ଖଲ୍ଲିକୋଟ : 19/12 ଖଲ୍ଲିକୋଟ ବ୍ଲକ ର ସର୍ବ ପୁରାତନ ଶ୍ରୀ ମର୍ଦରାଜ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠାନିକ ଭାବେ ଉଦଘାଟନ ହୋଇ ଯାଇଛି |ଆୟୋଜିତ କ୍ରୀଡା ଉତ୍ସବ କୁ ଖଲ୍ଲିକୋଟ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ସଦ୍ୟ ସ୍ମାନ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କ୍ରୀଡା ଉତ୍ସବ କୁ ଉଦଘାଟନ କରି ଛାତ୍ର ଛାତ୍ରୀ ମାନେ ପାଠ ପଢା ସହିତ କ୍ରୀଡା ମନସ୍କ ହେବାକୁ ପରାମର୍ଶ ଦେଇ ବର୍ତମାନ ସମୟରେ ପାଠ ପଢା କ୍ଷେତ୍ର ରେ କ୍ରୀଡା ଏକ ଅବିଛେଦ୍ୟ ହୋଇପଡିଛି ଓ ସରକାର କ୍ରୀଡା ପାଇଁ ବିଭିନ୍ନ ସୁଯୋଗ ପ୍ରଦାନ କରିଥିବା କହିଥିଲେ |ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଅରୁଣ କୁମାର ସ୍ୱାଇଁ କ୍ରୀଡା ଛାତ୍ର ମାନଙ୍କୁ ସାହସ ଓ ଶାରୀରିକ ଓ ମାନସିକ ଏକାଗ୍ରତା ପ୍ରଦାନ କରେ ବୋଲି ପ୍ରକାଶ କରି ବିଦ୍ୟାଳୟ ପରିସର ରେ ଏକ ମୁକ୍ତ ଜିମ ଓ ସନ୍ତରଣ ସ୍ଥଳୀ ଆବଶ୍ୟକ ବୋଲି ପ୍ରକାଶ କରିଥିଲେ | ଅନ୍ୟମାନଙ୍କ ମଧ୍ୟରେ ରେ ବରିଷ୍ଠ ସାମ୍ବାଦିକ ମାଧବ ବେହେରା ଓ ସାମ୍ବାଦିକ ପ୍ରଶାନ୍ତ କୁମାର ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଶିକ୍ଷା କ୍ଷେତ୍ର ରେ କ୍ରୀଡା କୁ ସର୍ବାଧିକ ପ୍ରାଧାନ୍ୟ ର ଆବଶ୍ୟକତା ଥିବା ପ୍ରକାଶ କରିଥିଲେ |

ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷୟିତ୍ରୀ ଶ୍ରୀମତୀ ଗୋମତୀ ପ୍ରଧାନ, ଖେଳ ଶିକ୍ଷକ ଭଗବାନ ବେହେର| ଓ ଅନ୍ୟାନ୍ୟ ଶିକ୍ଷକ /ଶିକ୍ଷୟତ୍ରୀ ମାନେ କ୍ରୀଡା ପରିଚାଳନା କରିଥିଲେ | ଆଗାମୀ ଦୁଇଦିନ ବ୍ୟାପି ପିଲା ମାନଙ୍କ ଦ୍ୱାରା ଦୌଡ, ଖୋକ, କବାଡି, କ୍ରିକେଟ ସମେତ ଭଳି ଫୁଟ ବଲ ପ୍ରଭୃତି ଖେଳ ପ୍ରତିଯୋଗୀତା ଅନୁଷ୍ଠିତ ହେବ |
(ରିପୋର୍ଟ ;ମାଧବ ବେହେରା ଖଲ୍ଲିକୋଟ ଗଞ୍ଜାମ )
