ସାନଖେମୁଣ୍ଡି ୨୭/୧: : ପାଟପୁର ସ୍ଥିତ ଫ୍ରେଣ୍ଡସ କ୍ରିକେଟ୍ କ୍ଳବ୍ ପକ୍ଷରୁ ସ୍ଥାନୀୟ ମିନି ଷ୍ଟାଡିୟମ୍ ପରିସରରେ ଲିଜେଣ୍ଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଫ୍ରେଣ୍ଡସ କ୍ରିକେଟ୍ କ୍ଳବ୍ ସଭ୍ୟ ଓ ପ୍ରାକ୍ତନ ଭେଟେରାନ୍ କ୍ରିକେଟିୟର ମାନଙ୍କୁ ନେଇ ଆୟୋଜିତ ଦିନିକିଆ ବନ୍ଧୁତ୍ୱପୂର୍ଣ୍ଣ ଟି୨୦ ପ୍ରଦର୍ଶନୀ ମ୍ୟାଚ୍ କୁ ପାଟପୁର ଥାନା ଆରକ୍ଷୀ ନିରୀକ୍ଷକ ଦୀପ୍ତିରଞ୍ଜନ ବେହେରା ଅଧ୍ୟାପକ ଡକୈଳାସଚନ୍ଦ୍ର ସ୍ଵାଇଁ କ୍ଳବର ପ୍ରତିଷ୍ଠାତା ତଥା ପୂର୍ବତନ ପରିଚାଳକ ଅଶୋକକୁମାର ବେହେରା ଜିଲ୍ଲାପରିଷଦ ସଭ୍ୟ ଶଙ୍କର୍ଷଣ ସ୍ଵାଇଁ

ସରପଞ୍ଚ ଡି ରାକେଶ ପାତ୍ର ଜାଗିଲି ସେଠି ଓକିଲ ପ୍ରଶାନ୍ତକୁମାର ଡାକୁଆ ସାମ୍ୱାଦିକ ବିନାୟକ ଦାଶ ପୂର୍ବତନ ସରପଞ୍ଚ ଟିବାବୁ ସୁବୁଦ୍ଧି ପ୍ରାକ୍ତନ ଅଧିନାୟକ କୈଳାସଚନ୍ଦ୍ର ଖୁଣ୍ଟିଆ ରଘୁନାଥ ଡାକୁଆ ବୁଲୁ ପାତ୍ର କେନାନବାବୁ ଦୋରା ନିଶାନ୍ତକୁମାର ନାୟକ ଦ୍ବାରିକାନାଥ ତ୍ରିପାଠୀ ପ୍ରମୁଖ ଉଦଘାଟନ ଉତ୍ସବରେ ଯୋଗ ଦେଇଥିଲେ।

ପ୍ରଦର୍ଶନୀ ମ୍ୟାଚରେ ବ୍ଲ୍ୟୁ ୱାଇଲ୍ଡ ଫାୟାର ଏକାଦଶ ପ୍ରଥମେ ଟସ୍ ଜିତି ବୋଲିଁ ନିଷ୍ପତି ନେଇଥିଲା ବେଳେ ପ୍ରଥମେ ବ୍ୟାଟିଂ କରି ଗ୍ରିନ ସୁପର ସିକ୍ସର ଏକାଦଶ ନିର୍ଦ୍ଧାରିତ ୨୦ ଓଭରରେ ୫ୱିକେଟ ହରାଇ ୧୭୭ରନ ସଂଗ୍ରହ କରିଥିଲା ଦଳ ପକ୍ଷରୁ ସୁକୁସନ୍ତୋଷ କୁମାର ୪୭ ବଲରୁ ୫୩ ରନର ଇନିଂସ ଖେଳିଥିଲେ।

ଖାରବେଳ ୨୪ବଲରୁ ୪୭ ଓ ପ୍ରମୋଦ ୧୭ ବଲ ରୁ ୨୪ ରନର ବିସ୍ପୋରକ ଇନିଂସ୍ ଖେଳିଥିଲେ। ଦିଲୀପ ପାଣିଗ୍ରାହି ୪ ଓଭରରୁ ୨ ଟି ୱିକେଟ ପାଇଥିଲେ। ଜବାବରେ ବ୍ଲ୍ୟୁ ୱାଇଲ୍ଡ ଏକାଦଶ ୨୦ ଓଭରରେ ୯ ୱିକେଟ ହରାଇ ମାତ୍ର ୧୩୮ ରନ କରିବା ସହ ୩୯ ରନ ବ୍ୟବଧାନରେ ପରାଜିତ ହୋଇଥିଲା। ରଞ୍ଜନ ସେଠି ୨୨ ବଲରୁ ୪୦ ରନର ଉପଯୋଗୀ ଇନିଂସ ଖେଳିଥିଲେ।

ଏସରାମଚନ୍ଦ୍ର ୪ ଓଭରରେ ୧୩ ରନ ଦେଇ ୨ ୱିକେଟ ପାଇଥିଲେ। ଅର୍ଦ୍ଧଶତକ ମାରିଥିବା ସୁକୁସନ୍ତୋଷ କୁମାର ମ୍ୟାନ୍ ଅଫ ଦି ମ୍ୟାଚ୍ ଖାରବେଳ ବେଷ୍ଟ ବ୍ୟାଟସମ୍ୟାନ୍ ଓ ଦିଲିପ ପାଣିଗ୍ରାହି ବେଷ୍ଟ ବୋଲର ବିବେଚିତ ହୋଇଥିଲେ। ତପନକୁମାର ବାଡତ୍ୟା କୃଷ୍ଣଚନ୍ଦ୍ର ପାତ୍ର ଅମ୍ପାୟାର ଓ ସାଗର ଖୁଣ୍ଟିଆ ସ୍କୋରର ଭାବେ ମ୍ୟାଚ୍ ପରିଚାଳନା କରିଥିଲେ। ବିଜେତା ଓ ଉପ ବିଜେତା ଦଳ ଓ ଶ୍ରେଷ୍ଠ ଖେଳାଳିଙ୍କୁ ଅତିଥି ମାନେ ଟ୍ରଫି ସିଲ୍ ପ୍ରଦାନକରି ପୁରସ୍କୃତ କରିଥିଲେ।
ରିପୋର୍ଟ ବିନାୟକ ଦାସ

