You are currently viewing ରଞ୍ଜନ ଷଡ଼ଙ୍ଗୀ ନବମ ସଂସ୍କରଣରପ୍ରଥମ ମ୍ୟାଚରେ ଜଗନ୍ନାଥ ସ୍ପୋର୍ଟିଂ ବିଜୟୀ
ରଞ୍ଜନ ଷଡ଼ଙ୍ଗୀ ନବମ ସଂସ୍କରଣରପ୍ରଥମ ମ୍ୟାଚରେ ଜଗନ୍ନାଥ ସ୍ପୋର୍ଟିଂ ବିଜୟୀ

ପୁରୀ,୧୩/୨-ସହିଦ ହାବିଲଦାର ରଞ୍ଜନ ଷଡଙ୍ଗୀ ନାମରେ ନବମ ସଂସ୍କରଣ କ୍ରିକେଟ ଖେଳ ପୁରୀ ପୋଲିସ ଲାଇନ ପଢିଆରେ ଆରକ୍ଷୀ ଅଧକ୍ଷକ ପ୍ରତୀକ ସିଂ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ସେ କହିଥିଲେ, ପୁରୀରେ ବ୍ୟସ୍ତ ବହୁଳ ଡିଉଟି ସଫଳ ଭାବରେ ବହୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହା କେବଳ ଆରକ୍ଷୀ ମାନଙ୍କର ଦକ୍ଷତା ଯୋଗୁଁ ଏହା ସଫଳ ହୋଇପାରିଛି। ଏହା ସହ ଆଗାମୀ ରଥଯାତ୍ରା ପାଇଁ ପ୍ରସ୍ତୁତ ରହିବା ପାଇଁ ମଧ୍ୟ ଆହ୍ୱାନ ଦେଇଥିଲେ । ଶେଷରେ ଏସପି ଶ୍ରୀସିଂ ସହିଦ ମାନଙ୍କ ପାଇଁ ନିରବ ପାର୍ଥନା କରିଥିଲେ । ଏହି ପ୍ରତିଯୋଗିତାରେ ପୁରୀ ପୋଲିସର ୧୯୫ ଜଣ ୮ଗୋଟି ଦଳରେ ଭାଗ ହୋଇ ଏହି ଖେଳରେ ଅଂଶ ଗ୍ରହଣ କରିଛନ୍ତି । ଏହି ଉଦ୍‌ଘାଟନ ମ୍ୟାଚରେ ଜଗନ୍ନାଥ ସ୍ପୋର୍ଟିଂ ବିନାମ ରକ ଷ୍ଟାର ମଧ୍ୟରେ ହୋଇଥିଲା । ପ୍ରଥମେ ଟସ୍ ଜିତି ରକ ଷ୍ଟାର ଅଧୁନାୟକ ସତ୍ୟବାନ ସ୍ୱାଇଁ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ ଜଗନ୍ନାଥ ସ୍ପୋର୍ଟିଂ ଅଧିନାୟକ ଦୁଷ୍ମନ୍ତ ସାହୁ ବୋଲିଂ କରିଥିଲେ । ରକ ଷ୍ଟାର ୮ ଓଭର ଖେଳରେ ୭ ଗୋଟି ବିକେଟ ହରାଇ ୬୭ ରନ କରିଥିଲେ । ଜଗନ୍ନାଥ ସ୍ପୋର୍ଟିଂର ପପି ହ୍ୟାଟ୍ରିକ ୱକେଟ ନେଇଥିଲେ। ଏହାକୁ ପିଛା କରି ଜଗନ୍ନାଥ ସ୍ପଟିଙ୍ଗ ୬ ଓଭର ୫ ଟି ବଲରେ ୪ ୱିକେଟ ହରାଇ ୬୮ ରନ କରି ମ୍ୟାଚ ଜିତିଥିଲେ । ଗୀତାଂଶୁ ୨୨, ଅଧିକାରୀ ୧୫ ଓ ପପି ୧୫ ରନ କରିଥିଲେ। ଶେଷରେ ପପି ମ୍ୟାନ ଅଫ ଦି ମ୍ୟାଚ ହୋଇଥିଲେ। ଏହି ଖେଳକୁ ଅନେକ ଦର୍ଶକ ଭରପୁର ମଜା ନେଇଥିଲେ ଯାହା ଖେଳ ଶେଷ ପ୍ରଯ୍ୟନ୍ତ କିଏ ଜିତିବ କିଏ ହାରିବ ତାହା ଅନିଶ୍ଚତତା ଥିଲା। ଏହା ସହ ଚିତ୍ତରଞ୍ଜନ ମହାନ୍ତି ଆରାଇ, ପୋଲିସ ସଂଘ ସଭାପତି ସନ୍ତୋଷ ମହାନ୍ତି, ସେକେଟରୀ ସୂର୍ଯ୍ୟତାପ ଜେନା, କୋଷାଧ୍ଯକ୍ଷ ଦିଲୀପ ଭୋଇ, ସହସମ୍ପାଦକ ସତ୍ୟନାରାୟଣ ନାୟକ, ପ୍ରହଲ୍ଲାଦ ଭୋଇ, ରଞ୍ଜନ ପଲେଇ, ତ୍ରିଲୋଚନ ହୋତା ଓ ପ୍ରଶାନ୍ତ ବିଶ୍ଵାଳ, ଲାଲା, ସୁଧାଂଶୁ ମଙ୍ଗରାଜ ଉପସ୍ଥିତ ରହି ଖେଳକୁ ପରିଚାଳନା କରିଥିଲେ। ସୂଚନା ଥାଉ କି ରଞ୍ଜନ ସରଙ୍ଗୀ ବ୍ରହ୍ମଗିରିରେ ବୋମା ନିଷ୍କ୍ରିୟ କରିବାକୁ ଯାଇ ବିସ୍ପୋରଣରେ ସହିଦ ହୋଇଥିଲେ। ଏହି ସ୍ମୃତିରେ ପୁରୀ ପୋଲିସ ତାର ୯ ସଂସ୍କରଣ ରଞ୍ଜନ ଷଡ଼ଙ୍ଗୀ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଛି।