You are currently viewing ଦିନ ୟଙ୍ଗସ୍ କ୍ଲବ୍ ଆନୁକୁଲ୍ୟରେ ଦୋଳଗୋବିନ୍ଦ ସ୍ମାରକୀ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ
ଦିନ ୟଙ୍ଗସ୍ କ୍ଲବ୍ ଆନୁକୁଲ୍ୟରେ ଦୋଳଗୋବିନ୍ଦ ସ୍ମାରକୀ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

କଟକ ସଦର ଅନ୍ତର୍ଗତ ଆୟତପୁର ଖେଳ ପଡିଆ ଠାରେ ଆଜି ରବିବାର ଦିନ ୟଙ୍ଗସ୍ କ୍ଲବ୍ ଆନୁକୁଲ୍ୟରେ ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଦୋଳଗୋବିନ୍ଦ ପ୍ରଧାନଙ୍କ ନାମରେ ଦୋଳଗୋବିନ୍ଦ ସ୍ମାରକୀ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆକା କିଶୋରନଗର, ଦିଘା, ବାରଦା, ଧରିଣା, ଶଗଡି, ବୋଧପୁର, ଦେଉଳି, ପୁରଣ ଭଳି ୮ ଗୋଟି ଟି ଦଳ ଭାଗ ନେଇଥିବା ଵେଳେ ଫାଇନାଲରେ ଧରିଣା ଟିମ୍ କୁ ୧/୦ ରେ ହରାଇ ଦିଘି ଟିମ୍ ଚମ୍ପିୟାନ ହୋଇଥିଲା। ଏହି ଅବସରରେ ଆୟୋଜିତ ପୁରସ୍କାର ବିତରଣ ସଭାରେ ଅତିଥି ଭାବେ ଆଇନଜୀବୀ ଅଶୋକ ଦାସ, କଟକ ସଦର ବ୍ଲକ କଂଗ୍ରେସର ପୂର୍ବତନ ସଭାପତି ପ୍ରତାପ ମଲ୍ଲିକ, ପ୍ରାଣକୃଷ୍ଣ ବେହେରା, କ୍ରିଡ଼ାଵିତ ଅଜୟ ପଟ୍ଟନାୟକ, ନଳିନୀ ବେହେରା ପ୍ରମୁଖ ଯୋଗଦେଇ ବିଜେତା ଦଳକୁ ଦୋଳଗୋବିନ୍ଦ ପ୍ରଧାନ ସ୍ମାରକୀ ଟ୍ରଫି ଓ ଉପ ବିଜେତା ଦଳକୁ ସଚିଦାନନ୍ଦ ଖୁଣ୍ଟିଆ ସ୍ମାରକୀ ଟ୍ରଫି ପ୍ରଦାନ କରିଥିଲେ। ପରିଚାଳନାରେ କ୍ଲବ ର ସଭାପତି ସୁଶାନ୍ତ ବେହେରା, ସଂପାଦକ ଜୀଵନ ତରଙ୍ଗ ବେହେରା, ମୂଖ୍ୟ ଉଦ୍ୟୋକ୍ତା ଶ୍ରୀକାନ୍ତ ବେହେରା ପ୍ରମୁଖ ସହାୟତା କରିଥିଲେ ।