ପୁରୁଷୋତ୍ତମପୁର : ୨୦୨୫ ବର୍ଷ ପାଇଁ ସିବିଏସ୍ଇର ଆଞ୍ଚଳିକ ତାଏକୋଣ୍ଡା ଚମ୍ପିଆନସିପ୍ ୨୪ ରୁ ୨୬ ତାରିଖ ଯାଏ ମେଘାଳୟର ର ଶିଲଂ ସ୍ଥିତ ବିଡିଡ଼ବ୍ଲୁ ଆନ୍ତର୍ଜାତୀୟ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଅଛି । ଏହି ପ୍ରତିଯୋଗିତାରେ ଓଡ଼ିଶା, ଆସାମ, ଛତିଶଗଡ, ମେଘାଳୟ ଓ ପଶ୍ଚିମବଙ୍ଗ ଆଦି ରାଜ୍ୟରୁ ବିଭିନ୍ନ ବିଭାଗରେ ପ୍ରାୟ ୬୦୦ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ତନ୍ମଧ୍ୟରେ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ତାଏକୋଣ୍ଡୋ ଖେଳାଳି ଦିବ୍ୟସିଂ ବେହେରା ୧୪ ବର୍ଷରୁ କମ୍ 38 କେଜି ବିଭାଗରେ ପ୍ରଶିକ୍ଷକ ଇ ଲଲିତ କୁମାର ଙ୍କ ତତ୍ତ୍ୱାବଧାନରେ ଅଂଶଗ୍ରହଣ କରିଥିଲେ I ୪ ର୍ଥ ରାଉଣ୍ଡରେ ମେଘାଳୟଛତିଶଗଡ,ଆସାମ ଓ ଓଡ଼ିଶା ଖେଳାଳଙ୍କ ସହ ଖେଳି ଦିଭ୍ୟନ୍ସି ବ୍ରୋଞ୍ଜ ପଦକ ହାସଲ କରିଥିଲେ |

ଯାହାକି ସହର ପାଇଁ ଗୌରବ ଆଣିଛି ସେ ଗଞ୍ଜାମ ଜିଲ୍ଲାର କ୍ଲୋରଫିଲ୍ ସ୍କୁଲ୍ ର ସପ୍ତମ ଶ୍ରେଣୀର ଛାତ୍ରୀ | ତାଙ୍କର ଏହି ସଫଳତାରେ ଟାଇକୋଣ୍ଡୋ ସଂଘ ର ଜିଲ୍ଲା ସମ୍ପାଦକ କେ ମନୋଜ ପ୍ରଧାନ ଏବଂ ଓଡିଶା ତାଏକୋଣ୍ଡେ ସଂଘର ସାଧାରଣ ସମ୍ପାଦକ ମନମୋହନ ଭଞ୍ଜ ଦିବ୍ୟସିଂ ବେହେରା ଏବଂ କୋଚ୍ ଇ ଲଳିତ କୁମାର ଙ୍କୁ ଅଭିନନ୍ଦନ ଓ କୃତଜ୍ଞ ଜଣାଇଛନ୍ତି।

ସେ ହେଉଛନ୍ତି ପୁରୁଷତମପୁର ର କଂଗ୍ରେସ ବିଧାୟକ ପାର୍ଥି ତଥା ଗଞ୍ଜାମ ଜିଲ୍ଲା ପଶ୍ଚିମାଞ୍ଚଳ ଏସ୍ ସି ଚେୟାର ମ୍ୟାନ୍ ଚିତ୍ରସନ ବେହେରା ଓ ମାତା ସୁଜାତା କୁମାରୀ ବେହେରା ଙ୍କ କନ୍ୟା ଯାହାକି ଦୀର୍ଘ ଚାରି ବର୍ଷ ଧରି ପୁରୁଷତମପୁର ତାଇକୋଣ୍ଡେ ଏକାଡେମି ରେ କୋଚ୍ ଶ୍ରୀ ଲଳିତ ଙ୍କ ଫାଖରେ ପ୍ରଶିକ୍ଷଣ ନେଇ ଅନେକ ରାଜ୍ୟ ଜାତୀୟ ପ୍ରତିଯୋଗୀତା ଅନେକ ପଦକ ହାସଲ କରିଛନ୍ତି। ଏହା ନାରୀ ଶକ୍ତି ର ଜ୍ୱଳନ୍ତ ଉଦାହରଣ ତାଙ୍କର ଏହି କୃତିତ୍ଵ କୁ ସହର ବାସି ପ୍ରସଂଶା କରିଛନ୍ତି | ରିପୋର୍ଟ ପ୍ରସନ୍ନ କୁମାର ଦାସ
