You are currently viewing ଝାନ୍ସୀରାଣୀ ଲକ୍ଷ୍ମୀବାଇଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ଗଣଦୌଡ଼
ଝାନ୍ସୀରାଣୀ ଲକ୍ଷ୍ମୀବାଇଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ଗଣଦୌଡ଼

ପୁରୀ, ୧୯/୧୧ -ରାଷ୍ଟ୍ର ସେବିକା ସମିତିର ତରୁଣୀ ବିଭାଗ ତରଫରୁ ମାଣିକର୍ଣ୍ଣିକା ଝାନ୍ସୀରାଣୀ ଲକ୍ଷ୍ମୀବାଇଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ଏକ ଗଣଦୌଡର ଆୟୋଜନ କରାଯାଇଥିଲା । ନାରୀମାନଙ୍କର ସ୍ଵସରଂକ୍ଷଣକ୍ଷମ କରି ଗଢିତୋଳିବାସହ ଭାରତବର୍ଷକୁ ପରମ ବୈଭଵାଶାଳୀ ରାଷ୍ଟ୍ର ରୂପେ ପରିଣତ କରାଇବାର ଧ୍ୟେୟ ନେଇ ସତତ କାର୍ଯ୍ୟରତ । ନାରୀମାନଙ୍କର ଶାରୀରିକ, ମାନସିକ ତଥା ବୌଦ୍ଧିକ ଉର୍ନତି ହେଲେହେଁ ପରିବାର, ସମାଜ ଓ ରାଷ୍ଟ୍ର ନିମିତ୍ତ ନିଜର ଶ୍ରେଷ୍ଠ ଯୋଗଦାନ ଦେଇପାରିବେ । ରାଣୀ ଲକ୍ଷ୍ମୀବାଇଙ୍କୁ ନିଜର ଆଦର୍ଶ ରୂପେ ମାନୁଥିବା ସମିତି ତାଙ୍କୁ ମନେପକାଇ ଦେଶ ନାମରେ ଏକ ନିରନ୍ତର ଦୌଡର ଆୟୋଜନ କରି ତରୁଣୀମାନଙ୍କ ମନରେ ଦେଶଭକ୍ତିର ଜ୍ୱାଳା ଉତ୍ପର୍ଣ୍ଣ କରିବାହିଁ ଏହାର ଲକ୍ଷ୍ୟ ।


ସ୍ଥାନୀୟ ସଦାଶିବ ସଂସ୍କୃତ ବିଶ୍ଵବିଦ୍ୟାଳୟର ସଭାଗୃହଠାରେ ସକାଳ ୬ଟା ୩୦ସମୟରେ ଏହି ଉପଲକ୍ଷେ ଏକ ସଭାର ଆୟୋଜନ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ କଳ୍ପନା ମିଶ୍ର, ମୁଖ୍ୟବକ୍ତା ଭାବେ ସୁଶ୍ରୀ ଆକାଂକ୍ଷା ଶତପଥୀ ଯୋଗଦେଇ ଲକ୍ଷ୍ମୀବାଇଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାପାଇଁ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଷ୍ଟ୍ର ସେବିକା ସମିତିର କ୍ଷେତ୍ରପ୍ରଚାରିକା ସୁଶ୍ରୀ ଲତିକା ପାଢ଼ୀ, ପ୍ରାନ୍ତ ସହ କାର୍ଯ୍ୟାବାହିକା କବିତା ରଥ, ସ୍ନେହଲତା ମିଶ୍ର, ଜିଲ୍ଲା ସେବା ପ୍ରମୁଖ ଜୟନ୍ତୀ ମହାପାତ୍ର, ଯୋଗା ପ୍ରଶିକ୍ଷିକା ସୁଶ୍ରୀ ପ୍ରିୟଦର୍ଶିନୀ ପାଣି, ନଗର କାର୍ଯ୍ୟ ବାହିକା ସରୋଜିନୀ ମହାପାତ୍ର, ରୋଜାଲିନ ମିଶ୍ର, ସଂଘମିତ୍ରା ମିଶ୍ର, ଜ୍ୟୋତିର୍ମୟୀ ଦାଶ, ବିଦ୍ୟାର୍ଥୀବିସ୍ତାରିକା ଅର୍ଚିତା ପ୍ରିୟଦର୍ଶିନୀ ସମେତ ପୁରୀ ସହରର ସମସ୍ତ ମହାବିଦ୍ୟାଳୟରୁ ପଚାଶରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ ।