You are currently viewing ଆଦର୍ଶ ବିଦ୍ୟାଳୟ ରେ ଜାତୀୟ କ୍ରୀଡ଼ା ଦିବସ ପାଳିତ..
ଆଦର୍ଶ ବିଦ୍ୟାଳୟ ରେ ଜାତୀୟ କ୍ରୀଡ଼ା ଦିବସ ପାଳିତ..

ଓଡିଶା ଆଦର୍ଶ ବିଦ୍ୟାଳୟ, ଜୁମୁରୁଗୁଡା ମୁନିଗୁଡା ଠାରେ ପାଳିତ ହୋଇଯାଇଛି ଜାତୀୟ କ୍ରୀଡ଼ା ଦିବସ । ହକିର ଯାଦୁଗର ତଥା ଭାରତର କିମ୍ବଦନ୍ତୀ ହକି ଖେଳାଳି ମେଜର ଧ୍ୟାନ ଚାନ୍ଦଙ୍କ ଜନ୍ମ ଦିବସ ଏବଂ ଦେଶ ପ୍ରତି ଅବଦାନକୁ ମନେ ପକାଇବା ପାଇଁ ଅଗଷ୍ଟ ମାସ ୨୯ ତାରିଖରେ ପ୍ରତି ବର୍ଷ ଭଳି ଆଜି ବିଦ୍ୟାଳୟ ର ସି. ସି. ଏ ବିଭାଗ ପକ୍ଷରୁ ପାଳିତ ହୋଇଛି ଜାତୀୟ କ୍ରୀଡ଼ା ଦିବସ । ମୁଖ୍ୟଅତିଥି ଭାବରେ ବିଦ୍ୟାଳୟ ର ଅଧ୍ୟକ୍ଷା ଶ୍ରୀମତୀ ମିଲି ଷଣ୍ଢ ଯୋଗଦାନ କରିଥିବା ବେଳେ ମୁଖ୍ୟ ବକ୍ତା ଭାବରେ ପଦାର୍ଥ ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ ଅବିନାଶ ପଟେଲ ଯୋଗଦେଇ କିମ୍ବଦନ୍ତୀ କ୍ରୀଡ଼ାବିତ ଧ୍ୟାନଚାନ୍ଦଙ୍କ କ୍ରୀଡା ପ୍ରତିଭା ଅତୁଳନୀୟ ତଥା ସମଗ୍ର ବିଶ୍ୱ ତାଙ୍କ ଚମତ୍କାର କ୍ରୀଡା ନୈପୁଣ୍ୟ ରେ ଅଭିଭୂତ ହୋଇଥିଲା,ତେଣୁ ଯେପର୍ଯ୍ୟନ୍ତ ପୃଥିବୀ ରେ କ୍ରୀଡ଼ା ଚାଲିଥିବ ସେପର୍ଯ୍ୟନ୍ତ ଧ୍ୟାନଚାନ୍ଦ ଅମର ରହିଥିବେ ବୋଲି ମତବ୍ୟକ୍ତ କରିଛନ୍ତି । ଏହି ଅବସର ରେ ବିଦ୍ୟାଳୟ ରେ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ଚାରୋଟି ସଦନ ମଧ୍ୟ ରେ ଅନୁଷ୍ଠିତ ହୋଇଥିଲା l ବାଳିକା ମାନଙ୍କ ପାଇଁ ସ୍ୱତନ୍ତ୍ର ଭାବରେ ଲେଗ କ୍ରିକେଟ, ବାଳକ ମାନଙ୍କ ପାଇଁ କ୍ରିକେଟ, ଚେସ, ଲୁଡୋ ତଥା ବିଭିନ୍ନ ପୁରାତନ ଖେଳ ଆଦି ଅନୁଷ୍ଠିତ ହୋଇଥିଲା l ସୁବର୍ଣ୍ଣରେଖା ସଦନ ଲେଗ କ୍ରିକେଟ, କ୍ରିକେଟ ରେ ଚମ୍ପିୟାନ ହୋଇଥିଲେ l କାର୍ଯ୍ୟକ୍ରମକୁ ବିଦ୍ୟାଳୟ ର କ୍ରୀଡ଼ା ଶିକ୍ଷକ ପରିଚାଳନା କରିଥିବା ବେଳେ ବିଦ୍ୟାଳୟ ର ସଂସ୍କୃତ ବିଭାଗ ଶିକ୍ଷକ ଶ୍ରୀଯୁକ୍ତ ମିଥୁନ ବାଗ ସଭା ପରିଚାଳନା କରିଥିଲେ l ଏହି ଅବସରେ ରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ସୁଶ୍ରୀ ସ୍ମୃତି ଶ୍ରୀୟା ପ୍ରଧାନ, ବିଶ୍ୱରୁପା ସାହୁ, ଦ୍ୱାଦଶ ଶ୍ରେଣୀ ର ଛାତ୍ର ହିତେଶ ପଲକିଆ, ଛାତ୍ରୀ ସୁଶ୍ରୀ ଅଭିପ୍ସା ନାୟକ, ସ୍ଵାଗତିକା ବରାଡ଼, ଲାବନ୍ୟା ପଣ୍ଡିତ ଖେଳ ର ମହତ୍ୱ ବିଷୟ ରେ ନିଜର ଅଭିଭାଷଣ ରଖିଥିଲେ l


“ଜାତୀୟ କ୍ରୀଡ଼ା ଦିବସ କେବଳ ଏକ ଉତ୍ସବ ନୁହେଁ କ୍ରୀଡା ଆମ ଜୀବନକୁ ସମୃଦ୍ଧ କରେ,” ବୋଲି କ୍ରୀଡ଼ା ଶିକ୍ଷକ ଶ୍ରୀଯୁକ୍ତ ଦେବାଶିଷ ସାହୁ ବିଦ୍ୟାର୍ଥୀ ଙ୍କୁ ଉତ୍ସାହିତ କରି କହିଥିଲେ । ଶେଷରେ ବିଦ୍ୟାଳୟ ର ଓଡ଼ିଆ ବିଷୟ ଶିକ୍ଷକ ଶ୍ରୀଯୁକ୍ତ ଲିଙ୍ଗରାଜ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ l