You are currently viewing କାଳିମେଖି ପଂଚାୟତ ରେ ଛାତ୍ର ଛାତ୍ରୀ ଙ୍କ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ
କାଳିମେଖି ପଂଚାୟତ ରେ ଛାତ୍ର ଛାତ୍ରୀ ଙ୍କ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ

ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ କାଳି ମେଖି ପଂଚାୟତ ରେ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ପ୍ରତିଯୋଗିତା ଅନୁଷ୍ଠିତ ହୋଈ ଯାଇଛି ! ଓଡିଶା ରେ ହେଉଥିବା ପୁରୁଷ ହକି ବିଶ୍ୱ କପ ଉପଲକ୍ଷେ ମଙ୍ଗଳବାର ଦିନ କାଳି ମେଖି ସରପଞ୍ଚ ଅର୍ଚନା ତ୍ରିପାଠୀ ଓ ସମିତି ସଭ୍ୟା ନୟନୀ ଗୌଡ଼ ଙ୍କ ଅଧକ୍ଷତା ରେ ଏକ ପ୍ରତିଯୋଗିତା ଅନୁଷ୍ଠିତ ହୋଈ ଯାଇଛି ! ଏଥିରେ ରଙ୍ଗୋଲି, ମ୍ୟୁଜିକ ଚେୟାର, ଡିବେଟ, ଡେନ୍ସ, ସଂଗୀତ, ପୀରାମିଡ଼, ଲୁଡୁ, କ୍ୟାରିମ ଆଦି ବିଭିନ୍ନ ବିଷୟରେ ପ୍ରତିଯୋଗିତା କରାଯାଇ ପ୍ରଥମ ଓ ଦ୍ଵିତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ଙ୍କୁ ପଂଚାୟତ ପକ୍ଷରୁ ପୁରସ୍କୃତ କରାଯାଇଥିଲା ! ଏଥିରେ ପ୍ରାୟ 400 ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ ! ଏଥିରେ ସରପଞ୍ଚ ପ୍ରତିନିଧି ବିଶ୍ଵାମିତ୍ର ତ୍ରିପାଠୀ, ପି ଇ ଓ ସୁଦାମ ପ୍ରଧାନ, ଅମର ଜେନା, ବୁଲୁ ଗୌଡ଼, କୁମାର ଜେନା, ତ୍ରିଲୋଚନ ଗୌଡ଼, ରାଜୁ ଭୂୟାଁ, ଅଙ୍ଗନବାଡି କର୍ମୀ, ୱାର୍ଡ ସଭ୍ୟ, ଆଶା, ଏମ ବି କେ, ସି ଆର ପି, ମହିଳା ସଙ୍ଘ ସଦସ୍ୟ ଆଦି ଉପସ୍ଥିତ ରହି ସହଯୋଗ କରିଥିଲେ ।ଗଞ୍ଜାମ ଜିଲ୍ଲା କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।