ବାଲିଗୁଡା, ତା, ୦୭/୦୮:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ବାରଖମା ସ୍ଥିତ ବିଏସଏଫ ର ୧୩୬ ବାଟାଲିୟନ ଆନୁକୂଲ୍ୟରେ ବାରଖମା ଖେଳ ପଡିଆ ଠାରେ “ଏକ ଭାରତ ଶ୍ରେଷ୍ଠ ଭାରତ” କାର୍ଯ୍ୟକ୍ରମ ଅବସରରେ ଏକ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ୍ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି l ଏଥିରେ ବିଏସଏଫ କମାଣ୍ଡର ନିର୍ମଳ ଚନ୍ଦ୍ର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରି ଦୁଇ ଦଳର ଖେଳାଳୀ ମାନଙ୍କ ସହ ପରିଚିତ ହୋଇଥିଲେ l.

ଏଥିରେ ବାରଖମା ବିଏସଏଫର ୧୩୬ ବାଟାଲିୟନ ଦଳ ଏବଂ ବାରଖମା ସ୍ପୋର୍ଟସ୍ କ୍ଲବ୍ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ବିଏସଏଫ ୩-୦ ଗୋଲରେ ବିଜୟୀ ଲାଭ କରିଥିଲା l ଏହି ମ୍ୟାଚରେ ବିଏସଏଫ ର ସମସ୍ତ ଜବାନ ଓ ବାରଖମା ସ୍ପୋର୍ଟସ୍ କ୍ଲବର ସମସ୍ତ ସଦସ୍ୟ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ l

