You are currently viewing ଦକ୍ଷିଣ ଆଫ୍ରିକାର କିଲିମାଞ୍ଜାରୋ ପର୍ବତାରୋହଣ ପାଇଁ ଭାରତୀୟ ଯୁବ ପର୍ବତାରୋହୀ ଆଶୀର୍ବାଦ ମନୋନୀତ ।
ଦକ୍ଷିଣ ଆଫ୍ରିକାର କିଲିମାଞ୍ଜାରୋ ପର୍ବତାରୋହଣ ପାଇଁ ଭାରତୀୟ ଯୁବ ପର୍ବତାରୋହୀ ଆଶୀର୍ବାଦ ମନୋନୀତ ।

କଟକ : ସୁଚନାଯୋଗ୍ୟ କି ଓଡ଼ିଶାର ବରଗଡ଼ ଜିଲ୍ଲାସ୍ଥିତ କୁଲିତା ଟୁକୁରା ଗ୍ରାମର ଯୁବ ପର୍ବତାରୋହୀ ଆଶୀର୍ବାଦ (ଅନୁପ) ମହାପାତ୍ର ଆଗାମୀ ଅଗଷ୍ଟ ୨,୨୦୨୫ ତାରିଖ ଦିନ ଦକ୍ଷିଣ ଆଫ୍ରିକାର କିଲିମାଞ୍ଜାରୋ ଅଭିମୁଖେ ପର୍ବତାରୋହଣ ପାଇଁ ଯାତ୍ରା କରିବେ । ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି କି ପର୍ବତାରୋହଣ ତାଙ୍କ ବାଲ୍ୟକାଳ ସ୍ବପ୍ନ ଥିଲା ଓ ଏବେ ସେ ନିଜ ସ୍ବପ୍ନ କୁ ଜିଉଁଛନ୍ତି । ଆଉ ମଧ୍ୟ ସେ ପ୍ରତ୍ୟାବର୍ତ୍ତନ ପରେ ଭାରତରେ ଆଗାମୀ ଭବିଷ୍ୟତ ପୀଢ଼ିଙ୍କୁ ପର୍ବତାରୋହଣ ବିଷୟରେ ଅବଗତ କରେଇବା ତଥା ଆବଶ୍ୟକସ୍ଥଳେ ଉଚିତ ତାଲିମ ପ୍ରଦାନ କରି ଭାରତର ନାମ ବିଶ୍ୱ ଦରବାରରେ ଚମକାଇବେ ବୋଲି ପ୍ରକାଶ କରିଛନ୍ତି । ଏହା ପୂର୍ବରୁ ସେ ଟାଟାକୋଠି,ହରମୁଖ,ତ୍ରିଶୂଲ, ନୀଳକଣ୍ଠ, ସନସେଟ୍,ଗୋଲ୍ଡ ଟପ୍, ଟେବୁଲ୍ ଟପ୍, ସ୍ଲିପିଂଲେଡି ମାଉନଟେନ୍ ଆଦି ଆରୋହଣ କରି ଦେଶ ପାଇଁ ଗୌରବ ଅର୍ଜନ କରିଛନ୍ତି । ବର୍ତ୍ତମାନ ସେ ଦକ୍ଷିଣ ଆଫ୍ରିକାରେ କିଲିମାଞ୍ଜାରୋ ପର୍ବତ(୫୮୯୫ ମିଟର) ଆରୋହଣ କରିବା ପାଇଁ ସେ ଶାରୀରିକ ଓ ମାନସିକ ସ୍ତରରେ ପ୍ରସ୍ତୁତ ହେଉଛନ୍ତି । ମାଉଣ୍ଟରିଂ ଇନଷ୍ଟିଚ୍ୟୁଟର କ୍ୟାପଟେନ ସୌକତ ଅଲିଙ୍କ ତତ୍ତ୍ଵାବଧାନରେ ଆଶୀର୍ବାଦ ଏହି ଦୁଃସାହସିକ ପର୍ବତାରୋହଣ କରିବେ । ଏହି ଅବସରରେ ଆଶୀର୍ବାଦଙ୍କୁ ବିଭିନ୍ନ ମହଲରୁ ଅଭିନନ୍ଦନ ଓ ଶୁଭେଚ୍ଛାର ସୁଅ ଛୁଟୁଛି ।