You are currently viewing ନୂଆ-ଓ,ଯୁବ ଓଡିଶା,ନବିନ ଓଡିଶା କାର୍ଯ୍ୟକ୍ରମର ବ୍ଲକ ସ୍ତରୀୟ କ୍ରୀଡା ଉତ୍ସବ ରବିବାର ସନ୍ଧ୍ୟରେ ଉଦଯାପିତ ହୋଇଯାଇଛି
ନୂଆ-ଓ,ଯୁବ ଓଡିଶା,ନବିନ ଓଡିଶା କାର୍ଯ୍ୟକ୍ରମର ବ୍ଲକ ସ୍ତରୀୟ କ୍ରୀଡା ଉତ୍ସବ ରବିବାର ସନ୍ଧ୍ୟରେ ଉଦଯାପିତ ହୋଇଯାଇଛି

ଜଗନ୍ନାଥପ୍ରସାଦ07-01-24ଚିତ୍ତରଞ୍ଜନ ଗନ୍ତାୟତ
ଜଗନ୍ନାଥ ପ୍ରସାଦ ବ୍ଲକ ପ୍ରଶାସନ ପକ୍ଷରୁ
ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟ କ୍ରୀଡାପଡ଼ିଆ ଠାରେ ନୂଆ-ଓ,ଯୁବ ଓଡିଶା,ନବିନ ଓଡିଶା କାର୍ଯ୍ୟକ୍ରମର ବ୍ଲକ ସ୍ତରୀୟ କ୍ରୀଡା ଉତ୍ସବ ରବିବାର ସନ୍ଧ୍ୟରେ ଉଦଯାପିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଅର୍ଥମନ୍ତ୍ରୀ ଶ୍ରୀଯୁକ୍ତ ବିକ୍ରମ କେଶରୀ ଆରୁଖ ଯୋଗ ଦେଇଥିବା ବେଳେ ସନମାନୀତ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଶ୍ୱନୀ କୁମାର ମହାପାତ୍ର,କନ୍ଧମାଳ ସାଂସଦଙ୍କ ପ୍ରତିନିଧି ବିପ୍ର ଚରଣ ବାରିକ,ଉପାଧ୍ୟକ୍ଷ ରଞ୍ଜିତ ପାତ୍ର ପ୍ରମୁଖ ମଞ୍ଚାସିନ ରହିଥିଲେ l ଖେଳକୁଦ ମଣିଷ ଜୀବନକୁ ସୁସ୍ଥ ଓ ସବଳ ରଖୁଥିବା ସାଂସଦଙ୍କ ପ୍ରତିନିଧି ଶ୍ରୀ ବାରିକ ମତ ରଖିଥିଲେ l ଅଞ୍ଚଳରେ ଥିବା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଲୁଚି ରହିଥିବା ପ୍ରତିଭାକୁ ଆଗକୁ ନେବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନୁଆଁ କାର୍ଯ୍ୟକ୍ରମ ନୁଆ ଓଡ଼ିଆ, ନବୀନ ଓଡିଶା ଓ ଯୁବ ଓଡିଶା କାର୍ଯ୍ୟକ୍ରମ କରାଯାଇଛି l ବ୍ଲକ ସ୍ତରୀୟ ନୂଆଓ, ନବୀନ ଓଡିଶା ଓ ଯୁବ ଓଡିଶା କାର୍ଯ୍ୟକ୍ରମ ପକ୍ଷରୁ
କବାଡି, ଖୋ-ଖୋ, ଭଲିବଲ, ଫୁଟବଲ, କ୍ରିକେଟ ଓ ହକି ଇତ୍ୟାଦି ଖେଳରେ ବ୍ଲକ ସ୍ତରୀୟ ଛାତ୍ରଛାତ୍ରୀ ପ୍ରତିଯୋଗିତା କରିଥିଲେ l ଏଥିରେ ସର୍ବମୋଟ ୧୨ଟି ଖେଳ ଟିମ କୃତି ଅର୍ଜନ କରିଥିଲେ l ସେଥିମଧ୍ୟରୁ ଉଭୟ ଛାତ୍ର ୬ଟିମ ଓ ଛାତ୍ରୀ ୬ଟିମ କୃତି ହାସଲ କରିଥିଲେ l ଚାମ୍ପିୟାୟନ ଟିମକୁ ୨୦ହଜାର, ପ୍ରଥମ ରନର ଅପ ଟିମକୁ ୧୫ହଜାର,ଦ୍ୱିତୀୟ ରନର ଅପଟିମକୁ ୧୦ହଜାର ଲେଖାଏଁ ନଗଦ ପୁରସ୍କାର ରାଶି ମାନ୍ୟବର ଅର୍ଥମନ୍ତ୍ରୀ ଶ୍ରୀ ଆରୁଖ ପ୍ରଦାନ କରିଥିଲେ l ଏହାସହ ପ୍ରତିଯୋଗିତା କରିଥିବା ୧୨୦୦ଛାତ୍ରଛାତ୍ରୀଙ୍କୁ ମାନପତ୍ର, ୪୦ଟ୍ରଫି କୃତି ପ୍ରତିଯୋଗୀଙ୍କୁ ଦିଆଯାଇଥିଲା l ଏହାସହ ଲେଡିସ ହକି ଟିମ ରାଜ୍ୟ ସ୍ତରୀୟ କ୍ରୀଡା ଉତ୍ସବକୁ ମନୋନିତ ହୋଇଥିବା ବ୍ଲକ ଉପାଧ୍ୟକ୍ଷ ଶ୍ରୀ ରଞ୍ଜିତ ପାତ୍ର ସୂଚନା ଦେଇଥିଲେ l
କାର୍ଯ୍ୟକ୍ରମକୁ ସହକାରୀ ଯନ୍ତ୍ରୀ ଅଚ୍ୟୁତାନନ୍ଦ ପଟ୍ଟନାୟକ, ବିଭାଗୀୟ ଅଧିକାରୀ ରାମକୃଷ୍ଣ ମହାନ୍ତି, ଜିପିଓ ମାଥୁରାମ ନାୟକ, ପିଇଓ ବସନ୍ତ କୁମାର ସାହୁ,ବ୍ଲକ ସାମାଜିକ ଅଧିକାରୀ ମିତାଲୀ ପ୍ରିୟଦର୍ଶିନୀ ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ମୋନାଲି ମହାନ୍ତି, ସମସ୍ତ ସରପଞ୍ଚ ଏବଂ ସମିତି ମେମ୍ବର ପ୍ରମୁଖ୍ ସହଯୋଗ କରିଥିଲେ l ସେହିପରି ଭାବେ ଆଞ୍ଚଳିକ ମହାବିଦ୍ୟାଳୟ ଓ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା, ସମାଜସେବୀ ପ୍ରମୁଖ ଉପସ୍ଥିତ ରହିଥିଲେ l ସାଂତିଶୃଙ୍ଖଳା ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ଜଗନ୍ନାଥ ପ୍ରସାଦ ଥାନାଧିକାରୀଙ୍କ ସମେତ ସମସ୍ତ ଟିମ ଉପସ୍ଥିତ ରହିଥିଲେ l