You are currently viewing ଧରାକୋଟ ରେ ଚିତ୍ତ ରଞ୍ଜନ ସ୍ମାରକୀ କ୍ରିକେଟ ଟୁରନାମେଣ୍ଟ ଉଦ୍ଘାଟିତ
ଧରାକୋଟ ରେ ଚିତ୍ତ ରଞ୍ଜନ ସ୍ମାରକୀ କ୍ରିକେଟ ଟୁରନାମେଣ୍ଟ ଉଦ୍ଘାଟିତ

ଧରାକୋଟ,21/1/24
ଧରାକୋଟ ସ୍ଥିତ ଶ୍ରୀ ରାଜ ଉଚ୍ଚ ବିଦ୍ୟାଳୟ ମିନି ଷ୍ଟାଡିୟମରେ ୱାୟୀ ସି ଏ ତରଫରୁ ଆୟୋଜିତ ଚିତ୍ତ ରଞ୍ଜନ ସ୍ମାରକୀ କ୍ରିକେଟ ଟୁରନାମେଣ୍ଟ ବି ଡି ଓ ଡେନିସ ବେହେରାଙ୍କ ଦ୍ଵାରା ଉଦ୍ଘାଟିତ ହୋଇଯାଇଛି। କ୍ଲବ ର ସଭାପତି ସୁନୀଲ ଗୌଡ଼ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ୱାଇଁ,ସମ୍ମାନିତ ଅତିଥି ଭାବରେ ସରପଞ୍ଚ ପୁନିଆ ଦାସ, ପୂର୍ବତନ ସରପଞ୍ଚ ଦିଲୀପ ସ୍ୱାଇଁ,ପୂର୍ବତନ ରଣଜୀ ଟ୍ରଫି ଖେଳାଳୀ ସନ୍ତୁ ବିଷୋୟୀ,ଦେବାଶିଷ ସାହୁ, ବି ଜେ ଡି ଜିଲ୍ଲା ଉପ ସଭାପତି ରବୀନ୍ଦ୍ର ଘୋଷ, ଜଗମୋହନ ସରପଞ୍ଚ ପ୍ରତିନିଧି ପ୍ରମୋଦ ମହାରଣା , କ୍ଲବ ର ବରିଷ୍ଠ ସଦସ୍ୟ ଭବାନୀ ଶଙ୍କର ପାତ୍ର, ସାମ୍ୱାଦିକ ହୃଦାନନ୍ଦ ଜେନା, ଶିଶିର ମହାନ୍ତି ପ୍ରମୁଖ ଉପସ୍ଥିତ ରହିଥିଲେ। ସାମ୍ବାଦିକ ବିଷ୍ଣୁ କେଶରୀ ଆଚାର୍ଯ୍ୟ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ। ଉଦ୍ଘାଟନୀ ମ୍ୟାଚରେ ଶେରଗଡ଼ ରାଜବଂଶ କ୍ରିକେଟ କ୍ଲବ ସହ ସୋରଡା ଋଷିକୁଲ୍ୟା କ୍ରିକେଟ କ୍ଲବ ର ମୁକାବିଲା ହୋଇଥିଲା । ଏମ୍ପାଏର ଭାବରେ ମନୋଜ ଶତପଥୀ ଓ ଅଶ୍ଵିନୀ ବିଷୋୟୀ ଦାୟିତ୍ୱ ତୁଲାଇ ଥିଲେ । ପ୍ରଥମ ଦିନର ଉଦଘାଟନୀ ମ୍ୟାଚରେ ସୋରଡା ଋଷିକୂଲ୍ୟା କ୍ରିକେଟ କ୍ଲବ ଶେରଗଡ଼ ରାଜବଂଶ କ୍ରିକେଟ କ୍ଲବ କୁ 36 ରନ ରେ ପରାସ୍ତ କରି ବିଜୟୀ ଘୋଷିତ ହୋଇଥିଲେ । ସୋରଡ଼ା ଦଳର ଶିଲୁ ସାହୁ ଙ୍କୁ ମ୍ୟାନ ଅଫ ଦି ମେଚ ଘୋଷଣା କରାଯାଇଥିଲା ।ଆଜିର ମେଚ ରେ ଦିଲୀପ ପ୍ରଧାନ,ବାପୁନି ସ୍ୱାଇଁ ଙ୍କ ସମେତ କ୍ଲବ ର ସମସ୍ତ ସଦସ୍ୟ ସହଯୋଗ ପ୍ରଦାନ କରିଥିଲେ। ଆଜି ଅର୍ଥାତ ସୋମବାର ଦିନ ଆସିକା ପାନାସୋନିକ ଦଳ ସହ ଚାଟୁଳା ର ବାବା ପାତାଲେଶ୍ୱର ସହ ମୁକାବିଲା ହେବ ।