You are currently viewing ନେହେରୁ ଯୁବ କେନ୍ଦ୍ର ତରଫରୁ ବ୍ଲକ ସ୍ତରୀୟ କ୍ରୀଡ଼ା ପ୍ରତେଯୋଗିତା
ନେହେରୁ ଯୁବ କେନ୍ଦ୍ର ତରଫରୁ ବ୍ଲକ ସ୍ତରୀୟ କ୍ରୀଡ଼ା ପ୍ରତେଯୋଗିତା

ପୁରୁଷୋତ୍ତମପୁର::– ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଭୀମପୁର ପଞ୍ଚାୟତର ଚାଟମୁଣ୍ଡୁଳି ଗ୍ରାମର ମା ଠାକୁରାଣୀ ମନ୍ଦିର ଖେଳ ପଢିଆରେ ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାକୁ ନେହେରୁ ଯୁବ କେନ୍ଦ୍ର, ବ୍ରହ୍ମପୁର (ଗଞ୍ଜାମ) ତରଫରୁ ଆୟୋଜିତ କରାଯାଇଥିଲା। ନେହେରୁ ଯୁବ କେନ୍ଦ୍ରର ସଂଯୋଜକ କେ ରମେଶ ଦୋରା ଓ ପି ସତ୍ୟନାରାୟଣ ପାତ୍ର ପରିଚାଳନା କରିଥିଲେ। ଏଥିରେ ପୁରୁଷୋତ୍ତମପୁର ବ୍ଲକର ବିଭିନ୍ନ ଗ୍ରାମରୁ ପାଖାପାଖି ୩୫୦ ଜଣ ପ୍ରତିଯୋଗିତା ଅଂଶଗ୍ରହଣ କରିଥିଲେ। ସଟଫୁଟ, ଲଙ୍ଗଜମ୍ପ, ହାଇଜମ୍ପ , ୮୦୦ମିଟର ଦୈଡ,କବାଡି, ଜାଭେଲିନ ,ଡିସକ୍ସ ସହ ଅନେକ ପ୍ରତିଯୋଗୀତା ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଅଂଚଳର ଜଣାଶୁଣା ସମାଜସେବୀ ତଥା ରାଜନୈତିକ ବିଶେଷଜ୍ଞ ଅନିଲ କୁମାର ପଣ୍ଡା, ମୁଖ୍ୟ ବକ୍ତା ସର୍ବକନିଷ୍ଠ ସରପଞ୍ଚ କୃଷ୍ଣ ଚନ୍ଦ୍ର ସୁଆଁସିଆ ଉଦଘାଟନ ଉତ୍ସବରେ ଯୋଗ ଦେଇଥିଲେ। ଭୀମପୁର ପଞ୍ଚାୟତର ସମ୍ମାନିତ ଅତିଥି ସମିତି ସଭ୍ୟ ଜଗନ୍ନାଥ ପାତ୍ର, ସରପଞ୍ଚ ମାମାଲି ଦାସ ପୁରସ୍କାର ବିତରଣ କରିଥିଲେ । ଉକ୍ତ ଅଞ୍ଚଳର କ୍ରୀଡା ପ୍ରେମୀ ରାମକୃଷ୍ଣ ମହାରଣା, ପ୍ରତାପ ପାତ୍ର, ସାନ୍ତୁନ ପାତ୍ର, ଭାଗିରଥୀ ପାତ୍ର, ଦୀପକ ପ୍ରଧାନ, ଆଲୋକ ପ୍ରଧାନ,ଅଜୟ ପାତ୍ର, ସମୀର ପ୍ରଧାନ ଅନେକ ପରିଚାଳନାରେ ସହଯୋଗ କରିଥିଲେ।