You are currently viewing ଅଷ୍ଟମ ଜେବି ବ୍ୟାଟମିଂଟନ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ.
ଅଷ୍ଟମ ଜେବି ବ୍ୟାଟମିଂଟନ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ.

ବ୍ରହ୍ମପୁର : ବରିଷ୍ଠ ସାମ୍ବାଦିକ ସ୍ବର୍ଗତ ଜୟବର୍ଦ୍ଧନ ଦାସଙ୍କ ସ୍ମୃତିରେ ଅଷ୍ଟମ ଜେବି ବ୍ୟାଟମିଂଟନ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି. ଗେଟବଜାର ସ୍ଥିତ ସ୍ପୋର୍ଟ୍ସ ଏରିନା ଇଣ୍ଡୋର ହଲ ପରିସରରେ ଅନୁଷ୍ଠିତ ଏହି ଟୁର୍ଣ୍ଣାମେଣ୍ଟ ରେ 25ଜଣ ଗଣମାଧ୍ୟମ ପ୍ରତିନିଧି ଅଂଶଗ୍ରହଣ କରିଥିଲେ.
ମୁଖ୍ୟଅତିଥି ଅର୍ବାନ ବ୍ୟାଙ୍କ ସଭାପତି ଆର. ମୁରଲୀ ମୋହନ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ବ୍ୟାଟମିଂଟନ ସମ୍ପାଦକ ମିତେନ ଭୂୟାଁ, ପ୍ରେସକ୍ଲବ ବ୍ରହ୍ମପୁର ସଭାପତି ଅଶୋକ ବ୍ରହ୍ମା, କର୍ପୋରେଟର ଡି. କରୁଣାକର,ନୀଳକଣ୍ଠ ସାହୁ, ପ୍ରଦୀପ ଶତପଥୀ,ତିରୁପତି ପାତ୍ର,ରଂଜିତା.

ବେହେରା,ସମୀର ଆଚାର୍ଯ୍ୟ, ପ୍ରେସକ୍ଲବ କୋଷାଧ୍ୟକ୍ଷ ଶିବ ନାରାୟଣ ପଣ୍ଡା ପ୍ରମୁଖ ମଂଚାସୀନ ଥିଲେ.ବ୍ୟାଟମିଂଟନ ସିଙ୍ଗଲସ ଫାଇନାଲ ଟାଇଟଲ ରେ ଶିବ ନାରାୟଣ ପଣ୍ଡା ପ୍ରଫୁଲ୍ଲ ବେହେରାଙ୍କୁ 21-16 ବ୍ୟବଧାନରେ ପରାଜିତ କରି ଚମ୍ପିୟାନ ହୋଇଥିଲେ. ସେହିପରି ଡବଲସ ଫାଇନାଲ ମ୍ୟାଚ ମୃତ୍ୟୁଞ୍ଜୟ ସାହୁ, ପ୍ରଫୁଲ୍ଲ ବେହେରା ଏବଂ ମାନସ ବିଷୋୟୀ, ସ୍ୱାଧୀନ ସାହୁଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିଲା. ଏକ ସଂଘର୍ଷପୂର୍ଣ ମ୍ୟାଚ ରେ 17-21 ପଏଣ୍ଟ ରେ ମାନସ ବିଷୋୟୀ, ସ୍ୱାଧୀନ ସାହୁ ୱାଇନର ହୋଇଥିବା ବେଳେ ମୃତ୍ୟୁଞ୍ଜୟ ସାହୁ, ପ୍ରଫୁଲ୍ଲ ବେହେରା ରନର୍ସ ଅପ ହୋଇଥିଲେ,

ମହିଳା ବର୍ଗରେ ବନିତା ବେହେରା ପ୍ରଥମ, ଜ୍ୟୋସ୍ନା ସାହୁ ଦ୍ଵିତୀୟ ଏବଂ ସ୍ମିତାଲି ତୃତୀୟ ସ୍ଥାନ ଅଧିକାର କରିଥିଲେ. ସମସ୍ତ ବିଜେତାଙ୍କୁ ଅତିଥି ମାନେ ପୁରସ୍କାର ପ୍ରଦାନ କରିଥିଲେ. ଏହି କାର୍ଯ୍ୟକ୍ରମକୁ ପ୍ରେସକ୍ଲବ ବ୍ରହ୍ମପୁର ର କୋଷାଧକ୍ଷ ଶିବ ନାରାୟଣ ପଣ୍ଡା ଏବଂ ପ୍ରଶାନ୍ତ ପ୍ରତିନିଧି ପରିଚାଳନା କରିଥିବା ବେଳେ ମ୍ୟାଚ ର ରେଫରୀ ଭାବେ ଦୀପକ ତିବରୱାଲା ନିଜ କାର୍ଯ୍ୟ ସମ୍ପାଦନା କରିଥିଲେ. ସଂଯୋଜକ ଭାବେ ମନୋଜ ମହାରଣା କାର୍ଯ୍ୟ ନିର୍ବାହ କରିଥିଲେ. ଏହି ଅବସରରେ ପ୍ରେସକ୍ଲବର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ.