କୋଦଳା (୦୭/୦୪/୨୦୨୬)
ଗଞ୍ଜାମ ବେଗୁନିଆପଡ଼ା ନିକଟସ୍ଥ ତିରିଡା ଠାରେ ପ୍ରିମିୟର ଲିଗ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଶୁଭାରମ୍ଭ ହୋଇଛି ।ବରିଷ୍ଠ ବିଜେଡି ନେତା ହରପ୍ରସାଦ ସାହୁ ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟର ଶୁଭ ଉଦଘାଟନ କରିଛନ୍ତି।ଅଞ୍ଚଳର ବହୁ କ୍ରିକେଟ ଟିମ୍ ଏଥିରେ ଭାଗ ନେଇଥିବା ବେଳେ ପ୍ରଥମ ଦିନରେ ଜୟ ଜଗନ୍ନାଥ କ୍ରିକେଟ ଟିମ୍ ସହ ରୁଦ୍ର କାଳୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ମଧ୍ୟରେ ମ୍ଯାଚ ଅନୁଷ୍ଠିତ ହୋଇଥିଲା। ଯୁବ ପିଢିକୁ କ୍ରିଡାରେ ଆଗ୍ରହୀ କରିବା ସହ ତାଙ୍କ ମଧ୍ୟରେ ଭାଇଚାରା ଓ ଏକତା ବୃଦ୍ଧି କରିବା ଉଦେଶ୍ୟରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏଠାରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଛି। ବିଜେଡି ନେତା ହରପ୍ରସାଦ ସାହୁ ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ କରି ଭାଇଚାରା ମଧ୍ୟରେ ଖେଳିବା ପାଇଁ ଆହ୍ବାନ ଦେଇଛନ୍ତି। ଶ୍ରୀ ସାହୁଙ୍କ ସହ ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ନୀଳାଞ୍ଚଳ ସ୍ବାଇଁ, ବିଜୟ ବେହେରା, ରବିନ୍ଦ୍ର ପ୍ରଧାନ, ରାଜକୁମାର ନାଏକ ଉପସ୍ଥିତ ରହି କ୍ରଡାବିତ୍ ମାନଙ୍କୁ ଉତ୍ସାହିତ କରିଥିଲେ। ସୁବାଷ ଜେନା, ପବିତ୍ର ଭୂୟାଁ, ନୀଳାଞ୍ଚଳ ଭୂୟାଁ, ସଞ୍ଚୟ ଗୌଡ଼, ଗୁରୁ ପ୍ରସାଦ ଭୂୟାଁ, ପ୍ରବୀଣ ଭୂୟାଁ, ପ୍ରମୋଦ ଭୂୟାଁ, ତ୍ରିଲୋଚନ ଗୌଡ଼, ସାଗର ଜେନା, ରଙ୍କନାଥ ଜେନା, ସନ୍ତୋଷ ବେହେରା ପ୍ରମୁଖ ଏଥିରେ ସହଯୋଗ କରିଥିଲେ।
