍ଡ, କରଣ ସାହି, ପାଇକ ସାହି,ବ୍ଲକ କାର୍ଯ୍ୟାଳୟ ଏବଂ ଗ୍ରାମ୍ୟ ନିର୍ମାଣ କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲେ l ସେଠାରେ କନ୍ଧମାଳ ସାଂସଦ ତଥା କୀଟ,କିସ ପରିବାରର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟରେ ଗରିବ ଜନଜାତି ପିଲାଙ୍କୁ ମାଗଣା ରହିବା,ଖାଇବା, ପିନ୍ଧିବା ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟର ଯତ୍ନ ନେବା ଏବଂ ପ୍ରଥମ ଶ୍ରଣୀରୁ ପୋଷ୍ଟ ଡ଼କ୍ଟ୍ରୋରାଲ ଡିଗ୍ରୀ ପର୍ଯ୍ୟନ୍ତ ଶିକ୍ଷା ପ୍ରଦାନ, ବିଶ୍ୱର ୬୫ଟି ଦେଶରୁ ୪୦ ହଜାର ପିଲାଙ୍କ ପାଠ ପଢିବା,୧୫ ହଜାର ନିୟମିତ କର୍ମଚାରୀ,୫ ହଜାର ଠିକା କର୍ମଚାରୀ,କୀଟରେ ମେଡ଼ିକାଲ କଲେଜ, ଡେଣ୍ଟାଲ କଲେଜ, ଓ ନର୍ସିଙ୍ଗ କଲେଜ ସହ ୨୬ସହ ଶଯ୍ୟା ବିଶିଷ୍ଟ ମଲ୍ଟି ସୁପର ସ୍ପେସିଆଲଟି ହସ୍ପିଟାଲ ଏବଂ ଆଜି ସୁଦ୍ଧା ୧ଲକ୍ଷ ପୁରାତନ ଛାତ୍ର ଛାତ୍ରୀ ସୃଷ୍ଟି କରିପାରି ଥିବା ଅନୁଷ୍ଠାନ ବିଷୟରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଦୀପ୍ତ କିଶୋର ଭୂୟାଁ ଉପସ୍ଥିତ ଥିବା ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ l

ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଶ୍ୱିନୀ କୁମାର ମହାପାତ୍ର, ଥାନାଧିକାରୀ ଅରୁଣ କୁମାର ସିଂ, ଆଞ୍ଚଳିକ ଡିଗ୍ରୀ କଲେଜ ଅଧକ୍ଷ ସନାତନ ସାହୁ,ନୋଡାଲ ଅଧିକାରୀ ପ୍ରମୋଦ କୁମାର ଚୌଧୁରୀ,ଭଞ୍ଜ କିଶୋର ରଣା, ସୁଧୀର କୁମାର ପଟ୍ଟନାୟକ, ସମିତି ମେମ୍ବର ଯୁଦ୍ଧଷ୍ଠିର ସେଠି, ସମାଜସେବୀ ଦେବୀ ପ୍ରସାଦ ମହାପାତ୍ର,ବିରୁପାକ୍ଷ ସେଠି, ବିଭୁତି ଭୂଷଣ ନାୟକ ପ୍ରମୁଖ ମଞ୍ଚାସିନ ରହି କାର୍ଯ୍ୟକ୍ରମରେ ଭାଗ ନେଇଥିବା ଛାତ୍ରଛାତ୍ରୀ ମାନଙ୍କୁ କାର୍ଯ୍ୟକ୍ରମର ଉଦ୍ୟେଶ ବୁଝାଇ ଥିଲେ l
