ଅନୁଗୁଳ : ( ଦିଲିପ କୁମାର
ଚୋପଦାର )ତାଳଚେର ବ୍ଲକ ଅନ୍ତର୍ଗତ ନରହରିପୁରରେ ଅଲ୍ ଓଡିଶା ଫୁଟବଲ ଟୁର୍ନାମେଣ୍ଟ, ନରହରିପୁର କପ- ୨୦୨୫ ଅତି ଉତ୍ସାହର ସହିତ ସମାପ୍ତ ହୋଇଛି | ମଙ୍ଗଳା କ୍ଲବ, କଟକ ଏବଂ ଜେଜେଏଫସି ମୁଣ୍ଡୁ ମୁହାନ କ୍ଲବ, ଭୁବନେଶ୍ୱର ମଧ୍ୟରେ ହୋଇଥିବା ମେଗା ଫାଇନାଲ ମ୍ୟାଚ ବହୁତ ଚମତ୍କାର ଥିଲା। ପଡ଼ିଆରେ ଏକ ବଡ଼ ଫାଇଟ ଭଳିଆ ଖେଳ ପରେ ମଙ୍ଗଲା କ୍ଲବ୍, କଟକ ବିଜୟୀ ହୋଇ 2 — 0 ଗୋଲ୍ ସ୍କୋର କରି ୨୦୨୫ ର ଚାମ୍ପିଅନ୍ ହୋଇଥିଲା | ଚାମ୍ପିଅନ୍ ଟିମ୍ ଙ୍କୁ ଅତିଥିମାନଙ୍କ ଦ୍ୱାରା ଟ୍ରଫି ସହିତ 50,000 ଟଙ୍କା (ପଚାଶ ହଜାର ଟଙ୍କା) ଉପହାର ବ୍ୟାଙ୍କ ଚେକ୍ ପ୍ରଦାନ କରାଯାଇଥିଲା ଏବଂ ରନର୍ସ ଅପ୍ ଟିମ କୁ ଟ୍ରଫି ସହିତ 40,000 ଟଙ୍କା (ଚାଳିଶ ହଜାର ଟଙ୍କା) ବ୍ୟାଙ୍କ ଚେକ୍ ପ୍ରଦାନ କରାଯାଇଥିଲା। ଏହି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ”ଯୁଗଜ୍ୟୋତି ୟୁଥ୍ କ୍ଲବ୍” ନରହରିପୁର ଦ୍ୱାରା ଆୟୋଜିତ ହୋଇଥିଲା |

ପରଜଙ୍ଗ ବିଧାୟକ ଶ୍ରୀ ବିଭୂତି ଭୂଷଣ ପ୍ରଧାନ ଉଦୟପନ୍ଥ ଉତ୍ସରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ ଏବଂ ସମସ୍ତ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ ସମ୍ମାନିତ ଅତିଥି ଭାବରେ ବିଜେପି ନେତ୍ରୀ ଜସ୍ମିନ୍ ପ୍ରଧାନ, ବିଜେପି ନେତା ଜଜାତି ପଟ୍ଟନାୟକ, ବିଭୂତି ସାହୁ, ଜିଲ୍ଲା କ୍ରୀଡ଼ା ସଙ୍ଗଠନର ସମ୍ପାଦକ ଗ ଗୌର ଗୋବିନ୍ଦ ସାମନ୍ତ, ଏମ୍.ସି.ଏଲ ଭୁବନେଶ୍ଵରୀ ପରିୟୋଜନା ଆଧିକାରି ଶ୍ରୀ ଆର୍ ଶ୍ରୀରାମ ଏବଂ ଅନ୍ୟମାନେ ଯୋଗଦାନ କରିଥିଲେ।

ଏହି କାର୍ଯ୍ୟକ୍ରମକୁ “ଯୁଗଜ୍ୟୋତି ୟୁଥ୍ କ୍ଲବ” ର ସଭାପତି ତଥା ବିଜେପି କାର୍ଯ୍ୟ କର୍ତ୍ତା ଇଞ୍ଜିନିୟର ମନୋଜ ପ୍ରଧାନ ଏବଂଯୁଗଜ୍ୟୋତି ୟୁଥ୍ କ୍ଲବର ସକ୍ରିୟ କର୍ମୀ କମଳ ଲୋଚନ ସାହୁ ପରିଚାଳନା କରିଥିଲେ। ବିଜେପି ନେତା ପ୍ରକାଶ ମହାରାଣାଙ୍କ ମ୍ୟାଚ୍ ବିବରଣୀ ଘୋଷଣା ସମସ୍ତଙ୍କୁ ଆକର୍ଷିତ କରିଥିଲା।
