You are currently viewing ଭୀଷ୍ମଗିରି ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ଓଡ଼ିଶା ନବୀନ ଓଡ଼ିଶା ଦ୍ୱାରା କ୍ରୀଡ଼ା ପ୍ରତିଯୋଗିତା।
ଭୀଷ୍ମଗିରି ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ଓଡ଼ିଶା ନବୀନ ଓଡ଼ିଶା ଦ୍ୱାରା କ୍ରୀଡ଼ା ପ୍ରତିଯୋଗିତା।

ଦିଗପହଣ୍ଡି :- ୧୫/୧୨/୨୩
ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଡିସେମ୍ବର ୧୨ ତାରିଖ ଦିନ କ୍ରୀଡା ପ୍ରତିଯୋଗିତା ର ଉଦଘାଟନୀ ଉତ୍ସବ କଲେଜ ଅଧ୍ୟକ୍ଷ ଡ଼ଃ. ଲଷ୍ମୀକାନ୍ତ ମହାପାତ୍ର ଏବଂ ନୋଡାଲ ଅଫିସର ଡ଼ଃ. ସୁଧୀରଞ୍ଜନ ହୋତା ଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବେ ଦିଗପହଣ୍ଡି ଥାନା ଏସ.ଆଇ. ଗୌତମ ସାହୁ,ସମ୍ମାନିତ ଅତିଥି ଭୀଷ୍ମଗିରି ସମିତିସଭ୍ୟ ଶିବରାମ ମହାନ୍ତି ଏବଂ ମୁଖ୍ୟ ବକ୍ତା ଭାବେ ରାମଜୀ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ.ନିହାର ରଞ୍ଜନ କର ଯୋଗ ଦେଇଥିଲେ।

ଉପସ୍ଥିତ ଅତିଥି ମାନେ ଶିକ୍ଷା ସହ କ୍ରୀଡାର ଆବଶ୍ୟକତା ଏବଂ ଗୁରୁତ୍ୱ ସମ୍ପର୍କ ରେ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହ ରାଜ୍ୟ ସରକାର ଙ୍କୁ ଭୁୟସୀ ପ୍ରଶଂସା କରିଥିଲେ। ଚାରିଦିନ ଧରି କ୍ରୀଡା ପ୍ରତିଯୋଗିତା ଚାଲୁ ରହିଥିବା ବେଳେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ମାନଙ୍କ ସହଯୋଗରେ ଖେଳ ଶିକ୍ଷକ ଶ୍ରୀ ଅକ୍ଷୟ କୁମାର ଉଦଗାତା ଖେଳ ପରିଚାଳନା କରିଥିଲେ। ଏଥିରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବହୁ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।