ସାନଖେମୁଣ୍ଡି, ୧୩/୦୨(ରଘୁନାଥ ନାୟକ ):ଗଞ୍ଜାମ ଜିଲ୍ଲା ପାଟପୁର ଥାନା ପରିସରରେ ପାଟପୁର ଟାଇକୋଣ୍ଡା ଏକାଡେମୀ ପ୍ରତିଯୋଗୀତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଗତ କିଛି ଦିନ ଧରି ଥାନା ପରିସରରେ କୁନିକୁନି ପିଲାମାନଙ୍କୁ ଟାଇକୋଣ୍ଡା ଏକାଡେମୀରେ ମୁଖ୍ୟ କୋଚ୍ ବାସୁ ନାୟକ ଟ୍ରେନିଂ ଦେଇ ଆସୁଛନ୍ତି ବର୍ତ୍ତମାନ ସମାଜରେ ଶିଶୁମାନେ ନାନା ପ୍ରକାରର ଅନ୍ୟାୟ ଅତ୍ୟାଚାର ଓ ଶୋଷଣ ଶିକାର ହେଉଛନ୍ତି। ସେ ସବୁକୁ ପ୍ରତିହତ କରିବାକୁ ଶାରୀରିକ ମାନସିକ ସ୍ତରରେ ଆତ୍ମ ସୁରକ୍ଷା କିଭଳି ନିଜେ କରିପାରିବେ ସେହି ଲକ୍ଷ୍ୟରେ ପିଲାମାନଙ୍କୁ ଟାଇକୋଣ୍ଡା ଏକାଡେମୀ ଟ୍ରେନିଂ ଦେଉଥିବା ବେଳେ ପ୍ରଥମ ଥର ପାଇଁ କଲର ବେଲ୍ଟ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ. ପାଟପୁର ବିଶ୍ୱାସରାୟ ବିଜ୍ଞାନ ମହାବିଦ୍ୟାଳୟ ରସାୟନ ବିଜ୍ଞାନ ଅଧ୍ୟାପକ ଡ଼ଃ କୈଳାସ ଚନ୍ଦ୍ର ସ୍ୱାଇଁ. ସାନଖେମୁଣ୍ଡି ଗ୍ରାମ୍ୟ ନ୍ୟାୟାଳୟ ସରକାରୀ ଓକିଲ ସତ୍ୟ ନାରାୟଣ ରଥ. ପାଟପୁର ଏସବିଆଇ ଶାଖା ବିଏମ ହୃଷିକେଶ ନାୟକ. ଓକିଲ ଆଲୋକ ଚୌଧୁରୀ ମଞ୍ଚାସିନ ହୋଇଥିଲେ।

ସମସ୍ତ ଅତିଥିମାନେ ପିଲାଙ୍କୁ ଉତ୍ସାହିତ କରିବା ସହ ପ୍ରତିଯୋଗୀତାରେ ପ୍ରଥମ ସୁନେନା ରାହୁଳ.ଦ୍ୱିତୀୟ ସିନ୍ଧିକୃଷ୍ଣ ମଲ୍ଲ. ତୃତୀୟ ଶୁଭମ ରେଡ୍ଡୀ ହୋଇଥିବା ପିଲାମାନଙ୍କୁ ପୁରସ୍କୃତ କରାଯିବା ସହ ସମସ୍ତ ଟାଇକୋଣ୍ଡା ପ୍ରତିଯୋଗୀ ଆଂଶ ଗ୍ରହଣ କରିଥିବା ପିଲାଙ୍କୁ ପୁରସ୍କୃତ କରାଯାଇଥିଲା। ଅନ୍ତର୍ଜାତୀୟ କୋଚ ତଥା ଟାଇକୋଣ୍ଡା ଗଞ୍ଜାମ ଜିଲ୍ଲା ସଙ୍ଘର ସମ୍ପାଦକ କେ.ମନୋଜ ପ୍ରଧାନ. ଏନ ଆଇ ଏସ କୋଚ୍ ଇ.ଲଳିତ କୁମାର ଉପସ୍ଥିତ ରହି ପ୍ରତିଯୋଗୀତା ଅତିଥି ଜଜ ଭାବେ କାର୍ଯ୍ୟ ସମ୍ପାଦନ କରିଥିଲେ। କୋଲକତାରେ ଅନୁଷ୍ଠିତ ହୋଇଥିବା ଜାତୀୟ ପ୍ରତିଯୋଗୀତାରେ ସିଲଭର ମେଡାଲ ହାତେଇ ଥିବା ଶୁଭମ ରେଡ୍ଡୀ. ଏସ ରୋଶନ ଦୋରା.ଏମ ସତ୍ୟ ପ୍ରିୟମଙ୍କୁ ଅତିଥିମାନେ ପୁରସ୍କୃତ କରିବା ସହ ସମ୍ବର୍ଦ୍ଧିତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ଅଭିଭାବକ. ପାଟପୁର ଥାନା ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। ଶେଷରେ ଥାନା ଅଧିକାରୀ ସବ୍ୟସାଚି ମଲ୍ଲ ଏବଂ ତାଙ୍କ ସ୍ତ୍ରୀ ମଧୁଛନ୍ଦା ମଲ୍ଲ ସହଯୋଗରେ ଥାନା ପରିସରରେ ଦୀର୍ଘ ଦିନ ଚାଲିଥିବା ଟାଇକୋଣ୍ଡା ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଉପସ୍ଥିତ ଅତିଥି ଅଭିଭାବକ ମାନେ ଧନ୍ୟବାଦ ଜଣାଇ ଥିଲେ


